India: କାନାଡ଼ା କୂଟନୀତିଜ୍ଞଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ: ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡ଼ାର ଜଣେ ବରିଷତ୍ଠ କୂଟନୀତିଜ୍ଞ (ଡିପ୍ଲୋମାଟ୍)ଙ୍କୁ ବରଖାସ୍ତ କରିଛି ଭାରତ। ୫ ଦିନ ଭିତରେ ଭାରତ ଛାଡ଼ି ଯିବାକୁ କୁହାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଅଣାଳୟ ପକ୍ଷରୁ କୁହାଯାଇଛି। ଏକ ପ୍ରେସ୍ ରିଲିଜ ଦ୍ୱାରା ମନ୍ତ୍ରଣାଳୟ ଜଣାଇଛି ଯେ, ଭାରତରେ ଅବସ୍ଥାପିତ କାନାଡ଼ାର ହାଇକମିଶନଙ୍କୁ ଆଜି ସକାଳେ ଭା
India: ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡ଼ାର ଜଣେ ବରିଷତ୍ଠ କୂଟନୀତିଜ୍ଞ (ଡିପ୍ଲୋମାଟ୍)ଙ୍କୁ ବରଖାସ୍ତ କରିଛି ଭାରତ। ୫ ଦିନ ଭିତରେ ଭାରତ ଛାଡ଼ି ଯିବାକୁ କୁହାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଅଣାଳୟ ପକ୍ଷରୁ କୁହାଯାଇଛି। ଏକ ପ୍ରେସ୍ ରିଲିଜ ଦ୍ୱାରା ମନ୍ତ୍ରଣାଳୟ ଜଣାଇଛି ଯେ, ଭାରତରେ ଅବସ୍ଥାପିତ କାନାଡ଼ାର ହାଇକମିଶନଙ୍କୁ ଆଜି ସକାଳେ ଭାରତ ସରକାର ଡକାଇ ଏ ବିଷୟରେ ଜଣାଇଛନ୍ତି। ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡ଼ାର ଏହି କୂଟନୀତିଜ୍ଞଙ୍କ ହସ୍ତକ୍ଷେପ ଏବଂ ଭାରତ ବିରୋଧୀ ତତ୍ତ୍ୱରେ ସାମିଲ୍ ହେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତକାଲି କାନାଡ଼ାରେ ଅବସ୍ଥାପିତ ଭାରତର ଡିପ୍ଲୋମାଟ୍ଙ୍କୁ କାନାଡ଼ା ବହିଷ୍କାର କରିଥିବା ସେଠାକାର ପ୍ରଧାନମନ୍ତ୍ରୀ ସଂସଦରେ କହିଥିଲେ। ଏହାର ପ୍ରତିକ୍ରିୟାରେ ଭାରତ କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିବା ସହ କାନାଡ଼ଧା ଭାରତ ବିରୋଧୀ ତତ୍ତ୍ୱଙ୍କୁସେଠାରେ ପ୍ରୋତ୍ସାହନ ଦେଉଛି ବୋଲି ଅଭିଯୋଗ କରିଥିଲା।