INS Vikrant: ଦେଶର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଆଇଏନଏସ ବିକ୍ରାନ୍ତ (INS Vikrant) ଭାରତୀୟ ନୌସେନାର(Indian Navy) ଯୁଦ୍ଧ ଜାହାଜ ତାଲିକାରେ ସାମିଲ ହେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ। ସେପ୍ଟେମ୍ବର ୨ରେ କେରଳର କୋଚି ଠାରେ ଆଇଏନ୍ଏସ୍ ବିକ୍ରାନ୍ତର ଜଳାବତାରଣ ସମୟରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭାରତୀୟ ନୌସେନା ନିଜେ ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ଏହା ଘୋଷଣା କରିଛି।


COMMERCIAL BREAK
SCROLL TO CONTINUE READING

ଭାରତ ବିଶ୍ୱର ସେହି ୬ଟି ମନୋନୀତ ଦେଶମାନଙ୍କରେ ସାମିଲ ହୋଇଛି, ଯାହା ୪୦ ହଜାର ଟନ୍ ବିଶିଷ୍ଟ ଏୟାରକ୍ରାଫ୍ଟ କ୍ୟାରିୟର ନିର୍ମାଣ କରିବାର କ୍ଷମତା ରଖିଛି। ଅବଶିଷ୍ଟ ପାଞ୍ଚଟି ଦେଶ ହେଉଛି ଆମେରିକା, ରୁଷ, ଚୀନ୍, ଫ୍ରାନ୍ସ ଏବଂ ଇଂଲଣ୍ଡ। ଭାଇସ ଆଡମିରାଲଙ୍କ ଏସ.ଏନ ଘୋରମଡେଙ୍କ କହିବା ଅନୁଯାୟୀ, ଭାରତର ଯୁଦ୍ଧ ଜାହାଜରେ INS ବିକ୍ରାନ୍ତର ପ୍ରବେଶ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାରେ ସହାୟକ ହେବ।



ଭାଇସ ଆଡମିରାଲ ଏସ.ଏନ ଘୋରମଡେ କହିଛନ୍ତି ଯେ, ବିକ୍ରାନ୍ତରେ ୩୦ଟି ବିମାନ ସ୍ଥାପିତ ହୋଇପାରିବ। ସେଥିମଧ୍ୟରୁ ୨୦ଟି ଯୁଦ୍ଧ ବିମାନ (Fighter Plane) ଓ ୧୦ଟି ହେଲିକପ୍ଟର ସାମିଲ। ସେ କହିଛନ୍ତି ଯେ ବର୍ତ୍ତମାନ Vikrant ଉପରେ MiG-29ର ଯୁଦ୍ଧ ବିମାନ ନିୟୋଜିତ ହେବ। ଏହା ପରେ ଡିଆରଡିଓ (DRDO) ଓ ଏଚଏଏଲ (HAL) ଦ୍ୱାରା TEDBF ଅର୍ଥାତ ଟ୍ବିନ ଇଞ୍ଜିନ ଡେକ ଆଧାରିତ ଯୁଦ୍ଧ ଜାହାଜ ନିୟୋଜିତ ହେବ।
କାରଣ TEDBF ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବାକୁ କିଛି ବର୍ଷ ଲାଗିପାରେ। ଏହି ସମୟ ମଧ୍ୟରେ ଆମେରିକାର F-18A ସୁପର ହର୍ନେଟ୍ କିମ୍ବା ଫ୍ରାନ୍ସର ରାଫେଲ୍ (M)କୁ ନିୟୋଜିତ କରାଯାଇପାରେ। ଏହି ଦୁଇ ଯୁଦ୍ଧ ବିମାନର ପରୀକ୍ଷା ଆରମ୍ଭ ହୋଇଛି ଏବଂ ଅନ୍ତିମ ରିପୋର୍ଟ ପରେ କେଉଁ ଯୁଦ୍ଧ ବିମାନ ନିୟୋଜିତ ହେବ ତାହା ସ୍ଥିର ହେବ। ଭାଇସ ଆଡମିରାଲଙ୍କ ମତରେ, ଚଳିତ ବର୍ଷ ନଭେମ୍ବର ମାସରୁ ମିଗ୍-୨୯ ଯୁଦ୍ଧ ବିମାନ ବିକ୍ରାନ୍ତରେ ନିୟୋଜିତ ହେବା ପ୍ରକ୍ରିୟା ଆରମ୍ଭ କରାଯିବ।



ବାସ୍ତବରେ କୌଣସି ବି ବିମାନ-ବାହକ ଯୁଦ୍ଧ ଜାହାଜର ଶକ୍ତି ହେଉଛି ଏଥିରେ ନିୟୋଜିତ ଯୁଦ୍ଧ ବିମାନ ଓ ହେଲିକପ୍ଟର। ସମୁଦ୍ରରେ ଏୟାରକ୍ରାଫ୍ଟ କ୍ୟାରିୟର ଏକ ଭାସମାନ ଏୟାରଫିଲ୍ଡ ଭାବେ କାର୍ଯ୍ୟ କରେ। ଏଥିରେ ନିୟୋଜିତ ଯୁଦ୍ଧ ବିମାନ ଓ ହେଲିକପ୍ଟର ଗୁଡିକ ଶହ ଶହ ମାଇଲ ଦୂରରୁ ସମୁଦ୍ରକୁ ମନିଟରିଂ ସହ ସୁରକ୍ଷା ଦେଇଥାଏ। ଶତ୍ରୁପକ୍ଷର କୌଣସି ଯୁଦ୍ଧ ଜାହାଜ କିମ୍ବା ପଣ୍ଡିଭି ମଧ୍ୟ ଏହାର ଆଖପାଖରେ ବୁଲିବାକୁ ସାହସ କରେ ନାହିଁ। ବିକ୍ରାନ୍ତର ସର୍ବୋଚ୍ଚ ଗତି ହେଉଛି ୨୮ ନଟ୍ସ ଏବଂ ଏହା ଏକାଥରକେ ୭୫୦୦ ନଟିକାଲ୍ ମାଇଲ୍ ଦୂରତା ଅତିକ୍ରମ କରିପାରିବ, ଅର୍ଥାତ୍ ଏହା ଏକ ସମୟରେ ଭାରତ ଛାଡିବା ପରେ ବ୍ରାଜିଲରେ ପହଞ୍ଚିବାର କ୍ଷମତା ରଖିଥାଏ। ଏଥିରେ ନିୟୋଜିତ ଯୁଦ୍ଧ ବିମାନ ମଧ୍ୟ ଏକ କିମ୍ବା ଦୁଇ ହଜାର ମାଇଲ ଦୂରତା ଅତିକ୍ରମ କରିପାରେ।