ଭୁବନେଶ୍ୱର: ବିମାନ ମରାମତି ଓ ରକ୍ଷଣା ବେକ୍ଷଣ ଶିଳ୍ପକୁ ପ୍ରେତ୍ସାହନ ଦେଇଛନ୍ତି  କେନ୍ଦ୍ର ସରକାର। ଆତ୍ମ ନିର୍ଭର ଭାରତ ଯୋଜନାକୁ ଆଉ ପେଦେ ଆଗକୁ ନେବା ପାଇଁ  ଏ କ୍ଷେତ୍ରରେ ସବୁ ପ୍ରକାର କାରବାର ପାଇଁ ୫% ପ୍ରତିଶତ ଜିଏସ୍‍ଟି ସୀମିତ କରାଯାଇଛି। ପୂର୍ବରୁ କିଛି  କାରବାର ପାଇଁ ୫ ପ୍ରତିଶତ ଜିଏସ୍‍ଟି ଲାଗୁଥିବାବେଳେ ଆଉ କିଛି କାରବାର ପାଇଁ ୧୨%, ୧୮% ଏପରିକି ୨୮% ଜିଏସ୍‍ଟି ଲାଗୁଥିଲା। ଭାରତର ଏହି ପଦକ୍ଷେପ ଦ୍ୱାରା ଏବେ ବିଶ୍ୱର ବିଭିନ୍ନ ବିମାନ ଏଠାରେ ରକ୍ଷଣାବେକ୍ଷଣ ପାଇଁ ଆଗକୁ ଆସିବେ ଏବଂ ଭାରତରେ ଏ କ୍ଷେତ୍ରକୁ ନିବେଶ ବଢ଼ିବ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ ଏ ବାବଦରେ ସୂଚନା ଦେଇ କହିଛନ୍ତି, ‘ସରଳୀକୃତ ସମାନ  ଟିକସ ବ୍ୟବସ୍ଥା  ଦ୍ୱାରା ଏହି କ୍ଷେତ୍ରକୁ ଅଧିକ ନିବେଶ ଆସିବ ଏବଂ ଏମ୍‍ଆର୍‍ଓ ଶିଳ୍ପ ବିକଶିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍‍ଦର୍ଶନରେ ଏହି ନୂଆ ଟିକସ ବ୍ୟବସ୍ଥା ଭାରତକୁ ଆତ୍ମନିର୍ଭର କରିବା ଦିଗକୁ ଅଧିକ ସମୃଦ୍ଧ କରିବ’। 


ଜୁନ୍‍ ୨୨ ତାରିଖରେ ବସିଥିବା ୨୨ତମ ଜିଏସ୍‍ଟି ପରିଷଦ ବୈଠକ ଏହି ନୀତିକୁ ନିଦ୍ଧାରଣ କରିଛି। ଏହାଦ୍ୱାରା ଟିକସ ବ୍ୟବସ୍ଥା ସରଳୀକୃତ ହେବା ସହ ଟିକସ ପଇଠ ଅଭିଯୋଗ ସମାଧାନ ହୋଇପାରିବ। 


ଭାରତର ବିକଶିତ ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ନାଇଡ଼ୁ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା ଏମ୍‍ଆର୍‍ଓ ଶିଳ୍ପ ଅର୍ଥା ବିମାନ ମରାତି, ରକ୍ଷଣାବେକ୍ଷଣ ଏବଂ ସାମଗ୍ରିକ କ୍ଷେତ୍ରରେ ଏକ ୪ ବିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି। ସରକାରଙକ୍ ଏହି ପଦକ୍ଷେପ ତାହାକୁ ସାକାର କରିବ।