India Preparation for Chinese Spy Balloons: ଗତ ମାସରେ ଆମେରିକା ଏହାର ଆକାଶରେ ଏକ ସଦିଗ୍ଧ ଚୀନ ଗୁପ୍ତଚର ବେଲୁନ୍ ମାରି ଖସାଇ ଦେଇଥଲା। ଆମେରିକା ଆକାଶରେ ଚୀନ ଗୁପ୍ତଚର ବେଲୁନ୍  ଦୃଶ୍ୟମାନ ହେବାର ଘଟଣା ସାମ୍ନାକୁ ଆସିବା ପରେ, ବର୍ତ୍ତମାନ ସମାନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ପ୍ରତିରକ୍ଷା ବାହିନୀ। ଭବିଷ୍ୟତରେ ସନ୍ଦେହଜନକ ଗୁପ୍ତଚର ବେଲୁନ୍ ସହିତ ମୁକାବିଲା କରିବା ପାଇଁ ଭାରତ ଏକ ମାନକ ଅପରେଟିଂ ପଦ୍ଧତି ପ୍ରସ୍ତୁତ କରୁଛି। ରିପୋର୍ଟ ଅନୁଯାୟୀ, ଏକ ବର୍ଷ ପୂର୍ବେ ଦେଶର ପୂର୍ବ ଭାଗରେ ଅବସ୍ଥିତ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଆକାଶରେ ସମାନ ଧରଣର ବେଲୁନ୍ ଦେଖାଯାଇଥିଲା। ଯଦିଓ ଏହି ବେଲୁନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥଲା। ଏହି ବେଲୁନ୍ ଭାରତୀୟ ଅଞ୍ଚଳରେ ୩-୪ ଦିନ ଧରି ଦୃଶମାନ ହେବା ପରେ ଚାଲି ଯାଇଥିଲା।


COMMERCIAL BREAK
SCROLL TO CONTINUE READING

ରିପୋର୍ଟ ଅନୁଯାୟୀ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ପ୍ରତିରକ୍ଷା ବାହିନୀରେ ଆଲୋଚନା ଚାଲିଛି ଏବଂ ଏହା ବିଷୟରେ ଅଧିକ ସୂଚନା ବାହାରୁଛି। ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ ଏପରି ବେଲୁନ୍ ସହ ଷ୍ଟିଅରିଂ ମେକାନିଜିମ୍ ରହିପାରେ। ଯାହାକୁ ଏହାର ମାଲିକଙ୍କ ସୁବିଧା ପାଇଁ ନିୟୋଜିତ କରାଯାଇ ପାରିବ।


Also Read: US News: ଆଲାସ୍କା ଠାରୁ ୪୦ ହଜାର ଫୁଟ ଉପରେ ଉଡ଼ୁଥିଲା ଅଜ୍ଞାତ ବସ୍ତୁ, ମାରି ତଳକୁ ଖସାଇ ଦେଲା ଆମେରିକୀୟ ବିମାନ


ଭବିଷ୍ୟତରେ ଏପରି ବେଲୁନ୍ ସହ କିପରି ମୁକାବିଲା କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଟାର୍ଗେଟ କରି ଆକାଶରୁ ତଳକୁ ଖସାଇବା ପାଇଁ କେଉଁ ପ୍ରକାର ଅସ୍ତ୍ରଶସ୍ତ୍ର କିମ୍ବା ପ୍ଲାଟଫର୍ମ ବ୍ୟବହାର କରାଯିବ ସେନେଇ ଆଲୋଚନା ଚାଲିଛି। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ପ୍ରତିରକ୍ଷା ବାହିନୀ ଯୋଜନାବଦ୍ଧ ପ୍ରତିକ୍ରିୟାକୁ ଏକୀଭୂତ କରିବା ଏବଂ ଏହାର ଶେଷ ଅନୁମୋଦନ ପାଇଁ ସରକାରଙ୍କ ପାଖରେ ଏକ ପ୍ରସ୍ତାବ ଉପସ୍ଥାପନା କରିବାକୁ ଯୋଜନା କରୁଛି। ଦେଶର ଯେ କୌଣସି ସ୍ଥାନରେ କିମ୍ବା ଅଧିକରୁ ଅଧିକ ବସ୍ତୁ ଚିହ୍ନଟ କରିବା ପାଇଁ ପ୍ରତିରକ୍ଷା ବାହିନୀ ବିଦ୍ୟମାନ ରାଡାର ନେଟୱାର୍କ ବ୍ୟବହାର ଉପରେ ଆଲୋଚନା ଆରମ୍ଭ କରିଛି। ଏନେଇ ଅଧିକାରୀ କହିଛନ୍ତି ଯେ ଏପରି ଉଡନ୍ତା ବସ୍ତୁ ସହ ଜଡିତ ଆନ୍ତର୍ଜାତୀୟ ନିୟମ ମଧ୍ୟ ଅଧ୍ୟୟନ କରାଯାଉଛି। ଯାହା ୬୦ ହଜାର ଫୁଟ ଠାରୁ ଅଧିକ ଉଚ୍ଚତାରେ ଉଡୁଛି।


ଆମେରିକା ଆକାଶରେ ଉଡୁଥିବା ବେଲୁନ୍ ମାରି ତଳକୁ ଖସାଯିବା ପରେ ଭାରତୀୟ ପ୍ରତିରକ୍ଷା ଅଧିକାରୀ କହିଥିଲେ ଯେ, ଦୀର୍ଘ ଦିନ ଧରି ଆଣ୍ଡାମାନ ଉପରେ ଏକ ଧଳା ରଙ୍ଗର ବେଲୁନ୍ ପରି ବସ୍ତୁ ଦେଖାଯାଇଥିଲା। ଅନେକ ଲୋକ ଏହାର ଫଟୋ ଉଠାଇଥିଲେ। ଯେଉଁ ଫଟୋ ଭୂପୃଷ୍ଠରୁ ନିଆଯାଇଥିଲା।  ହେଲେ ବେଲୁନ ଭଳି ଦେଖାଯାଉଥିବା ଏହି ବସ୍ତୁର ଉଦ୍ଦେଶ୍ୟ ଏବଂ ଉତ୍ପତ୍ତିସ୍ଥଳ ଅସ୍ପଷ୍ଟ ରହିଥିଲା। ଏହା ମିଆଁମାର ନାଁ ଚୀନ, କେଉଁ ଦେଶରୁ ଆସିଥିଲା ତାହା ସ୍ପଷ୍ଟ ହୋଇ ପାରିନଥିଲା। ହେଲେ ପ୍ରାୟ ୩-୪ ଦିନ ଧରି ଦୃଶ୍ୟମାନ ହେବା ପରେ ଏହା ଚାଲି ଯାଇଥିଲା।


Also Read: Shocking News: ଚୀନ ବେଲୁନ ମାରି ଖସାଇଦେଲା ଆମେରିକା, ଜାଣନ୍ତୁ କାରଣ...


 


ସେତେବେଳେ ଏହା ବୁଝାଯାଉଥିଲା ଯେ ଏହା ଏକ ପାଣିପାଗ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଲୁନ୍ ହୋଇପାରେ। କାରଣ ପବନ ହେତୁ ପାକିସ୍ତାନ ପାର୍ଶ୍ୱରୁ ଭାରତୀୟ ଅଞ୍ଚଳକୁ ଅନେକ ବେଲୁନ୍ ଆସି ଯାଇଥାଏ। ବର୍ତ୍ତମାନ ଯଦି ଏପରି କିଛି ଜିନିଷ ଆଣ୍ଡାମାନ କିମ୍ବା ଦେଶର ଅନ୍ୟ କୌଣସି ଅଞ୍ଚଳରେ ଦେଖାଯାଏ, ତାହେଲେ ଏହାକୁ ଯତ୍ନର ସହ ଅଧ୍ୟୟନ କରାଯିବ ଏବଂ ଯଦି ଏହା ଗୁପ୍ତଚର ଜିନିଷ ତାହେଲେ ଏହାକୁ ମାରି ତଳକୁ ଖସାଇ ଦିଆଯିବ।