ଶ୍ରୀଲଙ୍କା ନୌସେନା ଗୁଳିରେ ୧୩ ଭାରତୀୟ ମତ୍ସ୍ୟଜୀବୀ... କଡ଼ା ନିନ୍ଦା କଲା ଭାରତ

ଏହି ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳେ ଡେଲ୍ଫ ଦ୍ବୀପ ନିକଟରେ ୧୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉପରକୁ ଶ୍ରୀଲଙ୍କାର ନୌସେନା ଗୁଳି ମାରିଛି। ଏହି ୧୩ ଜଣ ଏକ ଭାଛଧରା ଡଙ୍ଗାରେ ଦ୍ବୀପ ନିକଟବର୍ତ୍ତୀ ହୋଇଥିଲେ।
ନୂଆଦିଲ୍ଲୀ: ଶ୍ରୀଲଙ୍କା ଉଚ୍ଚାୟୁକ୍ତଙ୍କୁ ଡକାଇ ନିନ୍ଦା କରିଛି ଭାରତ। ଆଜି ସକାଳେ ଶ୍ରୀଲଙ୍କାର ଡେଲ୍ଫ ଦ୍ବୀପରେ ମାଛ ଧରିବାକୁ ଯାଇଥିବା ୧୩ ଜଣ ଧୀବରଙ୍କ ଉପରକୁ ଗୁଳି ଚଳାଇବାକୁ ଅତ୍ୟନ୍ତ କଠୋର ଭାଷାରେ ନିନ୍ଦା କରାଯାଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ। କୌଣସି ପରିସ୍ଥିତିରେ ଗୁଳି ଚଳାଇବା ଉଚିତ ନୁହେଁ ବୋଲି ଭାରତ ପକ୍ଷରୁ କୁହାଯାଇଛି।
ଏହି ବାର୍ତ୍ତାରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆଜି ସକାଳେ ଡେଲ୍ଫ ଦ୍ବୀପ ନିକଟରେ ୧୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉପରକୁ ଶ୍ରୀଲଙ୍କାର ନୌସେନା ଗୁଳି ମାରିଛି। ଏହି ୧୩ ଜଣ ଏକ ଭାଛଧରା ଡଙ୍ଗାରେ ଦ୍ବୀପ ନିକଟବର୍ତ୍ତୀ ହୋଇଥିଲେ। ସେମାନଙ୍କ ଭିତରୁ ଦୁଇଜଣ ଗୁରୁତର ଅବସ୍ଥାରେ ଜାଫନା ହସ୍ପିଟାଲ୍ ଓ କଲେଜରେ ଚିକିତ୍ସାଧୀନ ଅଛନ୍ତି। ତିନଜଣ ମତ୍ସ୍ୟଜୀବୀ ଆହତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯାଇଛି। ୟଏହି ଘଟଣାକୁ ନିନ୍ଦା କରିବା ସହ ଶ୍ରୀଲଙ୍କାରେ ଥିବା ଭାରତୀୟ ହାଇ କମିଶନର ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟରେ ଏହି କଥା ଉଲ୍ଲେଖ କରିଛନ୍ତି।
ଭାରତ ପକ୍ଷରୁ ସବୁ ସମୟରେ ଏପରି ବିବାଦକୁ ଜୀବୀକା ଜନିତ ବୋଲି ଗ୍ରହଣ କରି ମାନବିକତା ଦୃଷ୍ଟିକୋଣରୁ ଜବାବ ଦେବାକୁ ଉଲ୍ଲେଖ କରି ଆସିଛି। କୌଣସି ବି ପରିସ୍ଥିତିରେ ଗୁଳି ଓ ସୁରକ୍ଷା ବଳଙ୍କ କାର୍ଯ୍ୟାନୁଷ୍ଠାନ ଏଥିଲାଗି ଗ୍ରହଣୀୟ ନୁହେଁ। ଏକ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ଚୁକ୍ତିକୁ ବିଚାର କରିବା ଲାଗି ଭାରତ କହିଛି।
କିଛିଦିନ ପୂର୍ବରୁ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜଳସୀମାରେ ପ୍ରବେଶ କରିବାକୁ ନେଇ ବିୀବାଦ ଉପୁଜିଥିଲା। ଶ୍ରୀଲଙ୍କା ସେନା ଏହିପରି ୪୧ଜଣଙ୍କୁ ଗିରଫ କରି ଭାରତକୁ ପଠାଇଥିଲା। ୮ ସେପ୍ଟେମ୍ବର ୨୦୨୪ରେ ଏହି ଘଟଣା ଘଟିଥିଲା। ସେହିପରି ଏହା ପୂର୍ବରୁ ଜାନୁୟାର ୧୬, ୨୦୨୪ରେ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ସରକାର ଗିରଫ କରି ଭାରତକୁ ଫେରାଇଥିଲେ।
Also Read- ବିମାନ ଉପରେ ବଜ୍ରପାତ, ଭୟରେ ଥରିଲା ଯାତ୍ରୀଙ୍କ ଛାତି !
Also Read- Top 10 News: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଓ ଅନ୍ୟାନ୍ୟ ଅପଡେଟ୍