Lok Sabha Speaker Om Birla: ନୂଆ ନାଁ ପୁରୁଣା ସଂସଦ ଭବନ କେଉଁଠାରେ ଅବସ୍ଥିତ ହେବ ୨୦୨୩ ବଜେଟ ଅଧିବେଶନ? ଏନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଲୋକସଭା ବାଚସ୍ପତି
ଓମ୍ ବିର୍ଲା। ନୂତନ ସଂସଦ ଭବନକୁ ଅପେକ୍ଷା କରୁଥିବା ଲୋକଙ୍କୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ହେବ। ଏଥର ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ ୨୦୨୩ ବଜେଟ୍ ଅଧିବେଶନ। ଲୋକସଭା ବାଚସ୍ପତି ଓମ ବିର୍ଲା ଏ ସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି। ଏନେଇ ବାଚସ୍ପତି କହିଛନ୍ତି ଯେ ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ରହିଛି। ଏଥର ବଜେଟ୍ ଅଧିବେଶନ ପୁରୁଣା ସଂସଦ ଭବନରେ ଆୟୋଜିତ ହେବ।


COMMERCIAL BREAK
SCROLL TO CONTINUE READING

ଲୋକସଭା ବାଚସ୍ପତି ଓମ ବିର୍ଲା (Lok Sabha Speaker Om Birla) ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ବାଚସ୍ପତି କହିଛନ୍ତି, "ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଚାଲିଛି। ବଜେଟ୍ ଅଧିବେଶନ ସମୟରେ ମାନ୍ୟବର ରାଷ୍ଟ୍ରପତି ବର୍ତ୍ତମାନର ସଂସଦ ଭବନରେ ଉଭୟ ଲୋକସଭା ଏବଂ ରାଜ୍ୟସଭା  ସାଂସଦଙ୍କୁ ସମ୍ବୋଧିତ କରିବେ। ଲୋକସଭା ବାଚସ୍ପତିଙ୍କ ଟ୍ୱିଟ ପରେ ସ୍ପଷ୍ଟ ହୋଇଛି ଯେ ଏଥର ବର୍ତ୍ତମାନର ସଂସଦ ଭବନରେ ବଜେଟ୍ 
ଅଧିବେଶନ ଅନୁଷ୍ଠିତ ହେବ। "


ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା ଯେ ଏଥର ନୂତନ ସଂସଦ ଭବନରେ (New Parliament Building) ବଜେଟ୍ ଅଧିବେଶନ (Budget Session 2023) ଅନୁଷ୍ଠିତ ହୋଇପାରେ। ଏନେଇ କୁହାଯାଇଥିଲା ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmal Sitharaman) ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ (Union Budget 2023-24) ନୂତନ ସଂସଦ ଭବନରେ  ଫେବୃଆରୀ ୧ ତାରିଖରେ ଉପସ୍ଥାପନ କରିବେ। ହେଲେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଟ୍ୱିଟ୍  (Om Birla Tweet) ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଗତ ୨୦୨୦ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ଦ୍ୱାରା ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।


ଆଉ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି ୨୦୨୩ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଦେଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ବର୍ତ୍ତମାନ ସମୟରେ ବିଶ୍ୱ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସହ ଆଗକୁ ବଢୁଛି। ଏହି ଯୁଦ୍ଧ କାରଣରୁ ସର୍ବଭାରତୀୟ ସ୍ତରରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିପାଇଛି। ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  ମଧ୍ୟ ଚଳିତ ବର୍ଷ ଆସିବାକୁ ଯାଉଥିବା ଆର୍ଥିକ ମାନ୍ଦାବସ୍ଥା ବାବଦରେ ଚେତାବନୀ ଦେଇଛି।


ଚଳିତ ବର୍ଷ ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁୟାରୀରୁ ଆରମ୍ଭ ହେବ। ଯାହା ଅପ୍ରେଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ବଜେଟ୍ ଅଧିବେଶନରେ ସଂସଦର କାର୍ଯ୍ୟକାରିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ। ହେଲେ ଏହି ସମୟ ମଧ୍ୟରେ ବିରତି ମଧ୍ୟ ହେବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ (Union Parliamentary Affairs Minister) ପ୍ରହ୍ଲାଦ ଯୋଶୀ (Pralhad Joshi) ଏ ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ। ହେଲେ ସଂସଦର କେଉଁ ଗୃହରେ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ ତାହା କହିନଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ।