ନୂଆଦିଲ୍ଲୀ: Gas Cylinder Price: ଯଦି ଆପଣ ମଧ୍ୟ ପ୍ରତି ମାସରେ ଗ୍ୟାସ୍ ସିଲିଣ୍ଡର ନେଉଛନ୍ତି ଓ ଗ୍ୟାସର ମୂଲ୍ୟ ବୃଦ୍ଧି ଯୋଗୁଁ ଚିନ୍ତିତ ଅଛନ୍ତି, ତେବେ ଏହି ଖବର ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । ONGC ଓ ରିଲାଏନ୍ସ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ଉତ୍ପାଦିତ ଗ୍ୟାସର ମୂଲ୍ୟ ସ୍ଥିର କରିବାର ସୂତ୍ରର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରି ଯୋଜନା ଆୟୋଗର ପୂର୍ବତନ ସଦସ୍ୟ କିରିଟ୍ ଏସ ପାରିକଙ୍କ ନେତୃତ୍ୱରେ ଏହି ସମୀକ୍ଷା କମିଟି ଗଠନ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସରକାର ଗଠନ କରିଥିବା ଏହି କମିଟି ଗ୍ୟାସ ଉପଭୋକ୍ତାଙ୍କୁ ଗ୍ୟାସର ଉଚିତ ମୂଲ୍ୟ ବିଷୟରେ ପରାମର୍ଶ ଦେବ । ଏହି ସମିତିରେ ସହରୀ ଗ୍ୟାସ ବିତରଣରେ ଜଡିତ ବେସରକାରୀ ବା ଘରୋଇ କମ୍ପାନୀ, ସରକାରୀ ଗ୍ୟାସ କମ୍ପାନୀ GAIL ଇଣ୍ଡିଆ ଲିମିଟେଡ, ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଉର୍ବରକ ମନ୍ତ୍ରଣାଳୟର ଜଣେ ଜଣେ ପ୍ରତିନିଧୀଙ୍କୁ ସାମିଲ କରାଯାଇଛି । ସରକାର ୨୦୧୪ରେ ଗ୍ୟାସ ଅଧିକ ଥିବା ଦେଶଗୁଡ଼ିକର ଗ୍ୟାସ ମୂଲ୍ୟର ବ୍ୟବହାର ଘରୋଇ ସ୍ତରରେ ଉତ୍ପାଦିତ ଗ୍ୟାସର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଏକ ସୂତ୍ର ଖୋଜିବାରେ କରିଥିଲେ । 


ଏହି ଫର୍ମୂଲା ଅନୁଯାୟୀ, ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଉତ୍ପାଦନ ମୂଲ୍ୟଠାରୁ ଗ୍ୟାସର ମୂଲ୍ୟ ଅନେକ ଗୁଣ କମ୍ ଥିଲା । କିନ୍ତୁ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ଗତ କିଛି ମାସ ମଧ୍ୟରେ ଏହି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପୁରୁଣା ଗ୍ୟାସ କ୍ଷେତ୍ରରୁ ବାହାରୁ ଥିବା ଗ୍ୟାସର ମୂଲ୍ୟ ଏପ୍ରିଲରୁ ଦୁଇଗୁଣ ବୃଦ୍ଧି ହୋଇ ୟୁନିଟ୍ ପିଛା ୬.୧ ଡଲାର (MMBTU) ହୋଇସାରିଛି ଓ ଆସନ୍ତା ମାସ ସୁଦ୍ଧା ୟୁନିଟ୍ ପିଛା ୯ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।


ମନ୍ତ୍ରଣାଳୟ ଏହି ସମିତିକୁ କହିଛି ଯେ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଥିବା ଗ୍ୟାସର ଉଚିତ ମୂଲ୍ୟର ପରାମର୍ଶ ଦିଆଯାଉ । ଗ୍ୟାସର ବ୍ୟବହାର ସାର ତିଆରି ବ୍ୟତୀତ ବିଦ୍ୟୁତ୍ ଉତ୍ପାଦନ ଓ CNG ଏବଂ LPG ରୋଷେଇ ଗ୍ୟାସ ଭାବରେ ମଧ୍ୟ ବ୍ୟବହୃତ ହୁଏ ।


ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର (LPG Gas Cylinder Price) ଜାରି କରିଥିଲେ ।  ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା । ଏହି ରିହାତି ବ୍ୟବସାୟିକ ସିଲିଣ୍ଡର (Commercial Cylinders) ବ୍ୟବହାରକାରୀଙ୍କୁ ମିଳିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା LPG ର ନୂତନ ଦର ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଘଟିଛି ।


ଏହା ବି ପଢ଼ନ୍ତୁ:-ତିଆରି ହୋଇନାହିଁ ଏପର୍ଯ୍ୟନ୍ତ ରାସନ କାର୍ଡ? ଚିନ୍ତା କରିବାର ନାହିଁ ଆବଶ୍ୟକତା, ଘରେ ବସି ଏପରି କରନ୍ତୁ ଆପ୍ଲାଇ, ଯିବାକୁ ପଡ଼ିବନି ଅଫିସ୍


ଏହା ବି ପଢ଼ନ୍ତୁ:-ଯଦି ପୁଟିନଙ୍କ ଏହି କଥାରେ ରାଜି ହୁଏ ଭାରତ ତ ଆମେରିକା ହୋଇଯିବ ପରମ ଶତ୍ରୁ!


ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଜବରଦସ୍ତ ଲାଭ


 


ଅନ୍ୟପଟେ ୧୪.୨ କିଲୋଗ୍ରାମର ଘରୋଇ LPG ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହିରଖୁଛୁ ଯେ, ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର (19 kg Commercial Cylinders) ଦିଲ୍ଲୀରେ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କାରେ ମିଳିବ । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୨୦୯୫.୫୦ ଟଙ୍କାରେ ମିଳୁଥିଲା, କିନ୍ତୁ ସେପ୍ଟେମ୍ୱର ୧ରୁ ଏହି ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ଉପଲବ୍ଧ ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ମିଳିବ । ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ଓ ଚେନ୍ନାଇରେ ୨,୦୪୫ ଟଙ୍କାକୁ ଖସି ଆସିଛି ।