Indian Railway: ଆସନ୍ତାକାଲି ଠାରୁ ଯାତ୍ରା ଆରମ୍ଭ କରିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ
Shri Jagannath Yatra Tourist Train: ଭାରତୀୟ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭାରତ ଗୌରବ ପଦକ୍ଷେପ ଅନୁଯାୟୀ ଜାନୁଆରୀ ୨୫ ତାରିଖରୁ ଯାତ୍ରା ଆରମ୍ଭ କରିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍।
Shri Jagannath Yatra Tourist Train To Run From Tomorrow: ଜାନୁଆରୀ ୨୫ ତାରିଖରୁ ଯାତ୍ରା ଆରମ୍ଭ କରିବ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍। ଏହି ଟ୍ରେନ ଓଡ଼ିଶା, ଝାଡଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟ ମଧ୍ୟରେ ଚଳାଚଳ କରିବ। ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଏହି ୪ ରାଜ୍ୟର ପ୍ରମୁଖ ତୀର୍ଥସ୍ଥାନକୁ ନେଇ ୮ ଦିନିଆ ଯାତ୍ରା ଆରମ୍ଭ କରିବ। ଭାରତୀୟ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭାରତ ଗୌରବ ପଦକ୍ଷେପ ଅନୁଯାୟୀ ଏହି ପର୍ଯ୍ୟଟନ ଟ୍ରେନ୍ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଧ୍ୟାନ କେନ୍ଦ୍ରୀତ କରିବ।
ଶୀତତାପ ନିୟନ୍ତ୍ରିତ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ (Shri Jagannath Yatra Tourist Train) ଦିଲ୍ଲୀସ୍ଥିତ ସଫଦରଗଞ୍ଜ ରେଳ ଷ୍ଟେସନ ଠାରୁ ଏହାର ଯାତ୍ରା ଆରମ୍ଭ କରିବ। ପ୍ରାୟ ୬୦୦ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଏହି ଟ୍ରେନ ମୋଟ ୧୦ ଏସି 3 ଟାୟର କୋଚ୍ ସହ (AC Three Tier Coach) ସଂଯୁକ୍ତ ହୋଇଛି। ଗାଜିଆବାଦ, ଆଲିଗଡ, ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ରେଳ ଷ୍ଟେସନ ଠାରେ ପର୍ଯ୍ୟଟକ ଏହି ଟ୍ରେନ ଯୋଗେ ଯାତ୍ରା କରିବାର ବିକଳ୍ପ ପାଇବେ। ପ୍ରଥମେ ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ବାରାଣାସୀ ଠାରେ ଅଟକିବ। ଯେଉଁଠାରେ ପର୍ଯ୍ୟଟକ କାଶୀ ବିଶ୍ୱନାଥ ମନ୍ଦିର ଏବଂ ଏହାକୁ ସଂଯୋଗ କରୁଥିବା କରିଡର ପରିଦର୍ଶନ କରିବେ। ଗଙ୍ଗା ନଦୀ କୂଳରେ ଅନୁଷ୍ଠିତ ହେଉଥିବା "ଗଙ୍ଗା ଆରତୀ" ଦର୍ଶନ କରିବେ।
ଏହା ପରେ ଟ୍ରେନ୍ ଝାଡଖଣ୍ଡର ଜସିଡିହ ରେଳ ଷ୍ଟେସନ ଠାରେ ଅଟକି ରହିବ। ଯେଉଁଠାରୁ ପର୍ଯ୍ୟଟକ ବାବା ବୈଦ୍ୟନାଥ ଧାମ ମନ୍ଦିର ଦର୍ଶନ କରିବେ। ଏହା ପରେ ଟ୍ରେନ ପୁରୀ ଅଭିମୁଖ୍ୟ ଯାତ୍ରା କରିବ। ଏଠାକାର ସ୍ଥାନୀୟ ହୋଟେଲ ଠାରେ ପର୍ଯ୍ୟଟକଙ୍କ ପାଇଁ ୨ ରାତି ରହିବାର ବ୍ୟବସ୍ଥା କରାଯିବ। ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଓଡିଶା ପହଞ୍ଚିବା ପରେ ପର୍ଯ୍ୟଟକ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିର ପରିଦର୍ଶନ କରିବେ।
ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଲାଗି ଶେଷ ଗନ୍ତବ୍ୟସ୍ଥଳ ହେଉଛି ଗୟା। ଯେଉଁଠାରେ ପର୍ଯ୍ୟଟକ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରିବେ। ଏହି ଟ୍ରେନ୍ ଫେବୃଆରୀ ୪ ତାରିଖ ଅଷ୍ଟମ ଦିନରେ ଦିଲ୍ଲୀ ଫେରିବ ଏବଂ ଯାତ୍ରା ବେଳେ ପ୍ରାୟ ୪ ହଜାର କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରନ୍ଧା ହୋଇଥିବା ସତେଜ ଶାକାହାରୀ ଖାଦ୍ୟ ପରିବେଷଣ କରାଯିବ। ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (Indian Railway Catering and Tourism Corporation) ଆରଆରସିଟିସି (IRCTC) ୮ ଦିନିଆ ଯାତ୍ରା ପାଇଁ ଜଣେ ପର୍ଯ୍ୟଟକଙ୍କ ପାଇଁ ପ୍ରାରମ୍ଭିକ ମୂଲ୍ୟ ୧୭,୬୫୫ ଟଙ୍କା ସ୍ଥିର କରିଛି।