India suspends Canadian visa: ଭାରତ ଓ କାନାଡ଼ା ତିକ୍ତତା ମଧ୍ୟରେ ସାମ୍ନାକୁ ଆସିଲା ଏକ ବଡ଼ ଅପଡ଼େଟ । ଏଣିକି କାନାଡାର ନାଗରିକକୁ ଭାରତରେ ମିଳିବନି ଏଣ୍ଟ୍ରି । କାନାଡ଼ା ଜନସାଧାରଣଙ୍କ ପାଇଁ ଭିସା ରଦ୍ଦ କଲେ ଭାରତ ସରକାର (India suspends Canadian visa) । କିଛି ଦିନ ହେବ ଦୁଇ ଦେଶ ମଧ୍ଯରେ ତିକ୍ତତା କାରଣରୁ ଏପରି ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ଭାରତକୁ ଆସିବାକୁ ଥିବା କାନାଡ଼ା ନାଗରିକଙ୍କୁ ଏବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଭିସା ମିଳିପାରିବ ନାହିଁ । ଏନେଇ ବିଏଲଏସ ଇଣ୍ଟନ୍ୟାସନାଲ ୱେବସାଇଟ ଜରିଆରେ ନୋଟିସ ଜାରି କରି ସୂଚନା ଦିଆଯାଇଛି । ସେପ୍ଟେମ୍ବର ୨୧ ତାରିଖଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ (visa suspends)କରିଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଦିନ ଗଡ଼ିବା ସହ ବଢି ଚାଲିଛି ଭାରତ କାନାଡ଼ା କଳି (India vs Canada controversy) । ଜୁନ୍ ୧୮ ତାରିଖରେ ହୋଇଥିବା ମୋଷ୍ଟ ୱାଣ୍ଟେଡ଼ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ (khalistani hardeep singh nijjar)  ହତ୍ୟା ଘଟଣାରେ ଭାରତୀୟ ଏଜେଣ୍ଟ ମାନଙ୍କ ସମ୍ପୃକ୍ତି ଥିବା କହିଥିଲେ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୋ (Justin Trudeau) କହିଥିଲେ। ଏହାପରେ ଭାରତର ଜଣେ କୂଟନୀତିଜ୍ଞଙ୍କୁ କାନାଡ଼ା ସରକାର ବହିଷ୍କାର କରିଥିଲେ । ପରେ ଭାରତ ତତ୍‍କ୍ଷଣାତ୍‍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାନାଡ଼ାର ଜଣେ ଉଚ୍ଚପଦସ୍ଥ କୂଟନୀତିଜ୍ଞଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା ଯାହା ପରେ ଦୁଇ ଦେଶ ମଧ୍ଯରେ ତିକ୍ତତା ଆରମ୍ଭ ହୋଇଥିଲା । ଏହାପରେ କାନାଡ଼ା ୫ ସହଯୋଗୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମେରିକା, ଅଷ୍ଟ୍ରଲିଆ ଓ ୟୁକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅପରପକ୍ଷେ, ଭାରତ ବିରୋଧୀ ତତ୍ତ୍ୱଙ୍କୁ ତାଙ୍କ ମାଟିରେ ପ୍ରୋତ୍ସାହନ ନଦେବାକୁ କାନାଡ଼ାକୁ କହିଛନ୍ତି । ଗୋଟେ ପଟେ ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିଥିବାବେଳେ ଏହାକୁ ଅଣଦେଖା କରିଛି କାନାଡ଼ା । ସେପଟେ ଖଲିସ୍ତାନୀଙ୍କ ପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ସୂଚନା ମିଳିଛି ।


Also Read-Khalistan Row : ଭାରତ-କାନାଡ଼ା ତିକ୍ତତା ମଧ୍ୟରେ ୪୩ ମୋଷ୍ଟ ଓ୍ୱାଣ୍ଟେଡ଼ ଖଲିସ୍ତାନୀ ଆତଙ୍କୀଙ୍କ ତାଲିକା


ଅନ୍ୟପଟେ, କାନାଡାରେ ରହୁଥିବା ଭାରତୀୟ ନାଗରିକଙ୍କ (Indian citizen) ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର (India government) । ନାଗରିକ ମାନଙ୍କ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ନେଇ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ  (Ministry of External Affairs) ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ କାନାଡାରେ ରହୁଛନ୍ତି ବା ସେଠାକୁ ଯାତ୍ରା କରୁଛନ୍ତି ସେମାନଙ୍କୁ ଅଧିକ ସତର୍କ ରହିବା ଜରୁରୀ । ଭାରତ ବିରୋଧରେ କାନାଡାରେ ହିଂସା, ଘୃଣା ଓ ଅପରାଧିକ ଗତିବିଧି ବୃଦ୍ଧି ପାଉଛି । ଏଥିସହ ସେଠାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଗାଯୋଗ ନମ୍ବର ଜାରି କରାଯାଇଛି । କୌଣସି ବି ସମସ୍ୟା ହେଲେ କାନାଡାରେ ଥିବା ଭାରତୀୟ ଦୂତାବାସକୁ ଜାରି ଆପରେ ଜଣାଇବାକୁ କୁହାଯାଇଛି ।