ନୂଆଦିଲ୍ଲୀ: Danish Kaneria on Rishabh Pant Fitness; ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର ଅଧିନାୟକତ୍ୱ କରୁଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ (Rishabh Pant) ଫିଟନେସ ଉପରେ ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଦାନିଶ କାନେରିଆ (Danish Kaneria) ପ୍ରଶ୍ନ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା (IND v SA 5th T20) ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ସିରିଜର ପଞ୍ଚମ ତଥା ଶେଷ ଟ-୨୦ ମ୍ୟାଚ୍ ରବିବାର ଦିନ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବର୍ତ୍ତମାନ ଉଭୟ ଦଳ ସିରିଜରେ ୨-୨ ରେ ବରାବର ଅଛନ୍ତି । ପନ୍ତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ (Team India) ଘରୋଇ ଟି-୨୦ ସିରିଜ୍ ଜିତିଲେ, ଇତିହାସ ସୃଷ୍ଟି କରିପାରିବ ।


COMMERCIAL BREAK
SCROLL TO CONTINUE READING

ଦାନିଶ କାନେରିଆ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, "ମୁଁ ପନ୍ତଙ୍କ ୱିକେଟ୍ କିପିଂରେ କଥା ହେବାକୁ ଚାହେଁ । ମୁଁ ଦେଖିଛି ଯେ ଯେତେବେଳେ ଦ୍ରୁତ ବୋଲର ବୋଲିଂ କରନ୍ତି, ସେତବେଳେ ସେ ପଛରେ ଛିଡା ହୁଅନ୍ତି । ସେ ନିଜ ଗ୍ଳୋବ୍ସ ଆଙ୍ଗୁଠିକୁ ତଳେ ରଖନ୍ତି ନାହିଁ । ଏଭଳି ପରିସ୍ଥିତିରେ ତାଙ୍କୁ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି । ମୁଁ ଭାବୁଛି ବୋଧହୁଏ ତାଙ୍କ ଓଜନ ବୃଦ୍ଧି ଯୋଗୁଁ ଏହା ଘଟୁଛି । ଭାରୀ ଯୋଗୁଁ ସେ ଶୀଘ୍ର ତଳୁ ଉପରକୁ ଆସିପାରିବେ ନାହିଁ । ତାଙ୍କର ଫିଟନେସ୍ ବିଷୟରେ ଚିନ୍ତା ଅଛି । କ'ଣ ସେ ୧୦୦% ଫିଟ୍?"


ଭାରତୀୟ ଦଳ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୌଣସି ଟି-୨୦ ସିରିଜ ଜିତି ନାହିଁ । ଏଭଳି ପରିସ୍ଥିତିରେ, ପନ୍ତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ । ପୂର୍ବରୁ ଭେଟେରାନ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆକୁ ନିଜ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଦଳ ବିପକ୍ଷରେ ଟି-୨୦ ସିରିଜରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।


ପନ୍ତଙ୍କ ଅଧିନାୟକତ୍ୱ ବିଷୟରେ କାନେରିଆ କହିଛନ୍ତି, 'ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀନେଶ କାର୍ତ୍ତିକଙ୍କ ସମେତ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ଠାରୁ ତାଙ୍କୁ ବହୁତ ସମର୍ଥନ ମିଳିଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ସିରିଜ୍ ଜିତିବା ପାଇଁ ପନ୍ତଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରିଯିବା ପରେ ଭାରତୀୟ ଦଳ ତୃତୀୟ ଓ ଚତୁର୍ଥ ଟି-୨୦ ଜିତି ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛି । ପନ୍ତ ଏପର୍ଯ୍ୟନ୍ତ ବ୍ୟାଟ୍ ସହିତ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛନ୍ତି ।


ଏହା ବି ବଢ଼ାନ୍ତୁ: Agnipath Scheme : ଅଗ୍ନିବୀର ନିଯୁକ୍ତି ପାଇଁ ଭାରତୀୟ ବାୟୁସେନା ଜାରି କଲା ବିଜ୍ଞପ୍ତି


ଏହା ବି ପଢ଼ନ୍ତୁ: Plane Got Fire: ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ