Cow Hug Day Decision Withdrawn By Govt: ଯଦି ଆପଣ ଭାଲେଣ୍ଟାଇନ୍ସ ଡେ ଅବସରରରେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ଉତ୍ସାହିତ ଅଛନ୍ତି, ତାହେଲେ ଆପଣ ଆପଣଙ୍କର ଉତ୍ସାହକୁ ଶାନ୍ତ କରନ୍ତୁ। କାରଣ କେନ୍ଦ୍ର ସରକାରଙ୍କ ପଶୁ କଲ୍ୟାଣ ବୋର୍ଡ ଗାଈ ଆଲିଙ୍ଗନ ଦିବସ ପାଳନ ପାଇଁ କରିଥିବା ନିବେଦନକୁ ପ୍ରତ୍ୟାହାର କରି ନେଇଛି। ଏନେଇ ଜାରି ହୋଇଥିବା ନିର୍ଦ୍ଦେଶାନାମାରେ ଏହା ଲେଖାଯାଇଛି ଯେ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ୧୪ ଫେବୃଆରୀରେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ କେନ୍ଦ୍ର ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ କରାଯାଇଥିବା ଆବେଦନକୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୬ ଫେବୃଆରୀରେ ପଶୁ କଲ୍ୟାଣ ବୋର୍ଡ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ପାଶ୍ଚାତ୍ୟ ସଂସ୍କୃତିର ଅଗ୍ରଗତି ହେତୁ ବୈଦିକ ପରମ୍ପରା ବିଲୁପ୍ତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଗାଈ ଆଲିଙ୍ଗନ ଦିବସ ପାଳନ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେବାକୁ ନେଇ ପ୍ରଶ୍ନ ଉଠିଛି।


COMMERCIAL BREAK
SCROLL TO CONTINUE READING

ଏହି ନିଷ୍ପତ୍ତି ସେହି ଗୋ ପ୍ରେମୀଙ୍କୁ ନିରାଶ କରିଛି ଯେଉଁମାନେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାର ନିଷ୍ପତ୍ତିକୁ ଉତ୍ସାହର ସହିତ ସ୍ୱାଗତ କରିଥିଲେ। ହେଲେ ଏପରି କ'ଣ ଘଟିଲା ଯେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ କରାଯାଇଥିବା ଆବେଦନକୁ ପ୍ରତ୍ୟାହାର କରି ନିଆଯାଇଥିଲା ଏବଂ ପଛରେ କେଉଁ କାରଣ ରହିଛି ତାହା ମଧ୍ୟ କୁହାଯାଇ ନଥିଲା। ଏହା ମଧ୍ୟ ହୋଇଥାଇ ପାରେ ଯେ ସୋସିଆଲ ମିଡିଆରେ ଗାଈ ଆଲିଙ୍ଗନ ଦିବସ ପାଳନକୁ ପରିହାସ କରାଯାଇ ଥାଇପାରେ। ଯାହାକୁ ଦେଖିବା ପରେ କେନ୍ଦ୍ରୀୟ ପଶୁ କଲ୍ୟାଣ ବୋର୍ଡ ଅନୁଭବ କଲା ଯେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାର ନିଷ୍ପତ୍ତି ଠିକ୍ ନୁହେଁ।


Also Read: Cow Hug Day: 'ପ୍ରେମ ଦିବସ' ନୁହେଁ ୧୪ ଫେବୃଆରୀରେ 'ଗାଈ ଆଲିଙ୍ଗନ ଦିବସ' ପାଳନ କର!


ଗାଈ ଆଲିଙ୍ଗନ ଦିବସ ପାଳନ କେତେଦୂର ବିପଦପୂର୍ଣ୍ଣ ହୋଇପାରେ ତାହା ମଧ୍ୟ ପଶୁ କଲ୍ୟାଣ ବୋର୍ଡ ହୃଦୟଙ୍ଗମ କରିଛି। କାରଣ ଯାହା ହେଉ ନାଁ କାହିଁକି, ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ କରାଯାଇଥିବା ନିବେଦନ ପ୍ରତ୍ୟାହାର କରିନେଇ କେନ୍ଦ୍ର ପଶୁ କଲ୍ୟାଣ ବୋର୍ଡ ଦେଶରେ କୋଟି କୋଟି ଗୋ ପ୍ରେମୀଙ୍କ ଭାବନାକୁ ଆଘାତ ଦେଇଛି। ଯେଉଁମାନେ ଭାଲେଣ୍ଟାଇନ୍ସ ଡେ ଅବସରରେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉ ଥିଲେ। ଏହି ଖବର ସେହି ପ୍ରେମୀ ଯୁଗଳଙ୍କ ପାଇଁ ମଧ୍ୟ ଚକିତ କରିଛି ଯେଉଁମାନେ ଗାଈ ଆଲିଙ୍ଗନ ଦିବସ ପାଳନ କରିବାକୁ ଘୋଷଣା କରାଯିବା ପରେ କଥିତ ହିନ୍ଦୁ ସଂସ୍କୃତି ରକ୍ଷକ ସେମାନଙ୍କୁ ଆଉ ହଇରାଣ କରିବେ ନାହିଁ ବୋଲି ଭାବି ଖୁସି ହେଉଥିଲେ।


ଯେଉଁ ଦେଶରେ ଗାଈକୁ ମାତା ସହ ତୁଳନା କରାଯାଏ, ସେହି ଦେଶରେ ଗାଈକୁ ସମ୍ମାନ ଦିଆଯିବା ଆବଶ୍ୟକ। ଯଦିଓ ପଶୁ କଲ୍ୟାଣ ବୋର୍ଡ ଗାଈନ ଆଲିଙ୍ଗନ ଦିବସ ପାଳନ କରିବାକୁ କରିଥିବା ଏହାର ନିବେଦନକୁ ପ୍ରତ୍ୟାହାର କରିନେଇଛି। ହେଲେ ଏହା ଭାଲେଣ୍ଟାଇନ୍ସ ଡେ ହେଉ କିମ୍ବା ଅନ୍ୟ କୌଣସି ଦିନ, ଆପଣ ଯେତେବେଳେ ଚାହିଁବେ ଗାଈକୁ ଆଲିଙ୍ଗନ କରିପାରିବେ। କାରଣ ପ୍ରତ୍ୟେକ ଦିନ, ପ୍ରତ୍ୟେକ ଥର ପ୍ରେମ ପ୍ରକାଶ କରିବା ପାଇଁ ଉପଯୁକ୍ତ ଏବଂ କୌଣସି ଦିନକୁ ପୃଥକ ଭାବରେ ଘୋଷଣା କରିବାର ଆବଶ୍ୟକତା ନାହିଁ।