Indian army chopper crash: ଗୁରୁବାର ଦିନ ସକାଳେ ଜମ୍ମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାରୱା ତହସିଲ ଅଞ୍ଚଳର ମାଛନା ଗାଁରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଏହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୩ ଜଣ ସେନା ରହିଥିଲେ । ତେବେ ଏନେଇ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ହେଲିକପ୍ଟରରେ ଥିବା ୩ ଜଣ ପାଇଲଟ ଆହତ ହୋଇଥିଲେ ବି ନିରାପଦ ରହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସେନା ଏକ ଏଏଲଏଚ୍ ଧ୍ରୁବ ହେଲିକପ୍ଟର ଜମ୍ମୁ କାଶ୍ମୀରର କିସ୍ତୱାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୩ ଜଣ ପାଇଲଟ ଆହତ ହୋଇଥିଲେ ମଧ୍ଯ ନିରାପଦ ଥିବା ସୂଚନା ରହିଛି । ତେବେ ଆହତ ପାଇଲଟଙ୍କ ଚିକିତ୍ସା ଚାଲିଥିବା ନେଇ ସେନା ଅଧିକାରୀ ସୂଚନା ଦେଇଛନ୍ତି । କିସ୍ତୱାଡ଼ ଜିଲ୍ଲାର ମାରୱା- ଦାଛନ ମଧ୍ଯରେ ପ୍ରଭାହିତ ମରୁସୁଦର ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଅଶଂ ବିଶେଷ ପଡ଼ିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରକାଶ ଥାଉ କି, ଚଳିତ ମାର୍ଚ୍ଚ ମାସରେ ଆରୁଣାଚଳ ପ୍ରଦେଶର ମଣ୍ତଳା ପର୍ବତ୍ୟାଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।


 ଅଧିକ ବିବରଣୀ ଅପେକ୍ଷା କରାଯାଇଛି।"