Indian Army Weapon: ନିକଟରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଚୀନ ସହ ହୋଇଥିବା ସଂଘର୍ଷ ପରେ ଏବେ ପୂର୍ବ ଅପେକ୍ଷା ଆହୁରି ସତର୍କ ହୋଇଉଠିଛି ଭାରତୀୟ ସେନା। ସୀମାରେ ଚୀନ୍ ସୈନିକଙ୍କ ଦ୍ୱାରା ହେଉଥିବା ପଥର ମାଡ଼ କିମ୍ବା ଧସ୍ତାଧସ୍ତି ଅଥବା ହାତାହାତିରୁ ବର୍ତ୍ତିବା ପାଇଁ ଭାରତୀୟ ସେନା ଏକ ବିଶେଷ ପ୍ରକାର ଅସ୍ତ୍ର ପାଇଛି। ସୀମାରେ ଚୀନ ସୈନିକଙ୍କ ଅନୁପ୍ରବେଶକୁ ରୋକିବା ତ୍ରିଶୂଳ, ବଜ୍ର ଏବଂ ସ୍ୱତନ୍ତ୍ର ପ୍ରକାର ବାଡି ବର୍ତ୍ତମାନ ଭାରତୀୟ ସେନା ବ୍ୟବହାର କରୁଥିବା ହତିଆରରେ ଅନ୍ତର୍ଭୂକ୍ତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ଏହି ଅସ୍ତ୍ରଶସ୍ତ୍ର ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚୀନ୍ ସୈନ୍ୟ ଏପରି ପାରମ୍ପରିକ ହତିଆରର ସାମ୍ନା ପୂର୍ବରୁ କେବେ କରିନାହାଁନ୍ତି। ଗତ ୨୦୨୦ ଜୁନରେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକାରେ ଚୀନ ସେନା ସହ ହୋଇଥିବା ସଂଘର୍ଷ ପରେ ଏପରି ବିଶେଷ ଧରଣର ପାରମ୍ପରିକ ଅସ୍ତ୍ର ଭାରତୀୟ ସେନାକୁ ମିଳିଛି। ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ସମୟରେ ଚୀନ୍ ସୈନ୍ୟ ଭାରତୀୟ ସୈନିକଙ୍କ ଉପରେ ଆକ୍ରମଣ କରିବା ପାଇଁ ସ୍ୱତନ୍ତ୍ର ଧରଣର କଣ୍ଟା ଏବଂ ତୀକ୍ଷ୍ଣ ଅସ୍ତ୍ର ଆଣିଥିବା ବେଳେ ସେମାନଙ୍କ ସହ ଲଢିବା ପାଇଁ ଭାରତୀୟ ସୈନିକଙ୍କ ପାଖରେ କେବଳ ସାଧାରଣ ବାଡ଼ି ରହିଥିଲା।


ଭାରତୀୟ ସେନାକୁ ଏପରି ପାରମ୍ପରିକ ଅସ୍ତ୍ର ଯୋଗାଉଥିବା ଆପାଷ୍ଟେରନ୍ କମ୍ପାନୀ (Apasteron Company) ଅନୁସାରେ ଗଲୱାନ ଉପତ୍ୟାକାରେ ଚୀନ୍ ସହ ହୋଇଥିବା ସଂଘର୍ଷ ପରେ ଭାରତୀୟ ସେନାକୁ ଏପରି ଅସ୍ତ୍ରଶସ୍ତ୍ର ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନୀ ଅଧିକାରୀ ମୋହିତ କୁମାରଙ୍କ କହିବା ଅନୁସାରେ, ଗଲୱାନ ଠାରେ ଚୀନ୍ ସୈନ୍ୟବାହିନୀ ସହ ସଂଘର୍ଷ ହେବା ପର ଠାରୁ ଆମକୁ ଭାରତୀୟ ସେନାକୁ ଏପରି ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ନିର୍ଦ୍ଦେଶ ମିଳିଛି। ଏହି ଅସ୍ତ୍ରଶସ୍ତ୍ର ଭାରତୀୟ ସେନାର ପସନ୍ଦ ଅନୁଯାୟୀ ଡିଜାଇନ୍ କରାଯାଇଛି।


Also Read: ପାରମ୍ପରିକ ନୁହେଁ ଏଣିକି ପୌରାଣିକ ଅସ୍ତ୍ରରେ ଶତ୍ରୁ ପକ୍ଷ ସହ ଲଢିବ Indian Army


 


ଗତ ବର୍ଷ ହୋଇଥିବା ସଂଘର୍ଷ ରେ ଚୀନ୍ ସୈନିକ ଭାରତୀୟ ସୈନ୍ୟଙ୍କୁ ବିରୁଦ୍ଧରେ ଆଧୁନିକ ଅଣ-ମାରାତ୍ମକ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଚୀନ୍ ସୈନ୍ୟ ଭାରତୀୟ ସୈନିକଙ୍କୁ ଉପରେ ତାର ବାଡ଼ି ଏବଂ ଟାସର୍ ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହା ପରେ ଚୀନ୍‌କୁ ଜବାବ ଦେବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟ ମାରାତ୍ମକ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ ନିଷ୍ପତ୍ତି ନେଇଥିଲା। 


ଆପାଷ୍ଟେରନ୍ କମ୍ପାନୀ ଅନୁଯାୟୀ ଏହି ଅସ୍ତ୍ରଶସ୍ତ୍ର ଥରେ ଚାର୍ଜ କରିବା ପରେ ଏହାକୁ ଏକ ମାସ ପର୍ଯ୍ୟନ୍ତ ରିଚାର୍ଜ କରିବାର ଆବଶ୍ୟକତା ନାହିଁ। ଯେ କୌଣସି ସୀମାନ୍ତ ଅଞ୍ଚଳରେ ଯେ କୌଣସି ସମୟରେ ଏହାକୁ ବ୍ୟବହାର କରିହେବ। ସୁରକ୍ଷା ପାଇଁ ବ୍ୟବହୃତ  ତ୍ରିଶୂଳ ଏବଂ ବଜ୍ର ଭଳି ଏହି ଅସ୍ତ୍ର ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଏଥିରୁ ଶକ୍ତିଶାଳୀ କରେଣ୍ଟ ନିର୍ଗତ ହୋଇଥାଏ। ଏହି ଅସ୍ତ୍ରକୁ ସ୍ପର୍ଶ କରିବା ମାତ୍ରେ ଚୀନ ସୈନିକ କିଛି  ସମୟ ପାଇଁ ପକ୍ଷାଘାତର ଶୀକାର ହେବେ। ଆପାଷ୍ଟେରନ୍ କମ୍ପାନୀ ହେଉଛି ଏକ ଭାରତୀୟ କମ୍ପାନୀ ଯିଏ ମାରାତ୍ମକ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ସହ ସଶସ୍ତ୍ର ବାହିନୀର ସୈନିକଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଏବଂ ହେଲମେଟ ଆଦି ଉପକରଣ ନିର୍ମାଣ କରିଥାଏ।