RBI Guidelines on 500 Rupee Note: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୫୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଏକ ନୂତନ ଗାଇଡଲାଇନ୍ସ ଜାରି କରାଯାଇଛି। ଯଦି ଆପଣଙ୍କ ପାଖରେ ୫୦୦ ଟଙ୍କିଆ ନୋଟ୍ ରହିଛି କିମ୍ବା ଆପଣ ନିଜ ଘରେ ୫୦୦ ଟଙ୍କିଆ ନୋଟ୍ ରଖିଛନ୍ତି, ତାହେଲେ ଏହି ଖବର ଆପଣଙ୍କ ବେଶ ଉପଯୋଗୀ। ସମଗ୍ର ଦେଶରେ ବିମୁଦ୍ରୀକରଣ ପରେ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ ବିଷୟରେ ଅନେକ ପ୍ରକାରର ଖବର ଗଣମାଧ୍ୟମରେ ପ୍ରସାରିତ ହେଉଛି। ହେଲେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କେଉଁ ନୂଆ ଗାଇଡଲାଇନ ଜାରି କରାଯାଇଛି ସେ ସମ୍ପର୍କରେ ଜାଣିନିଅନ୍ତୁ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ରିଜର୍ବ ବ୍ୟାଙ୍କ (Reserver Bank of India) ଆରବିଆଇ (RBI) ପକ୍ଷରୁ ୧୦୦, ୨୦୦, ୫୦୦, ୨୦୦୦ ଟଙ୍କାର ନୋଟ୍ ଜାରି କରାଯାଇଥାଏ। ବିଭିନ୍ନ ସମୟରେ ଏପରି ଘଟଣା ଘଟିଥାଏ ଯେତେବେଳେ ଆମେ ଏଟିଏମ କାଉଣ୍ଟର ଠାରେ ଟଙ୍କା ଉଠାଇବା ପରେ ଅନେକ ଥର ଆମକୁ ଏଭଳି ଧରଣର ନୋଟ୍ ମିଳିଥାଏ, ଯାହା କୌଣସି ଠାରେ ବ୍ୟବହାର ହୋଇପାରିନଥାଏ। ହେଲେ ଏବେ ଆପଣ ସେହି ଚିରା ଫଟା ନୋଟ୍ ସହଜରେ ବଦଳାଇ ପାରିବେ।


ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଆପଣ ଆପଣଙ୍କର ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଚିରା ଫଟା ନୋଟ୍ ବଦଳାଇ ପାରିବେ। ଏହା ସହିତ ଆରବିଆଇ ୫୦୦ ଟଙ୍କିଆ ନୋଟ୍ ଚିହ୍ନଟ କରିବା ପାଇଁ ଏକ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ବିଗତ କିଛି ଦିନ ହେବ ବିଭିନ୍ନ ନୋଟ ସମ୍ପର୍କରେ ଅନେକ ଭାଇରାଲ ଖବର ଆସୁଛି। ଯାହାକୁ ନଜରରେ ରଖି ଆରବିଆଇ ଏହି ନୋଟ ଚିହ୍ନିବାର ଉପାୟ ଜଣାଇଛି।


ଆପଣ କିପରି ଚିହ୍ନଟ କରିବେ ଖରାପ ନୋଟ୍? 


  • ଯଦି ଆପଣଙ୍କର ନୋଟ୍ ଧାରରୁ ମଧ୍ୟଭାଗ ପର୍ଯ୍ୟନ୍ତ ଚିରି ଯାଇଛି, ତାହେଲେ ଏହା ଅନୁପଯୁକ୍ତ ବୋଲି ଧରାଯିବ।

  • ଯଦି ନୋଟ୍ ବହୁତ ମଇଳା କିମ୍ବା ଏଥିରେ ମାଟି ଲାଗିଯାଇଛି, ତାହେଲେ ଏହାକୁ ଅଯୋଗ୍ୟ ବୋଲି ଧରାଯିବ।

  • ଅନେକ ଥର, ଅତ୍ୟଧିକ ବ୍ୟବହାର ହେତୁ, ନୋଟ୍ ନଷ୍ଟ ହୋଇଯାଇ ଥାଏ। ତାହେଲେ ତାହାକ ଅଯୋଗ୍ୟ ବୋଲି ଧରାଯିବ।

  • ଏହା ବ୍ୟତୀତ ନୋଟ ଉପରେ ରହିଥିବା ଗ୍ରାଫିକ୍ ପରିବର୍ତ୍ତନ ମଧ୍ୟ ଅନୁପଯୁକ୍ତ ବୋଲି ଧରାଯିବ।

  • ଯଦିଓ ନୋଟ ରଙ୍ଗ ମଳିନ ହୋଇଯାଏ, ତାହେଲେ ଏହାକୁ ଅନୁପଯୁକ୍ତ ବୋଲି ଧରାଯିବ।


କ'ଣ ରହିଛି ଆରବିଆଇ ନିର୍ଦ୍ଦେଶ?
ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ, ଯଦି ଆପଣଙ୍କ ପାଖରେ ପୁରୁଣା କିମ୍ବା ଚିରା ଫଟା ୫୦୦ ଟଙ୍କିଆ ନୋଟ୍ ଅଛି, ତାହେଲେ ବର୍ତ୍ତମାନ ଆପଣ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଆପଣ ଆପଣଙ୍କର ନିକଟସ୍ଥ ଯେ କୌଣସି ବ୍ୟାଙ୍କ ଶାଖାକୁ ଯାଇ ଏହାକୁ ପରିବର୍ତ୍ତନ କରିପାରିବେ। ଯଦି କୌଣସି ବ୍ୟାଙ୍କ ଏଭଳି ଧରଣର ନୋଟ ପରିବର୍ତ୍ତନ କରିବାକୁ ମନା କରନ୍ତି, ତାହେଲେ ଆପଣ ଏ ସମ୍ପର୍କରେ ଅଭିଯୋଗ କରିପାରିବେ।