ଚୀନ-ପାକ୍ ଛାତିରେ ଛନକା! ୧୫ ଦିନ ପାଇଁ ଗୋଳାବାରୁଦ ରଖିବ ଭାରତୀୟ ସେନା
ଚୀନ ସହ ମୁକାବିଲା ପାଇଁ ଆବଶ୍ୟକ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଭାରତୀୟ ସେନାକୁ ଯୋଗାଇ ଦିଆଯାଇଛି। ସ୍ଥିତିକୁ ନଜରରେ ରଖି ୧୫ ଦିନ ପାଇଁ ଗୋଳାବାରୁଦ ମହଜୁଦ ରଖିବା ପାଇଁ ଭାରତୀୟ ସେନାକୁ ଅଧିକାର ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଦାନ କରିଛି ।
ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ସୀମା ବିବାଦ ଲାଗି ରହିଥିବାବେଳେ ସ୍ଥଳସେନା, ବାୟୁସେନା ଓ ନୌସେନାକୁ ମିଳିଛି ବଡ଼ ଶକ୍ତି। ଚୀନ ସହ ମୁକାବିଲା ପାଇଁ ଆବଶ୍ୟକ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଭାରତୀୟ ସେନାକୁ ଯୋଗାଇ ଦିଆଯାଇଛି। ସ୍ଥିତିକୁ ନଜରରେ ରଖି ୧୫ ଦିନ ପାଇଁ ଗୋଳାବାରୁଦ ମହଜୁଦ ରଖିବା ପାଇଁ ଭାରତୀୟ ସେନାକୁ ଅଧିକାର ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଦାନ କରିଛି । ପଡୋଶୀ ଚୀନ ଓ ପାକିସ୍ତାନ ସହ ସୀମା ବିବାଦ କାରଣରୁ ପ୍ରତିରକ୍ଷା ମନ୍ତ୍ରାଳୟ ଏପରି ନିଷ୍ପତ୍ତି ଗ୍ରହଣ କରିଛି।
ଗ୍ରୀଷ୍ମ ହେଉ କି ବର୍ଷା ଅବା ଶୀତ, ସବୁ ସମୟରେ ଚୀନ ସେନା (Chinese Army) କୁ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ଭାରତୀୟ ଯବାନ (Indian Army)। ପୂର୍ବରୁ ସେନାକୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ଅନୁମତି ମିଳୁଥିବାବେଳେ ଏବେ ତାହାକୁ ୧୫ ଦିନକୁ ବୃଦ୍ଧି କରାଯାଇଛି। ଏବେ ସେନା ଆବଶ୍ୟକ ଅନୁଯାୟୀ, ଯୁଦ୍ଧ ସାମଗ୍ରୀ ମହଜୁଦ କରିବା ସହ ଏମରଜେନ୍ସି ଫାଇନାନ୍ସିଆଲ ଶକ୍ତିର ମଧ୍ୟ ଉପଯୋଗ କରିପାରିବ। ନିକଟରେ ୫୦ ହଜାର କୋଟି ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ (defence items) କିଣିବା ପାଇଁ ଭାରତ ସରକାର (GoI) ଯୋଜନା କରିଛନ୍ତି।
Also Read: ଚୀନ ଉପରେ ବର୍ଷିଲେ ରାଜନାଥ
ଶତ୍ରୁ ସହିତ ମୁକାବିଲା ପାଇଁ ଆଗୁଆ ୧୫ଦିନ ପାଇଁ ଅସ୍ତ୍ରଶସ୍ତ୍ର ଓ ୱପନ ସିଷ୍ଟମକୁ (weapons and ammunition) ପ୍ରସ୍ତୁତ ରଖାଯାଇଛି। ଏହି ନିଷ୍ପତ୍ତି ପାକିସ୍ତାନ ଓ ଚୀନ ସେନା ସହିତ ଲଢ଼ିବା ପାଇଁ ଭାରତୀୟ ସେନାକୁ ମହାଶକ୍ତି ପ୍ରଦାନ କରିଛି। ଏବେ LAC ର ଅଧିକାଂଶ ଟପ୍ ପୋଷ୍ଟରେ ଭାରତୀୟ ସେନା ମୁତୟନ ରହିଛନ୍ତି। ସେଠାରେ ପ୍ରବଳ ଥଣ୍ଡା ହେଉଥିବାରୁ ସେମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି। ଯେଉଁଠାରେ ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ଯବାନମାନଙ୍କ ରହିବା ପାଇଁ ଆଧୁନିକ ବ୍ୟବସ୍ଥା କରାଯାଇଛି ।
ଲଦାଖ (Ladakh) ସୀମାରେ ମୁତୟନ ଭାରତୀୟ ଯବାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଖାଦ୍ୟ ସମଗ୍ରୀ ମଧ୍ୟ ମହଜୁଦ ହୋଇସାରିଛି। ଏପରିକି ଏହା ଆସନ୍ତା ୧୪ ମାସ ପାଇଁ ପର୍ଯ୍ୟାପ୍ତ ରହିଛି। ଅର୍ଥାତ ଶୀତ ଋତୁରେ ମଧ୍ୟ ସୀମାରେ ମୁତୟନ ଯବାନଙ୍କର କୌଣସି ସମସ୍ୟା ରହିବ ନାହିଁ। ଏପରି ସ୍ଥିତିରେ ଯଦି ଯେକୌଣସି ପଡୋଶୀ ରାଷ୍ଟ୍ର ସହ ଯୁଦ୍ଧ (War) ହୁଏ ତେବେ ସେମାନଙ୍କୁ ମୁହଁତୋଡ ଜବାବ ଦିଆଯାଇ ପାରିବ।