Arabian Sea Operation: ସମୁଦ୍ରର ନୀଳ ଜଳରାଶି ମଧ୍ୟରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା। ୨୩ ଜଣ ପାକିସ୍ତାନୀଙ୍କୁ ସୁରକ୍ଷିତ ଭାବେ କଲା ଉଦ୍ଧାର। ଆରବ ସାଗରରେ ଅପହରଣ ହୋଇଥିବା ଗୋଟିଏ ଇରାନୀୟ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି ଭାରତୀୟ ନୌସେନା । ମିଳିଥିବା ସୂଚନା ମୁତାବକ, ଏହା ଏକ ମାଛଧରା ଜାହାଜ ହୋଇଥିବା ବେଳେ ନଅ ଜଣ ସଶସ୍ତ୍ର ଜଳଦସ୍ୟୁ ଏହାକୁ ଅପହରଣ କରି ନେଇଥିଲେ। କିନ୍ତୁ,ଦୀର୍ଘ ୧୨ ଘଣ୍ଟାର ବଡ଼ ଅପରେସନ ପରେ ସାମୁଦ୍ରିକ ଲୁଟେରାଙ୍କୁ ମାତ୍ ଦେଇ ଜାହାଜ ସମେତ ସମସ୍ତ କ୍ରୁ ମେମ୍ବରକୁ ମୁକ୍ତ କରିଛି ଭାରତୀୟ ନୌସେନା । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଗତ ୨୮ ତାରିଖ ଦିନ ରାତିରେ  ଇରାନର ଏକ ମାଛ ଧରା ଜାହାଜ ଅଲ କମ୍ବର ୭୮୬କୁ ଆରବ ସାଗରରେ କିଛି ଜଳଦସ୍ୟୁ ଅପରହଣ କରି ନେଇଥିଲେ । ସୋମାଲିଆର କିଛି ସଶସ୍ତ୍ର ଡକାୟତ ଏହି ମାଛ ଧରା ଜାହାଜକୁ ନିଜ କବଜାକୁ ନେଇ ୨୩ ପାକିସ୍ତାନୀ ନାଗରିକଙ୍କୁ ପଣବନ୍ଦୀ ରଖିଥିଲେ । ଏହି ଖବର ପାଇବା ପରେ,  ଭାରତୀୟ ନୌସେନା ଅପରେସନ ସଂକଳ୍ପ ଆରମ୍ଭ କରିଥିଲା। ଆଉ ସମୁଦ୍ର ମଧ୍ୟରେ  ମାଛଧରା ଜାହାଜଟିକୁ ଅଟକାଇ ଥିଲା। କିନ୍ତୁ ଜାହଜଟିକୁ ଜଳରାଶି ମଧ୍ୟରେ ଭାରତୀୟ ନୌସେନା ପୂରା ଘେରିଯିବା ପରେ ଶେଷରେ କୌଣସି ଉପାୟ ନ ପାଇ ଭାରତୀୟ ନୌସେନା ଆଗରେ ଆତ୍ମ ସମର୍ପଣ କରିଥିଲେ ଜଳଦସ୍ୟୁ। ଦିର୍ଘ ୧୨ ଘଣ୍ଟାର ଅପରେସନ୍ ପରେ ଜଳଦସ୍ୟୁ ମାନେ ନୌସେନା ନିକଟରେ ଆତ୍ମସମର୍ପଣ ପାଇଁ ବାଧ୍ୟ ହୋଇଥିଲେ।  ବୋଟରେ ଥିବା ୨୩ ଜଣ ପାକିସ୍ତାନୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପରେ ବୋଟ୍ ଟିକୁ ସାନିଟାଇଜ୍ କରି ସୁରକ୍ଷିତ ସ୍ଥାନକୁ ଏସକଟ୍ କରାଯାଇଥିଲା।