Cheistha Kochhar: ନୂଆଦିଲ୍ଲୀ: ଲଣ୍ଡନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି ଗୁଡଗାଓଁର ୩୩ ବର୍ଷୀୟ ଚିଷ୍ଠା କୋଚର। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକସରେ ଡକ୍ଟରେଟ କରୁଥିବା ଜଣାପଡ଼ିଛି। ତେବେ ତାଙ୍କୁ ଗତ ୧୯ ତାରିଖରେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେ ସାଇକେଲ ଯୋଗେ ଯାଉଥିବା ବେଳେ ତାଙ୍କୁ ଏକ ଲରି ଟ୍ରକ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ ତାଙ୍କ ସ୍ୱାମୀ ପ୍ରଶାନ୍ତ ଲଣ୍ଡନରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଚାକିରି କରନ୍ତି। ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପ୍ରଶାନ୍ତ। ତେବେ ସ୍ଥାନୀୟ ପୋଲିସ ଚିଷ୍ଠାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ ଚିଷ୍ଠାଙ୍କୁ ଧକ୍କା ଦେଇଥିବା ଲରିଟି ଏକ ଆବର୍ଜନାପୂର୍ଣ୍ଣ ଗାଡ଼ି ରହିଥିଲା। ଗାଡ଼ିକୁ ଜବତ କରିବା ସହିତ ଡ୍ରାଇଭରଙ୍କୁ ଗିରଫ କରିଥିବାର ସୂଚନା ରହିଛି। 


ଏଠାରେ କହି ରଖୁ କି ଚିଷ୍ଠା ଉତ୍ତରପ୍ରଦେଶର ବରେଲୀରେ ଜନ୍ମ ଗ୍ରହଣ କରିଥିଲେ। ପରବର୍ତ୍ତି ସମୟରେ ସେ ଗୁଡ଼ଗାଓଁକୁ ଚାଲିଯାଇଥିଲେ। ପରେ ତାଙ୍କ ବିବାହ ପରେ ସେ ଲଣ୍ଡନ ଚାଲିଯାଇଥିଲେ। ସେଠାରେ ସେ organisational behaviour management ଉପରେ ୪ ବର୍ଷିଆ Ph.D କରୁଥିଲେ। ତେବେ ନୀତି ଆୟୋଗରେ କିଛି ଦିନ ପାଇଁ କାମ ମଧ୍ୟ କରିଥିଲେ।