Train Delay: ଥଣ୍ତାରେ (Cold) ଥରୁଛି ପୂରା ଉତ୍ତର ଭାରତ। ପ୍ରବଳ ଥଣ୍ତା ସହିତ ଘନ କୁହୁଡିର (fog) ବଳୟ ଭିତରେ ରହିଛି ଦିଲ୍ଲୀ-ଏନସିଆର। ଉତ୍ତର ଭାରତର ଘନ କୁହୁଡ଼ି ମଙ୍ଗଳବାର ରେଳ ସେବା ଉପରେ ମଧ୍ୟ ପ୍ରଭାବ ପକାଉଛି। ଦିଲ୍ଲୀର ସମସ୍ତ ରେଳ ଷ୍ଟେସନରୁ ଆସୁଥିବା ଏବଂ ଯାଉଥିବା ଅନେକ ଟ୍ରେନ୍ ମଧ୍ୟ ଆଜି ବିଳମ୍ବରେ ଚାଲୁଛି। ରେଳବାଇ (Indian Railway)ପକ୍ଷରୁ କୁହାଯାଇଛି ଯେ, କୁହୁଡ଼ି ଏବଂ ଜାତୀୟ ରାଜଧାନୀରେ ଦୃଶ୍ୟମାନତା ହେତୁ ଆଜି ୨୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲୁଛି। 


COMMERCIAL BREAK
SCROLL TO CONTINUE READING

ALSO READ : Today Horoscope: ଅକସ୍ମାତ୍ ଧନ ପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?



ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।  ଭାରତୀୟ ରେଳବାଇ ପକ୍ଷରୁ ଏହା ମଧ୍ୟ କୁହାଯାଉଛି ଯେ, ଦିଲ୍ଲୀରେ ଘନ କୁହୁଡ଼ି ହେତୁ ଅନେକ ଟ୍ରେନର ସେବା ବ୍ୟାହତ ହୋଇଛି। ବିଶେଷ କରି ଜାତୀୟ ରାଜଧାନୀରେ ଅତି କମରେ ୨୬ଟି ଟ୍ରେନ୍ ବିଳମ୍ବରେ ଚାଲୁଛି । କେତେକ ଟ୍ରେନ୍ ଏକ କିମ୍ବା ଦୁଇ ଘଣ୍ଟା ବିଳମ୍ବରେ ଚାଲୁଥିବାବେଳେ ଆଉ କେତେକ ପାଂଚରୁ ଛଅ ଘଣ୍ଟା ବିଳମ୍ବରେ ଚାଲୁଛି। ତେବେ, କେଉଁ ଟ୍ରେନ୍ ଗୁଡି଼କ ଆଜି ବିଳମ୍ବରେ ଚାଲୁଛି ସେହି ଟ୍ରେନର ତାଲିକା ଉପରେ ନଜର ପକାନ୍ତୁ...


AQI 'ବହୁତ ଖରାପ' ବର୍ଗରେ ଅଛି :
ଦିଲ୍ଲୀରେ କେବଳ ଥଣ୍ତା ରହିଛି ତାହା ନୁହେଁ,  ବରଂ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି। ଜାନୁଆରୀ ୨ରେ (ମଙ୍ଗଳବାର) ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାବ' ବର୍ଗରେ ଅଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ସକାଳ ୬.୩୦ ରେ ୩୪୬ରେ ପହଞ୍ଚିଛି। 


IMD ଶୀତକୁ ନେଇ ସତର୍କତ କରାଇଛି :
ଜାନୁଆରୀରେ ପାଣିପାଗ ସ୍ଥିତି ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୟଞ୍ଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ ଜାନୁଆରୀରେ ଦେଶର ମଧ୍ୟ ଭାଗରେ ଥଣ୍ଡା ଦିନ ଆସିବ ଅର୍ଥାତ୍ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ। ଜାନୁଆରୀ ୪ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଏବଂ ପୂର୍ବ ଭାରତରେ ଘନ କୁହୁଡ଼ିର ଦୃଶ୍ୟମାନ ହେବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତର-ପୂର୍ବ ଭାରତରେ ଘନ କୁହୁଡି ଆଗକୁ ଅଧିକ ବଢିପାରେ। ​