Vande Bharat Train: ଆସନ୍ତା ୨୦୨୫ ଶେଷ ପର୍ଯ୍ୟନ୍ତ ଦେଶରେ ପ୍ରସ୍ତୁତ ହୋଇଯିବ ୨୭୮ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ସହିତ ଆସନ୍ତା ୨୦୨୭ ସୁଦ୍ଧା ସମସ୍ତ ୪୭୮ ବନ୍ଦେ ଭାରତ ଟ୍ରେନ୍ ପ୍ରସ୍ତୁତ ହୋଇଯିବ। ଦେଶର ପ୍ରାରମ୍ଭିକ ୭୮ ବନ୍ଦେ ଭାରତ ଟ୍ରେନ୍ ଭାରତୀୟ ରେଳବାଇର ଚେନ୍ନାଇସ୍ଥତ ବଗି କାରଖାନା  ଏବଂ ବେସରକାରୀ କମ୍ପାନୀ ମେଡା ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଆହୁରି ୪୦୦ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାର ନିର୍ମାଣ କାର୍ଯ୍ୟ ଘରୋଇ କମ୍ପାନୀ ଦ୍ୱାରା କରାଯିବ। ସରକାର ଚଳିତ ମାସରେ ୨୦୦ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ଜାରି କରିବେ।


COMMERCIAL BREAK
SCROLL TO CONTINUE READING

ଅନ୍ୟ ୨୦୦ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଚଳିତ ମାସରେ ଚୂଡାନ୍ତ ହେବ। କେଉଁ କମ୍ପାନୀ ଏହି ଟ୍ରେନ୍ ନିର୍ମାଣ କରିବ ତାହା ସ୍ଥିର କରାଯିବ। ଦୁଇଟି କମ୍ପାନୀ ବିଭିନ୍ନ ଧରଣର ଟ୍ରେନ୍ ସେଟ୍ ତିଆରି କରିବେ। ବନ୍ଦେ ଭାରତ ଟ୍ରେନପାଇଁ ୨୦୦ ରେକ୍ ଟ୍ରେନ୍ ସେଟ୍ ତିଆରି ପାଇଁ ଜାରି ହେବାକୁ ଟେଣ୍ଡର ମାଧ୍ୟମରେ ଦୁଇଟି ସର୍ବନିମ୍ନ ଟେଣ୍ଡର ପ୍ରଦାନ କରାଯିବ। ଏହା ମଧ୍ୟରୁ ସର୍ବନିମ୍ନ ବିଡ୍ ଥିବା କମ୍ପାନୀ ୧୨୦ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ପାଇଁ ଦାୟିତ୍ୱ ଦିଆଯିବ। ଅନ୍ୟପଟେ ଦ୍ୱିତୀୟ ସର୍ବନିମ୍ନ ବିଡ୍ ଥିବା କମ୍ପାନୀ ରହିଥିବା ୮୦ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରିବା ଦାୟିତ୍ୱରେ ରହିବ।


ମୋଟ ୪୭୮ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରାରମ୍ଭିକ ଭାବେ ୭୮ ବନ୍ଦେ ଭାରତ ଟ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ୭୮ ବନ୍ଦେ ଭାରତ ଟ୍ରେନ ହେଉଛି ଚେୟାର କାର୍ ମଡେଲ୍। ଅନ୍ୟପଟେ ୪୦୦ ସ୍ଲିପର କ୍ଲାସ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ। ଯେଉଁଥିରୁ ୨୦୦ ବନ୍ଦେ ଭାରତ ଟ୍ରେନ ଟେଣ୍ଡର ଚଳିତ ମାସରେ ଚୂଡାନ୍ତ କରାଯିବ। ଏହି ୨୦୦ ଟ୍ରେନ ସ୍ଲିପର କ୍ଲାସ ବର୍ଗର ହେବ। ଅନ୍ୟ ୨୭୮ ଟ୍ରେନ୍ ସର୍ବାଧିକ ୧୬୦ କିମି ବେଗରେ ଚାଲିବ। ଏହି ଟ୍ରେନ ଷ୍ଟେନଲେସ୍ ଷ୍ଟିଲ ଦ୍ୱାରା ନିର୍ମିତ ହେବ।


ପ୍ରାରମ୍ଭିକ ୨୭୮ ବନ୍ଦେ ଭାରତ ଟ୍ରେନ୍ ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ଗତି କରିବ। ବର୍ତ୍ତମାନ ସେମି ହାଇସ୍ପୀଡ ଟ୍ରେନ ବନ୍ଦେ ଭାରତ ଟ୍ରେନ ଘଣ୍ଟାପ୍ରତି ୧୩୦ କିମି ବେଗରେ ଦୌଡୁଛି। ହେଲେ ରେଲୱେ ଟ୍ରାକ ଅପଗ୍ରେଡସନ୍ ଏବଂ ଫେନସିଂ ପରେ ଏହି ଟ୍ରେନ ଏହାର ସମ୍ପୂର୍ଣ୍ଣ ବେଗରେ ଚାଲିବ। ପ୍ରାରମ୍ଭିକ ୨୭୮ ଟ୍ରେନ୍ ପରେ ୨୦୦ ଟ୍ରେନ୍ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ଚାଲିବ। ଏହି ୨୦୦ ଟ୍ରେନ ଆଲୁମିନିୟମ ଦ୍ୱାରା ନିର୍ମିତ ଏବଂ ଯାହ ହାଲୁକା ହେବ। ଅନ୍ୟ ୭୮ ଟ୍ରେନ ପରେ ଅନ୍ୟ ଯେଉଁ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ତାହାର ଟେଣ୍ଡର ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ। ଅର୍ଥାତ୍ ଏହି ଟ୍ରେନ୍ ଆସନ୍ତା ୨୦୨୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ସେହିପରି ସମସ୍ତ ୨୭୮ ବନ୍ଦେ ଭାରତ ଟ୍ରେନ ୨୦୨୭ ସୁଦ୍ଧା ପ୍ରସ୍ତୁତ ହୋଇଯିବ।