HHT Device Will Inform About Vacant Seat: ରେଳଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ କ୍ରମାଗତ ଭାବରେ କାର୍ଯ୍ୟ ଜାରି ରଖିଛି। ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ଲକ୍ଷ ଲକ୍ଷ ଲୋକ ନିଜ ଘରକୁ ଯିବା ପାଇଁ ଟ୍ରେନ ଟିକେଟ୍ ବୁକିଂ କରିଥାନ୍ତି। ହୋଲି ଅବସରରେ ଘରକୁ ଯିବା ପାଇଁ ଲୋକେ ମାସ ପୂର୍ବରୁ ଟ୍ରେନ ଟିକେଟ୍ ବୁକିଂ କରିବା ଆରମ୍ଭ କରିଥାନ୍ତି। ହେଲେ ଯଦି ଆପଣଙ୍କୁ ଅଚାନକ କୌଣସି ସ୍ଥାନକୁ ଯିବାକୁ ପଡିଥାଏ, ତାହେଲେ ହଠାତ୍ ଟ୍ରେନ ଟିକେଟ୍ ବୁକିଂ ଅସମ୍ଭବ ହୋଇଯାଏ। ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ସହିତ ରେଳଯାତ୍ରୀଙ୍କ ଅସୁବିଧା ମଧ୍ୟ ଦୂର ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

କୌଣସି ଟ୍ରେନରେ ସିଟ ଖାଲି ଅଛି ନା ନାହିଁ, ତାହା ଏଥର ଭାରତୀୟ ରେଳବାଇ (Indian Railway) ଦ୍ୱାରା ବିକଶିତ ହ୍ୟାଣ୍ଡ ହେଲଡ ଟର୍ମିନାଲ (Hand Held Terminal) ଏଚଏଚଟି ଉପକରଣରୁ (HHT Device) ଜଣାପଡିବ। ଯଦି ଜଣେ ଯାତ୍ରୀ ତାଙ୍କ ଟିକେଟ୍ ବାତିଲ୍ କରନ୍ତି, ତାହେଲେ ତାଙ୍କର ସେହି ଖାଲି ସିଟ୍ ଆପଣଙ୍କୁ ଆବଣ୍ଟିତ କରାଯାଇ ପାରିବ। ଏହି ଉପକରଣ ମାଧ୍ୟମରେ ଆପଣଙ୍କୁ ଟ୍ରେନ ଚିକେଟ ପରୀକ୍ଷକ (Train Ticket Examiner) ଟିଟିଇ (TTE) ସହିତ ଯୋଗାଯୋଗ କରିବାକୁ ହେବ। ଏହା ପରେ କେଉଁ କୋଚ୍ ସିଟ୍ ଖାଲି ରହିଛି ତାହା ସ୍ପଷ୍ଟ ହୋଇଯିବ। ଏହା ପରେ ଯାଇ ଯାତ୍ରୀ ସେହି ସିଟ୍ ବୁକ୍ କରିବାକୁ ଆବେଦନ କରିପାରିବେ। ଗୁରୁତ୍ୱପୂର୍ଣ କଥା ହେଉଛି ହେଉଛି ବର୍ତ୍ତମାନ ଟିଟିଇ ନିଜେ ଚାହିଁଲେ କୌଣସି ସିଟ୍ ବୁକ୍ କରି ପାରିବେ ନାହିଁ। କେବଳ ଅନଲାଇନ୍ ଟିକେଟ ବୁକିଂ (Online Ticket Booking) ଅନୁଯାୟୀ ଏହି ବ୍ୟବସ୍ଥା କରାଯାଇଛି।


ଭାରତୀୟ ରେଳବାଇ ଅଧିନସ୍ଥ ବିଭିନ୍ନ ରେଳ ମଣ୍ଡଳରେ (Indian Railway Zone) ଟ୍ରେନ ଚିକେଟ ପରୀକ୍ଷକଙ୍କୁ ପ୍ରାୟ ୪୨ ହଜାର ୩୦୦ ଏଚଏଚଟି ଉପକରଣ ପ୍ରଦାନ କରାଯାଇଛି। ଦକ୍ଷିଣ ରେଳବାଇ ବ୍ୟତୀତ, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ, ପଶ୍ଚିମ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ, ଉତ୍ତର ରେଳବାଇ ଏହି ଉପକରଣକୁ ପାଇଛି। ବର୍ତ୍ତମାନ ଏହି ଉପକରଣ ମାଧ୍ୟମରେ କେବଳ ଚାରୋଟି ରେଳ ମଣ୍ଡଳରେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରାଯାଇଛି। ହେଲେ ଆସନ୍ତା ୨୦୨୪ ପର୍ଯ୍ୟନ୍ତ ଉତ୍ତର ରେଳବାଇ, କେନ୍ଦ୍ରୀୟ ରେଳବାଇ ମଣ୍ଡଳରେ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଉପକରଣ ଟିଟିଇ ବ୍ୟବହାର କରିବ। ଏହି ଉପକରଣ ରେଳ ସର୍ଭର ସହିତ ସଂଯୁକ୍ତ। ଯାହା ମାଧ୍ୟମରେ ଯାତ୍ରୀ ଖାଲି ରହିଥିବା ଟ୍ରେନ ସିଟ୍ ବିଷୟରେ ସହଜରେ ସୂଚନା ପାଇପାରିବେ। ପରବର୍ତ୍ତୀ ରେଳ ଷ୍ଟେସନ ଠାରୁ ଯାତ୍ରୀ ସିଟ୍ ବୁକ୍ କରିପାରିବେ। କେବଳ ଏତିକି ନୁହେଁ ଯାତ୍ରୀ ସେହି ସମାନ ଷ୍ଟେସନ ଠାରୁ ରିଜର୍ଭେସନ ଅଗେନଷ୍ଟ କ୍ୟାନ୍ସଲେସନ (Reservation Against Cancellation) ପାଇଁ ଆବେଦନ କରିପାରିବେ।