ଭାରତୀୟ ରେଲୱେ କଲା ବଡ଼ ଘୋଷଣା, ଏହି ଲୋକମାନେ କରିପାରିବେନି ଟ୍ରେନରେ ଯାତ୍ରା
ଏହା ବ୍ୟତୀତ ଦକ୍ଷିଣ ରେଳବାଇର ନୂତନ ଗାଇଡଲାଇନ୍ ଅନୁଯାୟୀ ଯେଉଁ ଯାତ୍ରୀମାନେ ରେଳ ପରିସରରେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କୁ ମଧ୍ୟ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ।
ନୂଆଦିଲ୍ଲୀ: Indian Railways Train Ticket Booking: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣଙ୍କର ଆଜି ଠାରୁ ଅର୍ଥାତ ଜାନୁଆରୀ ୧୦ ପରେ କୌଣସି ରିଜର୍ଭେଶନ ବା ସଂରକ୍ଷଣ ଅଛି କିମ୍ବା ଯଦି ଆପଣ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଜାଣି ନିଅନ୍ତୁ ଯେ ଆପଣ ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ଆଜ୍ଞା ହଁ... ଦେଶରେ ଦ୍ରୁତ ଗତିରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତୁ ଆପଣଙ୍କୁ କହିବୁ ଜାନୁଆରୀ ୧୦ ପରେ ଟ୍ରେନରେ କିଏ ଯାତ୍ରା କରିପାରେ ଓ କିଏ କରିପାରିବେ ନାହିଁ…
ଦ୍ରୁତ ଗତିରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଲୱେ (Southern Railway) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯେଉଁଥିରେ କୁହାଯାଇଛି ଯେ ଜାନୁଆରୀ ୧୦ ପରେ କେବଳ ସେହି ଲୋକ ଟ୍ରେନ୍ ଯାତ୍ରା କରିପାରିବେ, ଯେଉଁମାନେ କୋରୋନା ଟିକାର ଉଭୟ ଡୋଜ ନେଇଛନ୍ତି ଅର୍ଥାତ ଯାତ୍ରା ପାଇଁ ଆପଣଙ୍କୁ କୋରୋନା ଟିକାର ଉଭୟ ଡୋଜର ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ ।
ଆପଣଙ୍କୁ କହି ରଖୁଛୁ ଯେ ଯେଉଁମାନେ କୋରୋନାର ଉଭୟ ଡୋଜ୍ ଗ୍ରହଣ କରିନାହାଁନ୍ତି, ସେମାନେ ଟ୍ରେନ୍ ଯାତ୍ରା କରିପାରିବେ ନାହିଁ । ତେବେ ଏପର୍ଯ୍ୟନ୍ତ କେବଳ ଦକ୍ଷିଣ ରେଳବାଇ ଦ୍ୱାରା ଏହିପରି ଏକ ଗାଇଡଲାଇନ ଜାରି କରାଯାଇଛି, ଅର୍ଥାତ୍ ଏହି ନିୟମ କେବଳ ଚେନ୍ନାଇ କ୍ଷେତ୍ରର ଲୋକଙ୍କ ପାଇଁ ଲାଗୁ ହେବ ।
ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଯୋଗଦେବେ ସୋନୁ ସୁଦଙ୍କ ଭଉଣୀ ମାଲଭିକା, ଏହି ଆସନରୁ ଲଢ଼ିବେ ନିର୍ବାଚନ!
ଏହା ବି ପଢ଼ନ୍ତୁ:-ଆଜିଠୁ ମୋଦି ସରକାର ବିକୁଛନ୍ତି ଶସ୍ତା ସୁନା, ଜାନୁଆରୀ ୧୪ ଯାଏ କିଣିବାର ସୁଯୋଗ
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ପ୍ରାୟ ୧ ଲକ୍ଷ ୮୦ ହଜାର ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ
ଏହା ବ୍ୟତୀତ ଦକ୍ଷିଣ ରେଳବାଇର ନୂତନ ଗାଇଡଲାଇନ୍ ଅନୁଯାୟୀ ଯେଉଁ ଯାତ୍ରୀମାନେ ରେଳ ପରିସରରେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କୁ ମଧ୍ୟ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ତାମିଲନାଡୁରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଜାନୁଆରୀ ୬ରେ ଏକ ନୂତନ ଗାଇଡଲାଇନ ଜାରି କରିଥିଲା ।
ରେଲୱେ କହିଛି ଯେ, ଉପାନ୍ତ ସହରର ଟ୍ରେନ୍ ସେବା ୫୦ ପ୍ରତିଶତ କ୍ଷମତା ସହିତ ଚାଲିବ, ଯାହା ଦ୍ୱାରା କୋରୋନା ସଂକ୍ରମଣ ବୃଦ୍ଧି ହେବା ଆଶଙ୍କା କମ୍ ରହିବ । ଏହା ବ୍ୟତୀତ ଯାତ୍ରୀମାନଙ୍କୁ ଯାତ୍ରା ଟିକେଟ ନେବା ପାଇଁ କୋରୋନାର ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବ । ସାର୍ଟିଫିକେଟ୍ ବିନା ଆପଣ ଯାତ୍ରା କରିବାକୁ ସମର୍ଥ ହେବେ ନାହିଁ ।