Indian Railways: ଆମ ଦେଶରେ ଯେତେବେଳେ ଦୂରସ୍ଥାନକୁ ଭ୍ରମଣ କରିବା ନେଇ କଥା ଆସେ ସେତେବେଳେ ଟ୍ରେନ୍ (Train) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥାଏ । ଦୀର୍ଘ ଦୂରତାକୁ ଅତିକ୍ରମ କରିବା ପାଇଁ ରେଳ ଏକ ଶସ୍ତା ଓ ଦ୍ରୁତ ପରିବହନର ମାଧ୍ଯମ ଅଟେ। ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ରେଳ ଚଳାଚଳ ନେଇ ବ୍ୟବସ୍ଥା ରହିଛି । ବର୍ତ୍ତମାନ ଭାରତୀୟ ରେଳବାଇ ବ୍ୟବସ୍ଥା ଆହୁରି ବିସ୍ତାରିତ ହେବାକୁ ଲାଗିଛି । ରେଳବାଇ ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବରଦାନ ସଦୃଶ ଅଟେ । ଭାରତୀୟ ରେଳବାଇ (Indian Railways) ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ସେବା ମଧ୍ୟରୁ ଅନ୍ୟତମ । ଅନେକ ବଡ଼ ବଡ଼ ସଫଳତା ହାସଲ କରିବାରେ ଭାରତୀୟ ରେଳବାଇର ନାମ ପଞ୍ଜୀକୃତ ହୋଇଛି । ତେବେ ବର୍ତ୍ତମାନ ଟ୍ରେନ ଯାତ୍ରୀଙ୍କ ଲାଗି ଆସିଛି ଏକ ଖୁସି ଖବର । ଏଣିକି ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଶସ୍ତାରେ ଖାଦ୍ୟ ଓ ପାନୀୟ ଯୋଗାଇ ରେଳ ବିଭାଗ (Indian Railways)  ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଆଧାରରେ ଯାତ୍ରୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଆଇଆରସିଟିସିର (IRCTC) ରୋଷେଇ ୟୁନିଟ୍ ଓ ଜନ ଆହାର କେନ୍ଦ୍ରରୁ ଏହି ଖାଦ୍ୟ ରେଳ ଯାତ୍ରୀଙ୍କୁ ଯୋଗାଣ ହେବ । କାଉଣ୍ଟର ଗୁଡିକର ଅବସ୍ଥାନ ଜୋନାଲ ରେଳବାଇ ଦ୍ବାରା ସ୍ଥିର କରାଯିବ। ଷ୍ଟେସନ ପ୍ଲାଟଫର୍ମ ନିକଟରେ ଟ୍ରେନ୍ ରହିବା ସମୟରେ ଜେନେରାଲ କୋଚରେ ଯାତ୍ରୀ କରୁଥିବା ଯାତ୍ରୀଙ୍କ ଲାଗି ଖାଦ୍ୟ ଓ ପାଣି ଷ୍ଟଲ ଲାଗିବ । ଯେଉଁଟାରେ ଯାତ୍ରୀ ଶସ୍ତାରେ ଖାଦ୍ୟ ଓ ପାନୀୟ ପାଇପାରିବେ( general coach cheap food in train) । ପ୍ଲାଟଫର୍ମରେ ଏହି ବର୍ଦ୍ଧିତ ସେବା କାଉଣ୍ଟର ଗୁଡ଼ିକର ବ୍ୟବସ୍ଥା ଦୀର୍ଘ ୬ ମାସ ପାଇଁ ପରୀକ୍ଷାମୂଳକ ଭିତ୍ତିରେ କରାଯାଇଛି । କମ୍ ମୂଲ୍ୟରେ ଯାତ୍ରୀଙ୍କୁ ଭୋଜନ ଓ ପାନୀୟ ଜଳ ପ୍ରଦାନ ନେଇ ଆଇଆରସିଟିସି (IRCTC) ଜୋନ ଗୁଡ଼ିକୁ ନିଜସ୍ବ ରୋଷେଇ ୟୁନିଟ୍ ମାଧ୍ୟମରେ ସେବା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛି । ତେବେ ଜୋନାଲ ରେଳବାଇ ସହିତ ଏନେଇ ଉଚିତ୍ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ କରିବା ନେଇ ଜୋନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉ କି, ରାଜ୍ୟର ଝାରସୁଗୁଡ଼ା, ରାଉଲକେଲା ସମେତ ଦେଶର ପ୍ରାୟ ୬୪ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇଥିବା ବେଳେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ସମେତ ଆହୁରି ଅନେକ ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯିବା ନେଇ ଯୋଜନା କରାଯାଉଛି । ଆସନ୍ତାକାଲିଠାରୁ ପ୍ରାୟ ୫୧ଟି ରେଳ ଷ୍ଚେସନରେ ଏହା କାର୍ଯ୍ୟକାରୀ କରାଯିବ । ତେବେ ସ୍ବଳ୍ପ ମୂଲ୍ୟ ଭୋଜନର ମୂଲ୍ୟ ୨୦ଟଙ୍କା ଥିବା ବେଳେ ସ୍ନାକସ ଭୋଜନ ମୂଲ୍ୟ ୫୦ଟଙ୍କା ରଖାଯାଇଛି । ଏହି ୨୦ ଟଙ୍କାରେ ଯାତ୍ରୀ ମାନେ ପୁରୀ, ତରକାରି ଓ ଆଚାର ଖାଇପାରିବେ।


Also Read-Road Accident: ଇସକନ୍ ବିଜ୍ରରେ ଭିଡ଼ ଭିତରକୁ ହଠାତ୍ ମାଡ଼ିଗଲା କାର: ୯ ମୃତ, ୧୫ରୁ ଅଧିକ ଆହତ


Also Read--Seema Haider ଙ୍କ ଖରାପ ସମୟ ଆରମ୍ଭ, ଏହି କାରଣ ପାଇଁ ପାକିସ୍ତାନକୁ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କଲା ପୋଲିସ


ପ୍ରକାଶ ଥାଉ କି, ଜେନେରାଲ ବା ସାଧାରଣ ବଗିରେ (General coach) ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅନେକ ସମୟରେ ଖାଦ୍ୟ ଓ ପାନୀୟ ପାଇଁ ବହୁ ସମ୍ମୁଖୀନ ହେବାକୁ ପଡୁଥିଲା । ଏହାକୁ ନଜରରେ ରଖି ଭାରତୀୟ ରେଳବାଇ (Indian railways) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଯାହା ଫଳରେ ସାଧାରଣ ବଗିରେ ଯାତ୍ରା କରୁଥିବା ଯାତ୍ରୀମାନେ ସୁଲଭ ଦରରେ ଖାଦ୍ୟ ଓ ପାନୀୟ ପାଇପାରିବେ ।