Shocking News: ଦେଶରେ ଟ୍ରେନ୍ ଦୁର୍ଘଟଣା ବା ଟ୍ରେନ୍ ରେ ନିଆଁ ଲାଗିବା ଭଳି ବହୁ ଅଘଟଣର ଚିତ୍ର ପ୍ରାୟତଃ ସାମ୍ନାକୁ ଆସିଥାଏ। କିନ୍ତୁ ଆଜି ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ସବ୍ଧ କରିଛି । ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍ ଟି ଅଚାନକ ବିନା ଡ୍ରାଇଭରରେ ଚାଲିବାକୁ ଲାଗିଥିଲା । ଏହି ଖବର ସାମ୍ନାକୁ ଆସିବା ପରା ସାରା ଦେଶରେ ଆଲୋଡ଼ନ ଖେଳିଯାଇଛି । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଜାମ୍ମୁର ଡିଭିଜନାଲ ଟ୍ରାଫିକ୍‌ ମ୍ୟାନେଜର।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୭ଟା ୧୦ ମିନିଟ୍ ରେ ଏହି ଘଟଣା ଘଟିଥିଲା । ଜମ୍ମୁର କଥୁଆ ରେଳ ଷ୍ଟେସନରେ ମାଲବାହୀ ଗାଡ଼ି (୧୪୮୦୬R)କୁ ଷ୍ଟେସନରେ ରହିବା ପରେ ଡ୍ରାଇଭର ଚା’ ପିଇବା ପାଇଁ ଟ୍ରେନ୍ ରୁ ଓହ୍ଲାଇଥିଲେ । ଠିକ୍ ଏହି ସମୟରେ ଟ୍ରେନ୍ ଟି ହଠାତ ଗଡ଼ିବା ଆରମ୍ଭ କରିଥିଲା । ଟ୍ରେନ୍‌କୁ ଅଟକାଇବା ନେଇ ବହୁ ଉଦ୍ୟମ କରାଯାଇଥିଲା। ବହୁ ଚେଷ୍ଟା ପରେ ଶେଷରେ ଟ୍ରେନ୍‌ ଟି ପଞ୍ଜାବର ମୁକେରିଆର ଉଞ୍ଚା ବସ୍ତି ନିକଟରେ ଅଟକିଥିଲା । ସେତେବେଳକୁ ଟ୍ରେନ୍‌ଟି ପ୍ରାୟ ୮୦ କିଲୋମିଟର ଅତିକ୍ରମ କରିସାରିଥିଲା। ତେବେ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଥିବା ନେଇ ଜମ୍ମୁର ଡିଭିଜନାଲ ଟ୍ରାଫିକ୍ ମ୍ୟାନେଜର କହିଛନ୍ତି ।



ତେବେ ଏହା ପ୍ରଥମେ ଘଟଣା ନୁହେଁ । ଏହା ପୂର୍ବରୁ ୨୦୧୨ ମସିହାରେ ୨୦୧୨ରେ ଶ୍ରମଜୀବୀ ଏକ୍ସପ୍ରେସର ଡ୍ରାଇଭର ପାଟଣା ୟାର୍ଡରେ ଟ୍ରେନ୍‌ ରଖି ଚାଲିଯାଇଥିଲେ। କିନ୍ତୁ କିଛି ବୈଷୟିକ ତ୍ରୁଟି ହେତୁ ଟ୍ରେନ୍‌ ଧୀରେ ଧୀରେ ଗଡ଼ିବା ଆରମ୍ଭ କରିଥିଲା। ଏହା ପରେ ଅନ୍ୟ ଡ୍ରାଇଭର ଟ୍ରେନରେ ଚଢ଼ି ବ୍ରେକ୍‌ ଲଗାଇ ଟ୍ରେନକୁ ଅଟକାଇଥିଲେ ।