PM CARES Fund Trust: ଭେଟେରାନ୍ ଶିଳ୍ପପତି ରତନ ଟାଟା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି କେ.ଟି ଥୋମାସ୍ (KT Thomas) ଏବଂ ପୂର୍ବତନ ଡେପୁଟି ଲୋକସଭା ବାଚସ୍ପତି କାରିଆ ମୁଣ୍ଡାଙ୍କୁ (Karia Munda) ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର (PM Cares Fund) ଟ୍ରଷ୍ଟି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏ ବାବଦରେ ଏକ ବୟାନ ଜାରି କରି ଏହି ନିଷ୍ପତ୍ତିକୁ ସୁନିଶ୍ଚିତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ମଙ୍ଗଳବାର ଦିନ ପିଏମ କେୟାର ଫଣ୍ଡର ଟ୍ରଷ୍ଟି ବୋର୍ଡ ସହିତ ଏକ ବୈଠକ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । କହିରଖୁଛୁ ଯେ ଉଭୟ PM କେୟାର ଫଣ୍ଡର ଟ୍ରଷ୍ଟି ଅଟନ୍ତି । ପାଣ୍ଠିର ନୂଆ ଟ୍ରଷ୍ଟିମାନଙ୍କ ମଧ୍ୟରେ ରତନ ଟାଟା, କେ.ଟି ଥୋମାସ୍ ଓ କରିଆ ମୁଣ୍ଡା ଉକ୍ତ ବୈଠକରେ ସାମିଲ ଥିଲେ ।


ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟ୍ରଷ୍ଟର ସଦସ୍ୟମାନେ ପିଏମ କେୟାର ଫଣ୍ଡର ପରାମର୍ଶଦାତା ବୋର୍ଡ ଗଠନ ପାଇଁ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମନୋନୀତ କରିଥିଲେ । ଏଥିମଧ୍ୟରେ ଭାରତର ପୂର୍ବତନ ସିଏଜି ରାଜୀବ ମେହେରୀ, ଇନଫୋସିସ୍ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୁର୍ତ୍ତୀ ଓ ଇଣ୍ଡିଆ କର୍ପସର ପୂର୍ବତନ ସିଇଓ ତଥା ପିରାମଲ ଫାଉଣ୍ଡେସନ ଆନନ୍ଦ ଶାହା ମଧ୍ୟ ସାମିଲ ଥିଲେ । ଏହି ବୈଠକରେ ପାଣ୍ଠି ସହାୟତାରେ ଚାଲିଥିବା ଯୋଜନାଗୁଡିକ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । ଏହି ବୈଠକରେ ପିଏମ ମୋଦି ଭାରତୀୟଙ୍କୁ ପିଏମ କେୟାର ଫଣ୍ଡକୁ ଦାନ ଦେଇଥିବାରୁ ପ୍ରଶଂସା କରିଛନ୍ତି । ବୈଠକରେ ପାଣ୍ଠି ସହାୟତାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦିଆଯାଇଥିଲା । ପିଏମ କେୟାର ଫର ଚାଇଲ୍ଡ ସ୍କିମ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା, ଯେଉଁଥିରେ ୪,୩୪୫  ପିଲାଙ୍କୁ ସାହାଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଓ ପରାମର୍ଶଦାତାଙ୍କ ଆଗମନ ସହିତ ପିଏମ କେୟାର ଫଣ୍ଡର କାର୍ଯ୍ୟ ଏକ ନୂତନ ଦୃଷ୍ଟିକୋଣ ପାଇବ ।


କୋଭିଡ-୧୯ ମହାମାରୀ ଆରମ୍ଭ ହେବାର କିଛି ଦିନ ପରେ ପିଏମ କେୟାର ଫଣ୍ଡ ପ୍ରତିଷ୍ଠା କରାଯାଇଥିଲା । ମହାମାରୀ କାରଣରୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ସହାୟତା ଯୋଗାଇବା ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଏହି ପାଣ୍ଠି ଆରମ୍ଭ ହୋଇଥିଲା । ଏହି ପାଣ୍ଠିରେ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଦ୍ୱାରା ସ୍ୱେଚ୍ଛାକୃତ ଦାନ ଦିଆଯାଇପାରେ । ଏଥିରେ ଦିଆଯାଇଥିବା ଦାନ ଉପରେ ଟିକସ ଛାଡ ମଧ୍ୟ ଦାବି କରାଯାଇପାରେ । ୨୦୨୦-୨୧ ଆର୍ଥିକ ବର୍ଷରେ, ପିଏମ କେୟାର ଫଣ୍ଡରେ ପ୍ରାୟ ୭୦୩୨ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା ।


ଏହା ବି ପଢ଼ନ୍ତୁ: Facebook ରେ ଭୁଲରେ ମଧ୍ୟ କରନ୍ତୁନି ଏହି ୫ଟି କାମ, ନଚେତ୍ ଆପଣଙ୍କୁ ଯିବାକୁ ପଡିବ ଜେଲ୍


ଏହା ବି ପଢ଼ନ୍ତୁ: ଆଲର୍ଟ! ଏହି ବ୍ୟାଙ୍କର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ବର୍ତ୍ତମାନ ଦେବାକୁ ହେବ ଅଧିକ ଚାର୍ଜ