ଲକ୍ଷ୍ନୌ: ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ଚୀନକୁ ଜବାବ ଦେବାକୁ ଅଣ୍ଟା ଭିଡିଥିଲା ଭାରତ | ଏହି କ୍ରମରେ ଜୁନ ୨୯ ତାରିଖରେ ଟିକଟକ, ୟୁସି ବ୍ରାଉଜର ସମେତ ୫୯ଟି ଚୀନ ଆପ୍ ବ୍ୟବହାର ଉପରେ କଟକଣା ଜାରି କରିଥିଲେ ଭାରତ ସରକାର | ଯାହାର ପ୍ରଭାବ ଦେଶର ଭାଗରେ ପଡିଛି |


COMMERCIAL BREAK
SCROLL TO CONTINUE READING

ଭାରତ-ଚୀନ ମଧ୍ୟରେ ହୋଇଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଫଳାଫଳ ଏବେ ଉତ୍ତର ପ୍ରଦେଶର ବହରାଇଚରେ ଜିଲ୍ଲାରେ ଦେଖିବାକୁ ମିଳିଛି | ରାଜ୍ୟରେ କ୍ଷମତାସୀନ ଶାସକ ବିଜେପିର ବିଧାୟିକା ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ଅନୁପମା ଜୈସୱାଲଙ୍କ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି | ମୋବାଇଲ ଫୋନରୁ ଚୀନ ଭିତ୍ତିକ ଆପ୍ଲିକେସନକୁ ହଟାଇବା ପାଇଁ ମିଶନ ଚଳାଇଛନ୍ତି | ଏହା ମାଧ୍ୟମରେ ମୋବାଇଲରୁ ଡିଲିଟ ହୋଇଥିବା ପ୍ରତ୍ୟେକ ଆପ୍ ପାଇଁ ଏକ ମାସ୍କ ମାଗଣାରେ ଦିଆଯାଉଛି |


ଏନେଇ ପ୍ରତିକ୍ରିୟା ରଖି ପୂର୍ବତନ ମନ୍ତ୍ରୀ କହିଛନ୍ତି, "ସାଧାରଣ ଲୋକଙ୍କୁ ଏହି ଅଭିଯାନ ପ୍ରତି ଉତ୍ସାହିତ କରିବା ପାଇଁ ମୋବାଇଲ ଫୋନରୁ ପ୍ରତ୍ୟେକ ଚୀନ ଆପ୍ ହଟାଯିବା ପରେ ଉପହାର ସ୍ୱରୂପ ଫେସ୍ ମାସ୍କ ଦିଆଯାଉଛି | "


ଏହି ଅଭିଯାନରେ ସାମିଲ ହୋଇ ବହରାଇଚ ନଗର ବିଜେପି ମହିଳା ମୋର୍ଚ୍ଚା ସଭାପତି ଏକତା ଜୈସୱାଲ କହିଛନ୍ତି, ସ୍ଥାନୀୟ ବିଧାୟିକାଙ୍କ ନେତୃତ୍ୱରେ ଦଳର ମହିଳା କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ମୋବାଇଲରୁ ଚୀନ ଆପ ଡିଲିଟ କରିବା ବାବଦରେ ସଚେତନ କରାଯାଉଛି | ଏହା ସହିତ ଉପହାର ଭାବେ ମାଗଣାରେ ଫେସ ମାସ୍କ ପ୍ରଦାନ କରାଯାଉଛି |


ପୂର୍ବତନ ମନ୍ତ୍ରୀଙ୍କ ସହ ଆମ ଦଳରେ ସ୍ମାର୍ଟଫୋନ ବାବଦରେ ଅଭିଜ୍ଞ ଯୁବବର୍ଗ ଆମ ସହ ଅଛନ୍ତି | ସେମାନଙ୍କ ସାହାଯ୍ୟରେ, ଆମେ ଲୋକଙ୍କ ସମୟ ନଷ୍ଟ ନକରି ଶୀଘ୍ର ଚୀନ ଆପ ଡିଲିଟ କରିବା ଅଭିଯାନ ଜାରି ରଖିଛୁ | ବୁଧବାର ୧୦୦ରୁ ଅଧିକ ଲୋକଙ୍କ ମୋବାଇଲ୍ ଫୋନରୁ ଚୀନ ଆପ୍ଲିକେସନ ହଟାଯାଇଛି | 


ଜୁନ ୨୯ ତାରିଖରେ ଭାରତ ସରକାରଙ୍କ ପକ୍ଷରୁ ଟିକଟକ୍, ୟୁସି ବ୍ରାଉଜର ସମେତ ୫୯ଟି ଚାଇନିଜ୍ ଆପ୍ଲିକେସନର ବ୍ୟବହାର ଉପରେ କଟକଣା ଜାରି କରିଥିଲେ | ଏହି ଆପ ମାଧ୍ୟମରେ ଦେଶର ସାର୍ବଭୌମତ୍ୱ, ଏକତା ତଥା ପ୍ରତିରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭବନା ରହିଛି ବୋଲି କୁହାଯାଇଥିଲା |