ୱାଶିଂଟନ୍: ଆମେରିକାରେ (America) ପ୍ରାୟ ୧୭ ବର୍ଷ ପରେ ମାଟିରୁ ବାହାରୁଥିବା ଏକ ସିକାଡା (Cicada) ପୋକ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛି । ଯଦିଓ ଗୁପ୍ତଚର ଓ ସୁରକ୍ଷା ଏଜେନ୍ସି ଆମେରିକା ରାଷ୍ଟ୍ରପତିଙ୍କ (America president) ସୁରକ୍ଷା କ୍ଷେତ୍ରରେ କୌଣସି ଫାଙ୍କା ସ୍ଥାନ ଛାଡନ୍ତି ନାହିଁ ତଥାପି ଏହି ପୋକ ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା କର୍ଡନକୁ (Security cordon) ଭାଙ୍ଗି ଦେଇଛି । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ନିଜର ପ୍ରଥମ ବିଦେଶ ଯାତ୍ରା ପାଇଁ ବୁଧବାର ବିମାନବନ୍ଦରରେ (Airport) ପହଞ୍ଚିଥିଲେ । ଏଠାରେ ସେ ଯେତେବେଳେ ସେନା କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଉଥିଲେ ସେତବେଳେ ସିକଡା ତାଙ୍କ କଲର ଉପରେ ଆସି ବସିଥିଲା ​​। ଏହା ପରେ ରାଷ୍ଟ୍ରପତି ଏହାକୁ ତୁରନ୍ତ ନିଜ ହାତରେ ହଟାଇ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଏହା ପରେ ଗଣମାଧ୍ୟମ ସହ କଥା ହୋଇ ବାଇଡେନ (Joe Biden) କହିଛନ୍ତି ଯେ ସମସ୍ତ ସାମ୍ବାଦିକ ସିକଡା ପୋକ ପ୍ରତି ସତର୍କ ରୁହନ୍ତୁ । ବର୍ତ୍ତମାନ ମୋ ଉପରେ ଏକ ପୋକ ବସିଥିଲା । ଆମେରିକା ରାଷ୍ଟ୍ରପତିଙ୍କ ଏହି ଭିଡିଓ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ବାଇଡେନ ନିଜର ପ୍ରଥମ ବିଦେଶ ଯାତ୍ରା ପାଇଁ ବ୍ରିଟେନ ଅଭିମୁଖେ ଯାଇଛନ୍ତି, ଯେଉଁଠାରେ ସେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ଓ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ (Boris Johnson) ସହ ସାକ୍ଷାତ କରିବେ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଥର ପାଇଁ ନର୍ଭଲରେ ଭେଟିବେ । ବ୍ରିଟେନ ଦ୍ୱାରା ଆୟୋଜିତ ଜି-୭ ସମ୍ମିଳନୀ (G-7 Conference) ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହେଉଛି ।



ବିମାନଟି ସାତ ଘଣ୍ଟା ବିଳମ୍ବରେ ଉଡିଥିଲା
ସିକଡା ପୋକର ଆକ୍ରମଣ ଯୋଗୁଁ ରାଷ୍ଟ୍ରପତିଙ୍କ ସମେତ ସାମ୍ବାଦିକଙ୍କ ବିମାନ ମଧ୍ୟ ପ୍ରାୟ ୭ ଘଣ୍ଟା ବିଳମ୍ବରେ ଉଡିଥିଲା । ଯଦିଓ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ପୋକମାନେ ମଣିଷ ପାଇଁ କୌଣସି କ୍ଷତି କରନ୍ତି ନାହିଁ ଓ ଏମାନେ ବିଷାକ୍ତ ନୁହଁନ୍ତି ।


ଅଧିକ ପଢ଼ନ୍ତୁ: BJP ରେ ଯୋଗଦେବା ପରେ ମୋଦିଙ୍କୁ ପ୍ରଶଂସା କଲେ ଜିତିନ, ଜାଣନ୍ତୁ କାହିଁକି ଛାଡିଲେ କଂଗ୍ରେସ


ଏହି ପୋକମାନେ ବିମାନ ଇଞ୍ଜିନରେ ପଶି ଯାଇଥିଲେ, ଯେଉଁଥିପାଇଁ ବିମାନଟି ରାତି ୯ ଟା ପରିବର୍ତ୍ତେ ୨.୧୫ ରେ ଉଡିଥିଲା । ସିକଡା ପୋକ ଆକ୍ରମଣ ଦ୍ୱାରା ୱାଶିଂଟନ୍ ପ୍ରଭାବିତ ହୋଇଛି । ଆମେରିକାର ୧୫ ଟି ରାଜ୍ୟରେ ଏହି କୀଟପତଙ୍ଗ ଉତ୍ପନ୍ନ ହେଉଛନ୍ତି । ଏହା ୨୦୦୪ ମସିହାରେ ପ୍ରଥମେ ସାମ୍ନାକୁ ଆସିଥିଲା ।