Womens Day Special: ଆଜି (ମାର୍ଚ୍ଚ ୮) ସମଗ୍ର ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ଭାରତରେ ଅନେକ ଆର୍ଥିକ ଅନୁଷ୍ଠାନ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ମହିଳା ନିବେଶକଙ୍କୁ ଫିକ୍ସଡ୍ ଡିପୋଜିଟ ଏବଂ ରିକରିଂ ଡିପୋଜିଟ ଭଳି ଯୋଜନାରେ ପୁରୁଷଙ୍କ ଅପେକ୍ଷା ଅଧିକ ସୁଧ ହାର ପ୍ରଦାନ କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ଏନେଇ ଇଣ୍ଡିଆନ୍ ବ୍ୟାଙ୍କ (Indian Bank) ଇଣ୍ଡ ସୁପର ୪୦୦ ଡେଜ୍ (IND SUPER 400 DAYS) ନାମକ ଏକ ସ୍ୱତନ୍ତ୍ର ଫିକ୍ସଡ୍ ଡିପୋଜିଟ (Fixed Deposit) ପ୍ରଦାନ କରୁଛି। ଯାହା ୬୦ ବର୍ଷରୁ କମ୍ ମହିଳାଙ୍କ ପାଇଁ ୭.୧୫ ପ୍ରତିଶତ ସୁଧ ହାର ପ୍ରଦାନ କରିଥାଏ। ଏହି ସମୟରେ ବରିଷ୍ଠ ନାଗରିକ ଏବଂ ମହିଳା ସୁପର ନାଗରିକ ଯଥାକ୍ରମେ ୭.୬୦ ଏବଂ ୭.୯୦ ପ୍ରତିଶତ ସୁଧ ହାର ପାଇପାରିବେ। ଏହା ସହିତ ସାଧାରଣ ଲୋକ ମଧ୍ୟ ୪୦୦ ଦିନିଆ ଫିକ୍ସଡ୍ ଡିପୋଜିଟ ଉପରେ ୭.୧୦ ପ୍ରତିଶତ ସୁଧ ପାଉଛନ୍ତି। 


ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ (Punjab and Sindh Bank) ପିଏବି ଗୃହ ଲକ୍ଷ୍ମୀ ଫିକ୍ସଡ ଡିପୋଜିଟ ସ୍କିମ (PAB Grih Lakshmi Fixed Deposit Scheme) ନାମକ ଏକ ନୂତନ ଫିକ୍ସଡ୍ ଡିପୋଜିଟ ଯୋଜନା ଆରମ୍ଭ କରିଛି। ଯାହା ୬୦ ବର୍ଷରୁ କମ୍ ମହିଳାଙ୍କୁ ଅଫଲାଇନ ନିବେଶ ପାଇଁ ୬.୬୫% ଏବଂ ଅନଲାଇନ ନିବେଶ ପାଇଁ ୬.୯୦% ସୁଧ ହାର ପ୍ରଦାନ କରିଥାଏ। ଏହା ସହିତ ବରିଷ୍ଠ ନାଗରିକ ମହିଳା ଅଫଲାଇନ୍ ନିବେଶ ପାଇଁ ୭.୧୫ ପ୍ରତିଶତ ଏବଂ ଅନଲାଇନ୍ ନିବେଶ ପାଇଁ ୭.୪୦ ପ୍ରତିଶତ ସୁଧ ପାଇପାରିବେ। ଏହାର ପରିପକ୍ୱତା ଅବଧି ହେଉଛି ୫୫୧ ଦିନ।


ପୁରୁଷ ନିବେଶକଙ୍କ ତୁଳନାରେ ଶ୍ରୀରାମ ଫାଇନାନ୍ସ କମ୍ପାନୀ (Shri Ram Finance Company) ମହିଳା ନିବେଶକଙ୍କୁ ୦.୧୦ ପ୍ରତିଶତ ଅଧିକ ସୁଧ ହାର ପ୍ରଦାନ କରୁଛି। ଏହା ସହ ବରିଷ୍ଠ ନାଗରିକ ମହିଳା ସେମାନଙ୍କ ବିନିଯୋଗରେ ଅତିରିକ୍ତ ୦.୬୦ ପ୍ରତିଶତ ରିଟର୍ଣ୍ଣ ପାଇଥାନ୍ତି।


ବଜେଟ୍ ୨୦୨୩ (Budget 2023) ଆଗତ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ (Union Finance Minister Nirmala Sitharaman) ଦ୍ୱାରା ଏକ ନୂତନ କ୍ଷୁଦ୍ର ସଞ୍ଚୟ ଯୋଜନା (Small Savings Scheme) ଆରମ୍ଭ ହୋଇଥିଲା। ତାହା ହେଉଛି ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (Mahila Samman Savings Certificate)। ଯେ କୌଣସି ବୟସର ମହିଳା ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିପାରିବେ ଏବଂ ୭.୫୦ ପ୍ରତିଶତ ସୁଧ ହାର ପାଇପାରିବେ। ଆଗ୍ରହୀ ବ୍ୟକ୍ତି ଯେକୌଣସି ଡାକଘର ପରିଦର୍ଶନ କରି ଏହି ଯୋଜନାରେ ନିବେଶ କରିପାରିବେ। ଏହି ଅଫର ହାସଲ କରି ମହିଳା ନିଜ ଟଙ୍କା ନିଜ ପାଇଁ ଭଲଭାବରେ ଯୋଡ଼ିପାରିବେ ଏବଂ ସେମାନଙ୍କର ଆର୍ଥିକ ସ୍ୱାଧୀନତାରେ ବିନିଯୋଗ କରିପାରିବେ।