International Day of Happiness 2023: ମାର୍ଚ୍ଚ ୨୦ ତାରିଖ ସମଗ୍ର ବିଶ୍ୱରେ ପାଳିତ ହୋଇଯାଇଛି ବିଶ୍ୱ ଖୁସି ଦିବସ। ଏହି ଅବସରରେ ପ୍ରକାଶ ପାଇଛି ଉଭୟ ସୁଖୀ ଏବଂ ଅସୁଖୀ ଦେଶଙ୍କ ତାଲିକା। ବିଶ୍ୱ ସୁଖୀ ଦେଶ ତାଲିକାରେ ଫିନଲ୍ୟାଣ୍ଡ ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି। ପ୍ରାୟ ୧୦ ବର୍ଷେ ପୂର୍ବେ, ଅର୍ଥାତ ଗତ ୨୦୧୨ ବର୍ଷରେ ପ୍ରଥମ ବିଶ୍ୱ ଖୁସି ରିପୋର୍ଟ ପ୍ରକାଶିତ ହୋଇଥିଲା। ସେବେଠାରୁ ଜାତିସଂଘ ବିଶ୍ୱର ସବୁଠାରୁ ସୁଖୀ ରାଷ୍ଟ୍ରର ବାର୍ଷିକ ତାଲିକା ପ୍ରକାଶ କରିଥାଏ। ଯାହା ମାଧ୍ୟମରେ ବିଶ୍ୱର କେଉଁ ସ୍ଥାନର ଲୋକମାନେ ଅନ୍ୟ ସ୍ଥାନର ଲୋକଙ୍କ ଅପେକ୍ଷା ଅଧିକ ଖୁସି ଅଛନ୍ତି ତାହା ଜଣାପଡ଼ିଥାଏ। ସେହିପରି ଭାବରେ ଏପରି ଅନେକ ଦେଶ ଅଛନ୍ତି 
ଯେଉଁମାନେ ଦୀର୍ଘସ୍ଥାୟୀ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ଭଳି ସମସ୍ୟାର ସାମ୍ନା କରିଥିଲେ। ହେଲେ ଜାତିସଂଘ ଏବଂ ବିଶ୍ୱର ବିଭିନ୍ନ ଦେଶର ସରକାର ଲୋକଙ୍କୁ ଅଧିକ ଖୁସି କରୁଥିବା କାରଣ ବିଷୟ ଜାଣିବା ପାଇଁ ଆଗ୍ରହୀ ରହିଥାନ୍ତି। ଯାହା ଫଳରେ ଦେଶର ଉନ୍ନତି ପାଇଁ ନୀତି ନିୟମ ପ୍ରସ୍ତୁତ କରାଯାଇ ପାରିବ।


COMMERCIAL BREAK
SCROLL TO CONTINUE READING

ୱାର୍ଲ୍ଡ ହାପିନେସ ରିପୋର୍ଟ ରାଙ୍କିଂ, ଗାଲଅପ୍ ୱାର୍ଲ୍ଡ ପୋଲ୍ ଜୀବନ ମୂଲ୍ୟାଙ୍କନ ଉପରେ ଆଧାରିତ ହୋଇଥାଏ। ବିଶ୍ୱ ସୁଖୀ ଦେଶ ତାଲିକାରେ ଫିନଲ୍ୟାଣ୍ଡ କ୍ରମାଗତ ଷଷ୍ଠ ଥର ପାଇଁ ପ୍ରଥମ ସ୍ଥାନରେ ସ୍ଥାନୀୟ ହୋଇଛି। ଏହାର ଅନୁସନ୍ଧାନକୁ ବ୍ୟାଖ୍ୟା କରିବା ପାଇଁ ଏନେଇ ପ୍ରକାଶିତ ରିପୋର୍ଟ ମାଧ୍ୟମରେ ଛଅଟି ମାନକ ବ୍ୟବହାର କରାଯାଇଛି। ଯାହା ହେଉଛି ଏକ ସୁସ୍ଥ ଆୟୁଷ, ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସ୍ୱଳ୍ପ ଦୁର୍ନୀତି, ଏକ ସମ୍ପ୍ରଦାୟରେ ଉଦାରତା ଯେଉଁଠାରେ ଲୋକେ ପରସ୍ପରକୁ ଦେଖନ୍ତି ଏବଂ ଜୀବନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସ୍ୱାଧୀନତା। ଏହି ତାଲିକାରେ ଉତ୍ତର ମେରୁ ନିକଟରେ ଅବସ୍ଥିତ ଦେଶ ଏବଂ ଏହାର ପଡ଼ୋଶୀ ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ୱୀଡେନ ଏବଂ ନରୱେ ଏହି ମେଟ୍ରିକ୍ସ ମାପରେ ବହୁତ ଭଲ ସ୍କୋର କରିଛନ୍ତି।


ଦେଶର ସୁଖ ମାପିବା ପାଇଁ ୬ ମାନକ


  • ମୁଣ୍ଡପିଛା ପ୍ରକୃତ ଜିଡିପି

  • ସାମାଜିକ ସମର୍ଥନ

  • ସୁସ୍ଥ ଆୟୁଷ

  • ଜୀବନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସ୍ୱାଧୀନତା

  • ଉଦାରତା

  • ଦୁର୍ନୀତି ଉପର ଧାରଣା 


ବିଶ୍ୱ ସୁଖୀ ଦେଶ ତାଲିକାରେ କେଉଁଠି ଅଛି ଭାରତ?
ଯଦିଓ ବିଶ୍ୱରେ ଅନେକ କ୍ଷେତ୍ରରେ ଭାରତ ସୁନାମ ଅର୍ଜନ କରିଛି ଏବଂ ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ, ହେଲେ ଏହା ସବୁଠାରୁ କମ୍ ଖୁସି ଦେଶ ମଧ୍ୟରେ ଅଛି। ବିଶ୍ୱ ସୁଖୀ ରିପୋର୍ଟ ୨୦୨୨ ଅନୁଯାୟୀ, ନେପାଳ, ଚୀନ୍, ବାଂଲାଦେଶ ଏବଂ ଶ୍ରୀଲଙ୍କା ପରି ପଡୋଶୀ ଦେଶ ପଛରେ ରହି ଭାରତ ତାଲିକାର ତଳୁ ୧୩୬ ତମ ସ୍ଥାନରେ ରହିଥିଲା। ପ୍ରଶାସନିକ ପରିବର୍ତ୍ତନ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଦୃଶ୍ୟ ସତ୍ତ୍ୱେ ସୁଖୀ ରିପୋର୍ଟ ତାଲିକାରେ ଏପରି ପତ୍ତନ ହୋଇଛି। ଦ୍ରୁତ ସହରୀକରଣ, ଦାରିଦ୍ର୍ୟତା, ସହରର ସମସ୍ୟା ବୃଦ୍ଧି, ପ୍ରଦୂଷଣ ବୃଦ୍ଧି, ବୃଦ୍ଧାବୃଦ୍ଧ ଜନସଂଖ୍ୟା, ସ୍ୱାସ୍ଥ୍ୟସେବା ଖର୍ଚ୍ଚ, ଅପରାଧ ବୃଦ୍ଧି, ବିଶେଷକରି ମହିଳା ଏବଂ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ଅପରାଧ ହେଉଛି ଏହାର ମୁଖ୍ୟ କାରଣ। ଏହା ସହିତ କମ୍ ମୁଣ୍ଡପିଛା ଜିଡିପି, ସାମାଜିକ ସହାୟତା ଏବଂ ସ୍ୱାସ୍ଥ୍ୟ ଜୀବନ ଆଶା ମଧ୍ୟ ଦେଶର ବିନାଶରେ ପ୍ରମୁଖ ଯୋଗଦାନ ଦେଇଛି। ଏହା ସହିତ ଜୀବନ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସ୍ୱାଧୀନତା ପାଇଁ ଦେଶର ରାଙ୍କିଂ ୨୦୧୮ ବର୍ଷରେ ୫୬ ତମ ସ୍ଥାନରୁ ୨୦୨୧ ବର୍ଷରେ ୩୭ ତମ ସ୍ଥାନକୁ ବୃଦ୍ଧି ପାଇଥିଲା। ଯାହା ଆମ ସ୍କୋର ମାଧ୍ୟମରେ ପ୍ରତିଫଳିତ ହୋଇଛି। ଏହା ସତ୍ତ୍ୱେ ଦୁର୍ନୀତି ଏକ ସ୍ଥାୟୀ ପ୍ରସଙ୍ଗ ଏବଂ ଏହା ବର୍ତ୍ତମାନ ଅଧିକ ବ୍ୟାପକ ଭାବରେ ଗ୍ରହଣ କରାଯାଇଛି।


ବିଶ୍ୱର ପ୍ରମୁଖ ସୁଖୀ ଦେଶ ତାଲିକା 


  • ୧:ଫିନଲ୍ୟାଣ୍ଡ

  • ୨:ଡେନମାର୍କ 

  • ୩: ଆଇସଲ୍ୟାଣ୍ଡ

  • ୪:ଇସ୍ରାଏଲ 

  • ୫:ନେଦରଲ୍ୟାଣ୍ଡ

  • ୬:ସ୍ୱୀଡେନ

  • ୭:ନରୱେ

  • ୮:ସ୍ୱୀଜରଲ୍ୟାଣ୍ଡ

  • ୯:ଲକ୍ସସେମବର୍ଗ

  • ୧୦:ନ୍ୟୁଜିଲ୍ୟାଣ୍ଡ

  • ୧୧:ଅଷ୍ଟ୍ରିଆ

  • ୧୨:ଅଷ୍ଟ୍ରେଲିଆ

  • ୧୩:କାନାଡା

  • ୧୪:ଆୟରଲ୍ୟାଣ୍ଡ

  • ୧୫:ଯୁକ୍ତରାଷ୍ଟ୍ର ଆମେରିକା

  • ୧୬:ଜର୍ମାନୀ

  • ୧୭:ବେଲଜିୟମ୍

  • ୧୮:ଚେକ ଗଣରାଜ୍ୟ

  • ୧୯: ବ୍ରିଟେନ

  • ୨୦:ଲିଥୁଆନିଆ


ବିଶ୍ୱର ପ୍ରମୁଖ ଅସୁଖୀ ଦେଶ ତାଲିକା 


  • ୧:ଆଫଗାନିସ୍ତାନ

  • ୨:ଲେବାନନ

  • ୩:ସିଏରା ଲିଓନି

  • ୪:ଜିମ୍ବାୱେ

  • ୫:କଙ୍ଗୋ

  • ୬:ବୋତସ୍ୱାନା

  • ୭:ମାଲାୱି

  • ୮:କମୋରସ୍

  • ୯:ତାଞ୍ଜାନିଆ

  • ୧୦:ଜାମ୍ବିଆ

  • ୧୧:ମାଡ଼ାଗାସ୍କର

  • ୧୨:ଭାରତ

  • ୧୩:ଲାଇବେରିଆ

  • ୧୪:ଇଥିଓପିଆ

  • ୧୫:ଜୋର୍ଡାନ

  • ୧୬:ଟୋଗୋ

  • ୧୭:ଇଜିପ୍ଟ

  • ୧୮:ମାଲି

  • ୧୯:ଗାମ୍ବିଆ

  • ୨୦:ବାଲାଂଦେଶ