ମୁମ୍ବାଇ: ଧର୍ମନଗରୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେଉଛି ଭୂମି ପୂଜନ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଦେଶର ଅନ୍ୟତମ ହିନ୍ଦୁତ୍ୱବାଦୀ ଦଳ ଶିବସେନ ସୁପ୍ରିମୋ ଉଦ୍ଧବ ଠାକରଙ୍କ ଯୋଗଦାନ କରିବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଯାହାକୁ ନେଇ ରାଜନୀତି ହୋଇଉଠିଛି ସଲଗରମ ।


COMMERCIAL BREAK
SCROLL TO CONTINUE READING

ଏ ପ୍ରସଙ୍ଗରେ ମତ ରଖି ଦଳର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, ଉଦ୍ଧବ ଠାକରେ ଅଯୋଧ୍ୟାରେ ହେବାକୁ ଯାଉଥିବା ଭୂମି ପୂଜନ ସମାରୋହରେ ଯୋଗଦାନ କରିବେ । ହେଲେ ଏହାର କୌଣସି ପ୍ରଭାବ ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡି ସରକାର ଉପରେ ପଡିବ ନାହିଁ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ଶିବସେନା ସହ ଏହାର ସହଯୋଗୀ ଏନସିପି ଏବଂ କଂଗ୍ରେସ ମଧ୍ୟରେ କୌଣସି ମତଭେଦ ନାହିଁ ।


ଏହା ସହିତ ଶିବସେନା ମୁଖପାତ୍ର କହିଛନ୍ତି କ୍ଷମତାରେ ରହିବାର ୧୦୦ ଦିନ ପୂରଣ କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତରେ ଯାଇଥିଲେ । ଏହି ସମୟରେ ତାଙ୍କୁ ସାଥ ଦେଇଥିଲେ ସରକାରରେ ସାମିଲ କଂଗ୍ରେସ ମନ୍ତ୍ରୀ। ରାମ ମନ୍ଦିରର ଭୂମି ପୂଜନ ସମାରୋହକୁ ନେଇ ରାଜନୀତି କରିବା ଠିକ ନୁହେଁ ।


ସୋମବାର (ଜୁଲାଇ ୨୦, ୨୦୨୦) ଶିବସେନା ମୁଖପାତ୍ର  କହିଥିଲେ, ରାମ ମନ୍ଦିର ବିଶ୍ୱାସର ପ୍ରତୀକ । ତାଙ୍କ ଦଳ ଏହି ପ୍ରସଙ୍ଗରେ ରାଜନୀତି କରିବାକୁ ଚାହେଁନାହିଁ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ଆସୁଥିବା ସମସ୍ୟାକୁ ଦୂର କରିବା ଲାଗି ଶିବସେନା ସର୍ବଦା କାର୍ଯ୍ୟ କରିଆସୁଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ଦଳୀୟ ସୁପ୍ରିମୋ ଉଦ୍ଧବ ଠାକରେ ଅଯୋଧ୍ୟା ଗସ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ସେ ସେହି ପବିତ୍ର ଦେଶକୁ ଯାଇଥିଲେ। ଧର୍ମନଗରୀ ଅଯୋଧ୍ୟା ପରିଦର୍ଶନ କରିବା ଲାଗି  କାହା ଠାରୁ ନିମନ୍ତ୍ରଣ ନେବାର ଆବଶ୍ୟକତା ନାହିଁ ।


ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ରୀତିନୀତି ସେ ଦିନ ସକାଳ ୮ଟାରୁ ଆରମ୍ଭ  କରାଯିବ। ବାରାଣାସୀର ପଣ୍ଡିତଙ୍କ ଦ୍ୱାରା ଦିନ ୧୨ଟା ୧୫ମିନିଟ ସମୟର ଅଭିଜିତ ମୁହୂର୍ତ୍ତରେ ରାମ ମନ୍ଦିରର ଭୂମି ପୂଜନ କରାଯିବ ସମାରୋହ କରିବେ। କାରଣ ଏହି ସମୟରେ ଭଗବାନ ରାମ ଜନ୍ମଗ୍ରହଣ କରିଥିଲେ । ଏ ସମ୍ପର୍କରେ ଜଣାଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ କମଳନୟନ ଦାସ ।