ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଟିମକୁ ବଡ଼ ଝଟକା ଲାଗିଛି । ଦଳର ଦ୍ରୁତ ବୋଲର କେନ୍ ରିଚାର୍ଡସନ (Ken Richardson) ଓ ଲେଗ ସ୍ପିନର ଆଡାମ ଜାମ୍ପା (Adam Zampa) ଆଇପିଏଲ ୨୦୨୧ (IPL 2021) ରୁ ବାହାର ହୋଇଯାଇଛନ୍ତି । ବ୍ୟକ୍ତିଗତ କାରଣରୁ ରିଚାର୍ଡସନ ଓ ଜାମ୍ପା ଅଷ୍ଟ୍ରେଲିଆ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ଆରସିବି (Royal Challengers Bangalore) ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି ।



COMMERCIAL BREAK
SCROLL TO CONTINUE READING

ଆରସିବି ଲେଖିଛି ଯେ, 'ଆଡାମ ଜାମ୍ପା ଓ କେନ୍ ରିଚାର୍ଡସନ ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଫେରୁଛନ୍ତି । ସେ ଆଇପିଏଲ୍ ୨୦୨୧ର ବାକି ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ ନାହିଁ । RCB ମେନେଜମେଣ୍ଟ ସେମାନଙ୍କର ନିଷ୍ପତ୍ତିକୁ ସମ୍ମାନ ଦେଇ ସେମାନଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାର ଭରସା ଦେଇଛି ।


ଅଧିକ ପଢ଼ନ୍ତୁ:-କେଉଁମାନଙ୍କୁ ଲଗାଇବା ଉଚିତ ନୁହେଁ କୋରୋନା ଟିକା Covishield ଓ Covaxin, ଜାଣନ୍ତୁ ଗାଇଡଲାଇନ୍


୨୯ ବର୍ଷୀୟ ଲେଗ୍ ସ୍ପିନର ଆଡାମ ଜାମ୍ପା ଚଳିତ ସିଜନରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନାହାଁନ୍ତି । ଗତ ସିଜନରେ RCB ପାଇଁ ଜାମ୍ପା ତିନୋଟି ମ୍ୟାଚ୍ ଖେଳିଥିଲେ । ଏହି ସମୟରେ ତାଙ୍କ ଖାତାରେ ମାତ୍ର ୨ ୱିକେଟ୍ ଆସିଥିଲା । ଏହାପୂର୍ବରୁ ସେ ଆଇପିଏଲ୍ ୨୦୧୬ ଓ ୨୦୧୭ରେ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସର ଏକ ଅଂଶ ଥିଲେ । ପୁଣେ ପାଇଁ ଖେଳି ଖେଳି ଜାମ୍ପା ୧୧ଟି ମ୍ୟାଚରେ ୧୯ଟି ୱିକେଟ୍ ନେଇଥିଲେ ।


ଅଧିକ ପଢ଼ନ୍ତୁ:-ଭାରତରେ କୋରୋନା ଭାଙ୍ଗିଲା ସମସ୍ତ ରେକର୍ଡ: ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩ ଲକ୍ଷ ୫୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୨୮୧୨ ସଂକ୍ରମିତଙ୍କ ମୃତ୍ୟୁ


ସେପଟେ ୩୦ ବର୍ଷୀୟ ଦ୍ରୁତ ବୋଲର କେନ୍ ରିଚାର୍ଡସନ ଚଳିତ ସିଜନରେ ଆଇପିଏଲରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଯେଉଁଥିରେ ସେ ୨୯ ରନ୍ ଦେଇ ଗୋଟିଏ ସଫଳତା ପାଇଥିଲେ । ରିଚାର୍ଡସନଙ୍କୁ ଆଇପିଏଲ୍ ୨୦୨୦ ନିଲାମରେ RCB ଦ୍ୱାରା ୪ କୋଟି ଟଙ୍କାରେ କିଣାଯାଇଥିଲା । ତେବେ ବ୍ୟକ୍ତିଗତ କାରଣରୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ରେ ଆଇପିଏଲ ପୂର୍ବରୁ ରିଚାର୍ଡସନ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ । ଯାହା ପରେ ଆରସିବି ଆଡାମ ଜାମ୍ପାଙ୍କୁ ଯୋଡିଥିଲା ।


ଆରସିବି ପାଇଁ ଆଇପିଏଲ୍-14ରେ ଏପର୍ଯ୍ୟନ୍ତ ଯାତ୍ରା ଅତ୍ୟନ୍ତ ଚମତ୍କାର ରହିଛି । ଆରସିବି ୫ଟି ମ୍ୟାଚ୍ ମଧ୍ୟରୁ ୪ଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଛି । ଆରସିବିର ପରବର୍ତ୍ତୀ ମୁକାବିଲା ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ ସହ ହେବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।