Israel Hamas Conflict: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ ଏବେ ସାରାବିଶ୍ୱକୁ ଚିନ୍ତାରେ ପକାଇଛି। ହଜାର ହଜାର ରକେଟ ମାଡରେ ରକ୍ତର ହୋଲି ଖେଳୁଛି ହମାସ ଆତଙ୍କୀ । ଏମିତି ଦୃଶ୍ୟକୁ ଦେଖିଲେ ଆକଳନ ଏହା ହିଁ ହେବ କି ଏକ ବଡ଼ ଯୁଦ୍ଧ ଦେଖିବାକୁ ଯାଉଛି ବିଶ୍ୱ। ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦରେ ମାସ ମାସ ଧରି ହିଂସା ଲାଗି ରହିବା ପରେ ଗାଜାରୁ ଇସ୍ରାଏଲ ଉପରେ ରକେଟ ବର୍ଷା କରିଥିଲା ହମାସ। ଆଉ ଏହି ଆକ୍ରମଣ ପାଇଁ ହମାସକୁ ନିଜକ ଦାୟୀ କରିବା ସହ ଏହାର ଉଗ୍ରବାଦୀ ମାନେ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ଥିବା ଘୋଷଣା କରିସାରିଛନ୍ତି । ତେବେ ହମାସ କରିଥିବା ସଂହାରର ଉପଯୁକ୍ତ ଶାସ୍ତି ଦେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ସେନା ଏକ ବିବୃତିରେ ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସେପଟେ ଇସ୍ରାଏଲର ସ୍ଥିତିକୁ ଭାରତ ସରକାର ନଜର ରଖିଛନ୍ତି। ହମାସ ଆତଙ୍କୀଙ୍କ ଆକ୍ରମଣ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ୱିଟରରେ  ଭିଡିଓ ଜାରି କରି ଯୁଦ୍ଧ ଘୋଷଣା କରିଥିଲେ। ଇସ୍ରାଏଲର ରକ୍ଷାମନ୍ତ୍ରୀ କହିଛନ୍ତି ଯେ, ହମାସ ଇସ୍ରାଏଲ (Israel Hamas Conflict)  ବିରୁଦ୍ଧରେ ଯୁଦ୍ଧ କରିବାକୁ ଉସାକାଇଛି। ହେଲେ ଏଥିରେ ଇସ୍ରାଏଲ ହିଁ ଜିତିବ। ତେବେ ଭାରତ ସରକାର ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି । ଭାରତୀୟ ନାଗରିକଙ୍କୁ ସ୍ଥିତି ଉପରେ ନଜର ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଦୂତାବାସର ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ଭାରତ ସରକାର। ହେଲ୍ପଲାଇନ ନମ୍ବର ହେଉଛି ପ୍ଲସ 97235226748 । ଏବଂ ଇମେଲ୍ ଆଇଡି ହେଉଛି  consl.telaviv@mea.gov.in । 


ହେଲେ ସବୁଠାରୁ ବଡ଼ କଥା ହେଲା ଋଷ ଓ ୟୁକ୍ରେନ ଯୁଦ୍ଧରେ ବିଶ୍ୱ ପ୍ରଭାବିତ ହୋଇଥିଲା ଏହାବାଦ୍ ଭାରତକୁ ମଧ୍ୟ କିଛିଟା କ୍ଷତି ସହିବାକୁ ପଡିଥିଲା। ତେବେ ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧରେ ପୁଣି ଭାରତକୁ କେତେ କ୍ଷତି ସହିବାକୁ ହେବ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ପ୍ରକୃତରେ ନିକଟ ଅତୀତରେ ଗୌତମ ଅଦାନୀ ସମୂହ ଇସ୍ରାଏଲ ର ହାଇଫା ପାର୍ଟର ଅଧିଗ୍ରହଣ କରିଛି। ଅଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଓ ଇସ୍ରାଏଲର ଗୋଦୂତ ସମୂହ ଇସ୍ରାଏଲ ରେ ହାଇଫା ବନ୍ଦରଗାହାର ୧.୧୮ ଅରବ ଡଲାରରେ ଅଧିକୃତ କରିବାକୁ ନିଲାମୀ ଡାକିଥିଲା। ଏଥିରେ ଭାରତୀୟ ଭାଗିଦାର ଅଦାନୀଙ୍କ ଅଂଶଧନ ୭୦ ପ୍ରତିଶତ ରହିଥିବା ବେଳେ ଗୌଦତର ଅଂଶଧନ ୩୦ ପ୍ରତିଶତ ରହିଛି । 


ଦୁଇ ଦେଶ ମଧ୍ୟରେ କଣ ରହିଛି ବ୍ୟାପାର-
କୋରୋନା ମହାମାରୀରେ ବ୍ୟବସାୟ ମାନ୍ଦା ହୋଇଥିଲେ ମଧ୍ୟ ଚଳିତ ବର୍ଷ ଦୁଇ ବର୍ଷ ମଧ୍ୟରେ ଭାରତ ଇସ୍ରାଏଲ ମଧ୍ୟରେ ବ୍ୟାପାର ୫ ଅରବ ଡଲାରରୁ ଆସି ୭.୫ ଅରବ ଡଲାରରେ ପହଞ୍ଚିଥିଲା। BBC ରିପୋର୍ଟ ଅନୁଯାୟ, ୧୯୯୨ ମସିହାରେ ଦୁଇ ଦେଶ ମଧ୍ୟରେ ୨୦ କୋଟି ଡଲାରର ବାର୍ଷିକ କାରବାର ଥିଲା। ହୀରା ବ୍ୟବସାୟରେ ଦୁଇ ପକ୍ଷର ପାଖାପାଖି ପ୍ରତିଶତ ରହିଥିଲା। ତେବେ ଭାରତ ଇସ୍ରାଏଲରୁ ଅସ୍ତ୍ରଶସ୍ତ୍ର ମଧ୍ୟ ମଗାଇଥାଏ। 


ଇସ୍ରାଏଲରେ କେତେ ଭାରତୀୟ ନାଗରିକ-
ଭାରତୀୟ ଦୂତାବାସର ୱେବସାଇଟରେ ଦିଆଯାଇଥିବା ସୂଚନା ନୁଯାୟୀ, ଇସ୍ରାଏଲରେ ପାଖାପାଖି ୧୮ ହଜାର ଭାରତୀୟ ନାଗରିକ ରହିଛନ୍ତି। ଯେଉଁଥିରେ ମୁଖ୍ୟତଃ ବରିଷ୍ଠ, ହୀରା ବେପାରୀ, ଆଇଟି କ୍ଷେତ୍ରର ଲୋକ ଓ ଛାତ୍ର ମାନେ ମଧ୍ୟ ରହିଛନ୍ତି। ସେହିପରି ଇସ୍ରାଏଲରେ ଭାରତୀୟ ବଂଶୋଦ୍ଭବ ଭାବେ ପ୍ରାୟ ୮୫ ହଜାର ଇହୁଦୀ ଅଛନ୍ତି ଯେଉଁମାନେ ୫୦ ଓ ୬୦ ଦଶକର ବୋଲି ସୂଚନା ରହିଛି।


Also Read: Israel Hamas Conflict: ଯୁଦ୍ଧ ଘୋଷଣା କଲା ଇସ୍ରାଏଲ, ଭାରତୀୟଙ୍କ ପାଇଁ ବଢିଲା ଟେନସନ