ISRO: ଚନ୍ଦ୍ରାୟନ -୩ ଏବଂ ଆଦିତ୍ୟ ଏଲ୍ -୧ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO)ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍-୩ ଡିଏସ୍ (INSAT 3DS)ଉତକ୍ଷେୁଣ କରିବାକୁ ଯାଉଛି।  ଏଥିପାଇଁ କାଉନଡାଉନ୍ ଆରମ୍ଭ ହୋଇଯାଇଛି।  ଏହି ସାଟେଲାଇଟ୍ ସ୍ପେଶ୍ ଏଜେନ୍ସିର 'ନଟି ବଏ' (naughty boy) ବୋଲି କୁହାଯାଏ। 


COMMERCIAL BREAK
SCROLL TO CONTINUE READING

ALSO READ: Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ଆଲର୍ଟ ଜାରି


ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ଜିଏସଏସଭି) ମାଧ୍ୟମରେ ଇନସାଟ୍-୩ଡିଏସ୍ (Satellite INSAT 3DS) ମହାକାଶକୁ ଉତକ୍ଷେପଣ ହେବ। ଶନିବାର ସଂନ୍ଧ୍ୟା ୫ଟା ୩୫ ମିନିଟ୍ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାରୁ ଶତୀଶ ଧାବନ୍ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ। ପାଣିପାଗ ଉପଗ୍ରହ  ଇନସାଟ୍-୩ଡିଏସ୍ (INSAT 3DS) ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। କାରଣ ଇନସାଟ୍-୩ ଡିଏସ୍ ହେଇଛି ଇସ୍ରୋ ଜିଓଷ୍ଟେସନାରୀ କାକ୍ଷ ପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର  ନୂଆ ମିଶନ୍। ଜିଓଷ୍ଟେସନାରୀ କକ୍ଷ ପଥରେ ପହଞ୍ଚିବା ପରେ ଏହି ଉପଗ୍ରହ ସହଜରେ ପାଣିପାଗ ସମ୍ବନ୍ଧିୟ ସୂଚନା ଦେବା ସହ ପାଣିପାଗ ବାବଦରେ ପୂର୍ବାନୁମାନ କରିପାରିବ। 


ଇସ୍ରୋ (ISRO) କହିଛି ଯେ, ଏହି ଉପଗ୍ରହଟି ଅତ୍ୟନ୍ତ ସ୍ବତନ୍ତ୍ର, ଭାରତ ପାଇଁ ଏହା ନିହାତି ଆବଶ୍ୟକୀୟ। ଏହା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ଜାଣିବାରେ ସାହାର୍ଯ୍ୟ କରିବ।  ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ୍ ଏବେ ଏହା ପ୍ରାୟ ୪୮୦ କୋଟି ଟଙ୍କାରେ ନିର୍ମିତ ହୋଇଛି। ଏହି ସାଟେଲାଇଟର ନିର୍ମାଣ ପାଇଁ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଆର୍ଥିକ ଅନୁଦାନ ଦେଇଛି।