DeepFake: ନୂଆଦିଲ୍ଲୀ: ଏବେ ସମଗ୍ର ବିଶ୍ୱ ତଥା ଦେଶରେ ଡିପଫେକ ମାମଲା ଗୁରୁତର ଭାବେ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନିଜେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି କି ସୋସିଆଲ ମିଡ଼ିଆ ପ୍ଲାଟ ଫର୍ମରେ ଭ୍ରମିତ କରିବା ଭଳି ବିଷୟବସ୍ତୁକୁ ପ୍ରସାର କରିବାକୁ ଦିଆଯିବ ନାହିଁ। ଏହା ଉପରେ ରୋକ ଲଗାଇବା ପାଇଁ ସରକାରଙ୍କର ଆଇଟି ବିଭାଗ କାର୍ଯ୍ୟ କରୁଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେବେ ଡିପଫେକ ମାମଲାକୁ ନେଇ ଆସନ୍ତା ୨୪ ତାରିଖରେ ଏକ ବୈଠକ ଡାକିଛି ଆଇଟି ବିଭାଗ। 


COMMERCIAL BREAK
SCROLL TO CONTINUE READING

ଏହି ମାମଲା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଆସନ୍ତା ୨୪ ତାରିଖରେ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ବୈଠକ ଡାକିଛି। ବୈଠକରେ ସୋସିଆଲ ମିଡ଼ିଆ ଗାଇଡ଼ ଲାଇନ ଉପରେ ମଧ୍ୟ ଆଲୋଚନା କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କମ୍ପାନୀଗୁଡିକ ଏହିପରି ବିଷୟବସ୍ତୁ ବିରୋଧରେ ଅଧିକ କଠୋର ପଦକ୍ଷେପ ନେବାକୁ ପଡିବ। ଶ୍ରୀ ବୈଷ୍ଣବ କହିଛନ୍ତି କି ସେମାନେ ଏହା ଉପରେ ପଦକ୍ଷେପମାନ ଗ୍ରହଣ କରୁଛନ୍ତି।  କିନ୍ତୁ ଆମକୁ ଆହୁରି କଠୋର ହେବାକୁ ପଡ଼ିବ। ଏହା ଉପରେ ଆମେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଏକ ବୈଠକ କରିବାକୁ ଯାଉଛୁ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକର ଅଧିକାରୀମାନଙ୍କୁ ମଧ୍ୟ ଏହି ବୈଠକକୁ ଡକାଯିବ। ସେମାନଙ୍କୁ ଅତ୍ୟନ୍ତ ଚତୁରତାର ସହ ଏହା ଉପରେ କାର୍ଯ୍ୟ କରିବାକୁ କୁହାଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। 


ଏହି ବୈଠକ ପାଇଁ ମେଟା ଏବଂ ଗୁଗୁଲ ପରି ବଡ ପ୍ଲାଟଫର୍ମ ଡକାଯିବା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସକରାତ୍ମକ ଜବାବ ଦେଇଥିଲେ।  ଆଇଟି ଅଧିନିୟମ ଅନୁଯାୟୀ ପ୍ଲାଟଫର୍ମଗୁଡିକ ବର୍ତ୍ତମାନ ବ୍ୟବହାର କରୁଥିବା ନିରାପଦ ହାର୍ବର ପ୍ରତିରକ୍ଷା ପ୍ରଯୁଜ୍ୟ ହେବ ନାହିଁ ଯଦି ସେମାନେ ପର୍ଯ୍ୟାପ୍ତ ପଦକ୍ଷେପ ନ ନିଅନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚେତାବନୀ ଦେଇଛନ୍ତି। ଏଠାରେ କହିରଖୁଛୁ ଯେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେତାବନୀ ଦେଇଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦ୍ୱାରା ସୃଷ୍ଟି ହୋଇଥିବା ଡିପଫେକ ମାମଲା ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ ଏବଂ ସମାଜରେ ଅସନ୍ତୋଷ ସୃଷ୍ଟି କରିପାରେ। ସେ ଏହାର ଅପବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଥିଲେ। ସମ୍ପ୍ରତି ବିଶିଷ୍ଟ ଅଭିନେତାମାନଙ୍କୁ ଟାର୍ଗେଟ କରୁଥିବା ଅନେକ ଫେକ ଭିଡିଓ ଭାଇରାଲ ହେବାରେ ଲାଗିଛି।