Jammu Narwal Area Bomb Blast: ଶନିବାର ସକାଳେ ଜାମ୍ମୁ କାଶ୍ମୀରର ନରୱାଲ ଅଞ୍ଚଳରେ ହୋଇଯାଇଛି ଦୁଇଟି ବିସ୍ଫୋରଣ। ଏନେଇ ପ୍ରତିକ୍ରିୟା ରଖି ଜାମ୍ମୁ ଜୋନ ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ଏହି ବିସ୍ଫୋରଣରେ ୭ ଜଣ ଆହତ ହୋଇଥିବାର ଖବର ମିଳିଛି। ଏହି ବିସ୍ଫୋରଣ ପରେ ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ସମ୍ପର୍କରେ ପ୍ରତିକ୍ରିୟା ରଖି ପୋଲିସ ଅଧିକାରୀ କହିଛନ୍ତି ଯେ ଦୁଇଟି ଗାଡିରେ ବିସ୍ଫୋରଣ ହୋଇଥିବାର ଜଣାପଡିଛି। ଯେଉଁଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ପୋଲିସ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣ ପରେ ନରୱାଲ ଅଞ୍ଚଳକୁ (Narwal Area of Jammu) କର୍ଡନ କରାଯାଇଛି। ବରିଷ୍ଠ ପୋଲିସ ଅଧିକାରୀ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ 
ଘଟଣାରେ ଅଧିକ ତଦନ୍ତ କରାଯାଉଛି। ଏନେଇ ମିଳିଥିବା ଖବର ଅନୁସାରେ ଟ୍ରାନ୍ସପୋର୍ଟ ନଗର ଅଧିନସ୍ଥ (Narwal Transport Nagar Jammu) ୭ ନମ୍ବର ୱାର୍ଡ ଠାରେ ଦିନ ପ୍ରାୟ ୧୧:୦୦ ସମୟରେ ପ୍ରଥମ ବିସ୍ଫୋରଣ ଘଟିଥିଲା। ପ୍ରଥମ ବିସ୍ଫରୋଣ ହେବାର ୧୫-୨୦ ମିନିଟ୍ ପରେ, ସେହି ଅଞ୍ଚଳରେ ଆଉ ଏକ ବିସ୍ଫୋରଣ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଦୁଇଟି ବିସ୍ଫୋରଣରେ ଷ୍ଟିକି ବୋମା ବ୍ୟବହାର କରା ଯାଇଥିଲା।


ବୋମା ବିସ୍ଫୋରଣରେ ହୋଇଥିବା ଅନୁସନ୍ଧାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ନରୱାଲ ଟ୍ରାନ୍ସପୋର୍ଟ ନଗରରେ ହୋଇଥିବା ବିସ୍ଫୋରଣକୁ ଆତଙ୍କବାଦୀ ଡାଙ୍ଗରୀ ପାର୍ଟ-ଟୁ କରିବାକୁ ଚାହୁଁଥିଲେ। ପ୍ରଥମ ବିସ୍ଫୋରଣ ୱାର୍ଡ ନମ୍ବର ୭ ଠାରେ ପ୍ରାୟ ୧୧:୦୦ ସମୟରେ ହୋଇଥିଲା। ଆତଙ୍କବାଦୀ ଦ୍ୱିତୀୟ ବିସ୍ଫୋରଣ କରି ବିସ୍ଫୋରଣ ଦେଖିବାକୁ ଆସିଥିବା ଲୋକ ଏବଂ ସୁରକ୍ଷା ବଳକୁ ଟାର୍ଗେଟ କରିଥିଲେ।


ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଡେପୁଟି ମେୟର ବଳଦେବ ସିଂହ ବାଲୋରିଆ। ଏନେଇ ଡେପୁଟି ମେୟର କହିଛନ୍ତି ଯେ, ମୁଁ ଅଧିକାରୀଙ୍କୁ ପଚାରିଥିଲି ଏବଂ ସେମାନେ ମୋତେ କହିଥିଲେ ଯେ ଅନୁସନ୍ଧାନ ପରେ ଯାଇ ସେମାନେ ବିସ୍ଫୋରଣ ଘଟଣା ସମ୍ପର୍କରେ କିଛି କହିପାରିବେ। ଏହି ବିସ୍ଫୋରଣ ଦୁର୍ଘଟଣାଜନକ କିମ୍ବା ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ତାହା ତଦନ୍ତ ପରେ ଜଣାପଡ଼ିବ। ମୋତେ କୁହାଯାଇଛି ଯେ ବିସ୍ଫୋରଣରେ ୭ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। 


ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ (Republic Day) ପୂର୍ବରୁ ସୁରକ୍ଷା ଏଜେନ୍ସି  ଜାମ୍ମୁ କାଶ୍ମୀରରେ ଯେ କୌଣସି ସମୟରେ ଏକ ବଡ଼ ଘଟଣା ଘଟିପାରେ ବୋଲି ସତର୍କ ସୂଚନା ଜାରି କରିଥିଲା। ଅନ୍ୟପକ୍ଷରେ ରାହୁଲ 
ଗାନ୍ଧୀଙ୍କ (Rahul  Gandhi) ନେତୃତ୍ୱରେ ଜାମ୍ମୁରେ (Jammu) ଭାରତ ଯୋଡା ଯାତ୍ରା (Bharat Joda Yatra) ମଧ୍ୟ ଚାଲିଛି। ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିପାରେ।