Ashirwad Tower Dhanbad Fire: ଝାଡ଼ଖଣ୍ଡର ଧନବାଦ ଜିଲ୍ଲାର ଆଶୀର୍ବାଦ ଟାୱାର ଠାରେ ଘଟିଯାଇଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। ଏହି ଘଟଣାରେ ଜଣେ ଶିଶୁ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। 
ଅଗ୍ନିକାଣ୍ଡ ପରେ ଏ ପର୍ଯ୍ୟନ୍ତ ୬ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର ଅନେକ ଲୋକ ଆହତ ହୋଇଥିବାର ଖବର ମିଳିଛି। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କାରଣରୁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ଟାୱାର ପଛରେ ରହିଥିବା ବି ବ୍ଲକ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଯେଉଁ ଘରେ ନିଆଁ ଲାଗିଥିଲା ​​ସେଠାରେ ଏକ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ଜାନୁଆରୀ ୩୧ ତାରିଖ ମଙ୍ଗଳବାର ସିଦ୍ଧ ବିନାୟକ ହୋଟେଲ ଠାରେ ଏକ ପାର୍ଟି ଆୟୋଜିତ ହୋଇଥିଲା। ହେଲେ ଅଗ୍ନିକାଣ୍ଡ କାରଣରୁ ଖୁସିରେ ପରିପୂର୍ଣ୍ଣ ଘର ଶୋକରେ ବୁଡ଼ି ଯାଇଥିଲା।


ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଗ୍ନିକାଣ୍ଜ ପରେ ନିଆଁକୁ ତତକ୍ଷଣାତ ନିୟନ୍ତ୍ରଣ କରାଯାଇ ପାରି ନାହିଁ। ନିଆଁ ଗୋଟିଏ ପରେ ଗୋଟିଏ ଫ୍ଲାଟ ଠାରେ ବ୍ୟାପିବାରେ ଲାଗିଥିଲା। ଏହି ଆପାର୍ଟମେଣ୍ଟ ଅଧନସ୍ଥ ଅଧିକାଂଶ ଫ୍ଲାଟ ଖାଲି ପଡିଛି। ଅନେକ ଲୋକ ଆପାର୍ଟମେଣ୍ଟ ଛାତ ଉପରକୁ ଯାଇ ଜୀବନ ବଞ୍ଚାଇବାକୁ ନିବେଦନ କରୁଛନ୍ତି। ଅଗ୍ନିକାଣ୍ଡ ପରେ ନିଆଁ ଏହି ଟାୱାରର ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ମହଲାକୁ ବ୍ୟାପିଯାଇଥିଲା। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଏହି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି। ଅଗ୍ନିକାଣ୍ଡ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଜଣରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଯାଇଛି।


ଆଶୀର୍ବାଦ ଟ୍ୱିନ ଟାୱାର ହେଉଛି ୧୦ ମହଲା ବିଶିଷ୍ଟ। ଅଗ୍ନିକାଣ୍ଡ ପରେ ନିଆଁ ପଞ୍ଚମ ମହଲା ପର୍ଯ୍ୟନ୍ତ ବ୍ୟାପିଯାଇଛି। ନିଆଁକୁ ନିୟନ୍ତ୍ରଣ କରାଯାଇ ପାରି ନାହିଁ। କାରଣ ଏହା ଗୋଟିଏ ଗୋଟିଏ ପରେ ଗୋଟିଏ ଫ୍ଲାଟ ଆଡ଼କୁ ମାଡିଯାଇଛି। ନିଆଁଲିଭା କାର୍ଯ୍ୟରେ କୋଡିଏରୁ ଅଧିକ ଅଗ୍ନିଶମ ବାହିନୀ ଟିମ ନିୟୋଜିତ ହୋଇଛି। ଉଦ୍ଧାର କାର୍ଯ୍ୟରେ ବହୁ ସଂଖ୍ୟକ ପୋଲିସ ଏବଂ ଉଦ୍ଧାରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅଧିକାଂଶ ଆପାର୍ଟମେଣ୍ଟ ଫ୍ଲାଟ ଖାଲି ପଡିଛି। 


ନିଆଁ କବଳରୁ ରକ୍ଷା ପାଇ ବାହାରକୁ ପଳାଇ ଆସିଥିବା ଲୋକ କହିଛନ୍ତି ଯେ ଅନେକ ମୃତଦେହ ସିଡ଼ି ଠାରେ ପଡ଼ି ରହିଛି। ଉଦ୍ଧାରକାରୀ ଦଳ ଲୋକଙ୍କ ସହିତ ମୃତଦେହକୁ ମଧ୍ୟ ବାହାର କରୁଛନ୍ତି। ଟାୱାର ଠାରେ ରହିଥିବା ଏଣେ ତେଣେ ଦୌଡିଥିଲେ। ଅଗ୍ନିକାଣ୍ଡ ପରେ ଅନେକ ଲୋକ ଶ୍ୱାସରୁଦ୍ଧ ହୋଇ ପଡ଼ିଥଲେ।