Nitish kumar on liquor deaths: ନୂଆଦିଲ୍ଲୀ: ଛପରାରେ ବିଶାକ୍ତ ମଦ ପିଇ (Chhapra Liquor Death) ପାଖାପାଖି ୪୫ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଯାହାକୁ ନେଇ ବୟାନ ରଖିଛନ୍ତି ମୁଖ୍ୟମନ୍ତ୍ରୀ (Chief Minister) ନୀତିଶ କୁମାର (Nitish Kumar)। ତେବେ ଏହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ନୀତିଶ ଏହି ମଦମୃତ୍ୟୁକୁ (Liquor Death) ନେଇ କହିଥିଲେ କି ଯିଏ ଯେତେ ମଦ ପିଇବ ସିଏ ନିଶ୍ଚିତ ମରିବ। ଆମେମାନେ ରାଜ୍ୟରେ ମଦ ବନ୍ଦ କରି ରଖିଛୁ। ମଦ ଅତ୍ୟନ୍ତ ଖରାପ ପାନୀୟ। ଏହାକୁ ଯିଏ ପିଇବ ସିଏ ନିଶ୍ଚିତ ମରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ଏହି ମଦ ମାଫିଆଙ୍କୁ ଧରି ନିଶ୍ଚିତ ପକ୍ଷେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଠାରେ କହି ରଖୁଛି କି ଛପରାରେ ବିଶାକ୍ତ ମଦ ପିଇ ଦୁଇ ଦିନ ମଧ୍ୟରେ ୪୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଗୁରୁବାର ହିଁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। 


COMMERCIAL BREAK
SCROLL TO CONTINUE READING

ଗୁରୁବାର ବିଧାନସଭାକୁ ଯିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି ବିହାରରେ ୨୦୧୬ ମସିହାରୁ ମଦକୁ ବନ୍ଦ କରିଦିଆଗଲାଣି। ସେହି ମସୟରେ ବିଷାକ୍ତ ମଦ କାରବାର ନେଇ ମାମଲା ସାମ୍ନାକୁ ଆସିଥିଲା। ସରକାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କିନ୍ତୁ ଲୋକମାନଙ୍କୁ ମଧ୍ୟ ସଚେତନ ରହିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଲୋକମାନଙ୍କୁ ଜାଣି ରଖିବାର ଆବଶ୍ୟକ ରହିଛି କି ରାଜ୍ୟରେ ମଦ ବନ୍ଦ ରହିଛି ମାନେ ନକଲି ବା ବିଶାକ୍ତ ମଦ ହିଁ ରାଜ୍ୟରେ ମିଳିବ। ଯାହାକୁ ପିଇବା ଶରୀର ପ୍ରତି ହାନୀକାରକ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 


ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆହୁରି ମଧ୍ୟ କହିଥିଲେ କି ମଦ ପିଇବାର କୌଣସୀ ଆବଶ୍ୟକତା ହିଁ ନାହିଁ। ମଦ ଶରୀର ପ୍ରତି ହାନୀକାରକ। ଅଧିକାଂଶ ଲୋକ ମଦ ବନ୍ଦ ସପକ୍ଷରେ ରହିଛନ୍ତି। କିନ୍ତୁ କିଛି ଲୋକମାନଙ୍କ କଣ କରାଯିବ। ସେମାନେ ଭୁଲ କରୁଛନ୍ତି। ବାରମ୍ବାର ଏଭଳି କରିବା ଦ୍ୱାରା ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଗତ ଥର ହୋଇଥିବା ମଦ ମୃତ୍ୟୁର କ୍ଷତିପୁରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଇ ପାରିନାହିଁ। କିନ୍ତୁ ବର୍ତ୍ତମାନ ସମୟରେ ଯିଏ ମଦ ପିଇବ ସିଏ ମରିବ ହିଁ ମରିବ। ଆମେମାନେ ସରକାରଙ୍କ ତରଫରୁ ସଚେତନ ଅଭିଯାନ ଚଳାଇଛୁ। 


ସେ ଆହୁରି ମଧ୍ୟ କହିଥିଲେ କି ବିହାରର ମହିଳାଙ୍କ ଦାବିକୁ ଦୃଷ୍ଟିରେ ରଖି ମଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏହି ନିଷ୍ପତ୍ତିକୁ ବିପୁଳ ସଂଖ୍ୟାରେ ପୁରୁଷମାନେ ମଧ୍ୟ ସହମତି ଜଣାଇଥିଲେ। ସମସ୍ତ ଦଳ ମଧ୍ୟ ନିଜର ସହମତି ଜଣାଇଥିଲେ। ଗରୀବମାନଙ୍କୁ ଯେପରି ମଦ ମାମଲାରେ ଗିରଫ ନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଯେଉଁମାନେ ମଦ ପ୍ରସ୍ତୁତ କରି ବେଆଇନ ଭାବେ ବିକ୍ରି କରୁଛନ୍ତି ସେମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ମଦ କାରବାର ମାମଲାରେ ନ ପଡ଼ିବାକୁ ମଧ୍ୟ ରାଜ୍ୟବାସୀଙ୍କୁ ଅପିଲ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି କି ଆମେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମଧ୍ୟ ପ୍ରଦାନ କରୁଛୁ। ଆବଶ୍ୟକ ପଡ଼ିଲେ ଏହି ରାଶିକୁ ବଢାଇବାକୁ ମଧ୍ୟ ଆମେ ପ୍ରସ୍ତୁତ ରହିଛୁ। ବେଆଇନ ମଦ କାରବାରକୁ ନେଇ କାର୍ଯ୍ୟାନୁଷ୍ଠାନ କ୍ରମାଗତ ଭାବେ ଜାରି ରହିଛି। ବିଶାକ୍ତ ମଦ ବିକ୍ରି କରୁଥିବା ମାଫିଆଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ନୀତିଶ କହିଛନ୍ତି।


Also Read: Tawang Clash: ଭାଇରାଲ ହେବାରେ ଲାଗିଛି ତୱାଙ୍ଗ ସଂଘର୍ଷ ଭିଡ଼ିଓ, ଜାଣନ୍ତୁ ଏହାର ସତ୍ୟତା


Also Read: Border Dispute News: ରାଜ୍ୟର ୧୧ ଗ୍ରାମକୁ ନୋଟିସ ଜାରି କଲେ ମହାରାଷ୍ଟ୍ର ସରକାର, ଜାଣନ୍ତୁ କାରଣ