ନୂଆଦିଲ୍ଲୀ: କଂଗ୍ରେସର ତୃଣମୂଳ ସ୍ତରରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ଫଳରେ ମଧ୍ୟପ୍ରଦେଶରେ ସରକାରରେ ଟଳମଳ ଅବସ୍ଥା ଦେଖାଦେଇଛି। ସେପଟେ ଇସ୍ତଫା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଜ୍ୟୋତିରାଦିତ୍ୟଙ୍କ ଏହି ନିଷ୍ପତ୍ତିକୁ ସିନ୍ଧିଆ ପରିବାରରେ ବେଶ ସ୍ୱାଗତ କରାଯାଇଛି।  


COMMERCIAL BREAK
SCROLL TO CONTINUE READING

ଜ୍ୟୋତିରାଦିତ୍ୟଙ୍କ ପିଉସୀ ଯଶୋଧାରା ରାଜେ ସିନ୍ଧିଆ ବେଶ ସ୍ୱାଗତ କରିଛନ୍ତି। ସେ କହିଛନ୍ତି କି, ଜ୍ୟୋତିରାଦିତ୍ୟଙ୍କ ଏହା ଘର ବାହୁଡ଼ା। ତାଙ୍କର ଏହି ନିଷ୍ପତ୍ତିରେ ମୁଁ ବହୁତ ଖୁସି। ସେ ଆହୁରି ମଧ୍ୟ କହିଥିଲେ କି, ଜ୍ୟୋତିରାଦିତ୍ୟଙ୍କ ବାପା ଜନସଂଘ ଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତେବେ କଂଗ୍ରେସରେ ତାଙ୍କୁ ଉପେକ୍ଷା କରାଯାଉଥିଲା ବୋଲି ସେ କହିଥିଲେ। ନିଜ ଟ୍ୱିଟରେ ଏନେଇ ସେ ସୂଚନା ଦେଇଛନ୍ତି।  


 



ସୂଚନାଯୋଗ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ତୃଣମୂଳ ସ୍ତରରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି। ଉଭୟଙ୍କୁ ଭେଟିବା ପରେ ହିଁ ସେ ନିଜର ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କୁ ପଠାଇଛନ୍ତି। ନିଜର ଇସ୍ତଫା ପତ୍ରରେ ସେ ଗତକାଲିର ତାରିଖ ଅର୍ଥାତ ୯ ମାର୍ଚ୍ଚ, ୨୦୨୦ ପକାଇଛନ୍ତି। ଅର୍ଥାତ ସେ କାଲିଠାରୁ ହିଁ ନିଜର ଇସ୍ତଫା ପତ୍ରକୁ ପ୍ରସ୍ତୁତ କରି ରଖିଥିଲେ।  


ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି ଯେ, ମୋ ରାଜ୍ୟ ଓ ଦେଶର ସେବା କରିବା ପାଇଁ ସର୍ବଦା ଲକ୍ଷ୍ୟ ରହି ଆସିଛି। ମାତ୍ର ଏହିଦଳରେ ରହି ଏହା ଆଉ ସମ୍ଭବ ହୋଇ ପାରୁନାହିଁ। ଫଳରେ ମୁଁ ଇସ୍ତଫା ପ୍ରଦାନ କରିବାକୁ ବାଧ୍ୟ ହେଉଛି ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି।