Udaipur Murder Case: ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ (Kanhaiya Lal) ହତ୍ୟା ମାମଲାରେ ରାଜସ୍ଥାନର ଡିଜିପି ଏକ ବଡ଼ ଖୁଲାସା କରିଛନ୍ତି । ଡିଜିପି ଏମଏଲ ଲାଠର କହିଛନ୍ତି ଯେ ପଚରାଉଚରା ବେଳେ ଏପର୍ଯ୍ୟନ୍ତ ଏହା ସାମ୍ନାକୁ ଆସିଛି ଯେ ଏହି ଦୁଇ ମୁଖ୍ୟ ଅଭିଯୁକ୍ତ ଦାୱାତ-ଏ-ଇସଲାମି ନାମକ ଏକ ସଂଗଠନ ସହ ଜଡିତ ଥିଲେ । ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗୌସ୍ ମହମ୍ମଦଙ୍କୁ ଥରେ କରାଚି ଯାଇଥିବା ଜାଣିବାକୁ ମିଳିଛି । ତେବେ ସେ କାହିଁକି କରାଚି ଯାଇଥିଲେ ସେନେଇ ଯାଞ୍ଚର ବିଷୟ ବୋଲି ସେ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

UAPA ଅଧୀନରେ ମାମଲା ପଞ୍ଜିକୃତ 
ରାଜସ୍ଥାନ ଡିଜିପି ଏମଏଲ ଲାଠର କହିଛନ୍ତି ଯେ ଆତଙ୍କବାଦ ଆଇନକୁ ବିଚାରକୁ ନେଇ UAPA ଅଧୀନରେ ଏହି ମାମଲା ପଞ୍ଜିକୃତ ହୋଇଛି । ରାତିରେ ମଧ୍ୟ ଆମର ଯାଞ୍ଚରେ NIA ଯୋଗଦାନ କଲା । ଏହା ସହିତ ରାଜସ୍ଥାନ ପୋଲିସ ମଧ୍ୟ ତଦନ୍ତରେ ସଂପୂର୍ଣ୍ଣ ସକ୍ରିୟ ଅଛନ୍ତି । ଡିଜିପି ଲାଠର କହିଛନ୍ତି ଯେ ଏହି ଅଭିଯୁକ୍ତ ମଧ୍ୟରୁ ରିୟାଜ ୱେଲଡିଂ କାମ କରନ୍ତି ଓ ଅନ୍ୟ ଜଣେ ଛୋଟମୋଟ କାମ କରିଥାନ୍ତି ।


ଅପରାଧୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ
ଏଥି ସହିତ, ଡିଜିପି କହିଛନ୍ତି ଯେ ପୋଷାକ ସିଲେଇ କରିବାର ବାହାନା କରି ସୁଯୋଗ ଦେଖି ଦୁଇଜଣ ବ୍ୟକ୍ତି କହ୍ନେୟା ଲାଲଙ୍କୁ ଏକ ତୀକ୍ଷ୍ଣ ଅସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଲିସ ନାକାବନ୍ଦୀ କରି ତାଙ୍କୁ ତୁରନ୍ତ ଗିରଫ କରିଥିଲା । ସେ କହିଛନ୍ତି ଯେ ଏନ୍ଆଇଏ ସହିତ ତଦନ୍ତ ଜାରି ରଖାଯିବ ଓ ଏହି ମାମଲାରେ ଯିଏ ଦୋଷୀ, ସେ ଅଧିକାରୀ ହୁଅନ୍ତୁ ବା ଆଉକେହି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


ବୁଧବାର ଦିନ ଅପରାହ୍ନରେ ଉଦୟପୁରରେ କହ୍ନେୟା ଲାଲଙ୍କୁ ଶବଦାହ କରାଯାଇଥିଲା । ଏହାପୂର୍ବରୁ, କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ଏକ ତୀକ୍ଷ୍ଣ ଅସ୍ତ୍ରରେ କହ୍ନେୟା ଲାଲ ଉପରେ ୨୬ ଥର ଆକ୍ରମଣ ହୋଇଥିଲା । ତାଙ୍କ ଶରୀରରେ ୧୩ ଟି କ୍ଷତ ରହିଛି । ଯାହା ମଧ୍ୟରେ ଅଧିକାଂଶ କ୍ଷତ ବେକରେ ଦେଖିବାକୁ ମିଳିଛି । ଏହି ଅସ୍ତ୍ରରେ କହ୍ନେୟା ଲାଲଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରିବାକୁ ଚେଷ୍ଟା କରାଯାଇଥିଲା ।


ଏହା ବି ପଢ଼ନ୍ତୁ: କହ୍ନେୟା ଲାଲ ହତ୍ୟାକୁ ନେଇ ଏପରି କ’ଣ କହିଲେ କେରଳ ରାଜ୍ୟପାଳ? ସବୁଠି ହେଉଛି ଚର୍ଚ୍ଚା


ଏହା ବି ପଢ଼ନ୍ତୁ: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା; ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକତ୍ୱ