Kanjhawala Accident: ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ କଞ୍ଝାଓ୍ୱାଲା ଘଟଣାରେ ଲଜ୍ଜିତ ହୋଇ ପଡ଼ିଛନ୍ତି। ଜଣେ ଯୁବତୀ କାରରେ ଘୋଷାଡ଼ି ହୋଇ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଲୋମଟାଙ୍କୁରା ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବାରେ ଲାଗିଛି। କଞ୍ଝାଓ୍ୱାଲା ଅଞ୍ଚଳରେ କାରଟି ୟୁ ଟର୍ଣ୍ଣ ନେଇଥିଲା। ଯେଉଁ ଗାଡ଼ି ତଳେ ଜଣେ ଯୁବତୀ ଲାଗିଥିବା ନେଇ ସ୍ପଷ୍ଟ ଦେଖାଯାଉଛି। ଗାଡ଼ି ଭୋର ପ୍ରାୟ ସାଢେ ୩ଟା ସମୟରେ ଲାଡ଼ପୁର ଗ୍ରାମ ଠାରୁ କିଛି ଦୂର ଆଗରେ ୟୁ ଟର୍ଣ୍ଣ ନେଇଥିଲା। ୟୁଟର୍ଣ୍ଣ ନେବା ପରେ ଗାଟି ଟି ତୋସୀ ଗ୍ରାମ ଆଡ଼କୁ ଦ୍ରୁତବେଗରେ ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଗାଡ଼ି ତଳେ ଯୁବତୀଙ୍କ ମୃତଦେହ ଘୋଷାଡ଼ି ହୋଇଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀର ଏହି ଲୋମଟାଙ୍କୁରା ଘଟଣା ପରେ ତମାମ ଦେଶରେ ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡ଼ିଆରେ ଘଟଣାକୁ ନେଇ ଆକ୍ରୋଶ ମଧ୍ୟ ଦେଖିବାକୁ ମିଳୁଛି। ସେପଟେ ଦିଲ୍ଲୀରେ ଯଦି ଝିଅବହୁ ଯଦି ସୁରକ୍ଷିତ ନୁହଁନ୍ତି ତେବେ କେଉଁଠାରେ ସୁରକ୍ଷିତ ବୋଲି ସୋସିଆଲ ମିଡ଼ିଆ ୟୁଜର ପ୍ରଶ୍ନ କରିବାରେ ଲାଗିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଯେତେବେଳେ ଦେଶ ନୂଆବର୍ଷକୁ ବେଶ ଧୁମଧାମରେ ପାଳନ କରୁଥିଲା ଦିଲ୍ଲୀର କଞ୍ଝାଓ୍ୱାଲା ଅଞ୍ଚଳରେ ଅଧରାତିରେ ଏକ କାର ସ୍କୁଟିରେ ଆସୁଥିବା ଏକ ଝିଅକୁ ଧକ୍କା ଦେଇଥିଲା। କାରରେ ଥିବା ଚାଳକ ସମେତ ଅନ୍ୟ ନୃଶଂସ ଚରିତ୍ରମାନଙ୍କୁ ଏହି ଦୁର୍ଘଟଣା ସମ୍ପର୍କରେ ଜଣାଥିଲା। ତଥାପି ସେମାନେ ଗାଡ଼ିକୁ ୧୦ କିଲୋମିଟର ପର୍ଯ୍ୟନ୍ତ ଉକ୍ତ ଯୁବତୀଙ୍କୁ ଗାଡ଼ିରେ ଘୋଷାଡ଼ି ନେଇଥିଲେ। ଉକ୍ତ ଯୁବତୀଙ୍କ ନିବସ୍ତ୍ର ମୃତଦେହ ରାସ୍ତା ଉପରେ ପଡ଼ିଥିଲା। ଏହି ଘଟଣା ପରେ ପୁରା ଦେଶରେ ଆକ୍ରୋଶର ନିଆଁ ଜଳୁଥିବାର ଦେଖିବାକୁ ମିଳିଛି। ତେବେ ଏହି ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। 


ସେପଟେ ସିସିଟିଭି ଫୁଟେଜରେ କଞ୍ଝାଓ୍ୱାଲା ମାମଲାରେ ମୃତ ଯୁବତୀ ଜଣକ ନିବସ୍ତ୍ର ଅବସ୍ଥାରେ ନଜର ଆସୁଛନ୍ତି। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଯୁବତୀଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଦିଲ୍ଲୀ ମହିଳା ଆୟୋଗ ଏହି ଘଟଣାକୁ ନେଇ ସହର ଥାନାକୁ ନୋଟିସ ଜାରି କରିଛି। ପୋଲିସ ସ୍ଥାନୀୟ ମଙ୍ଗୋଲପୁରୀ ଅଞ୍ଚଳର ସଞ୍ଜୟ ଗାନ୍ଧୀ ମେମୋରିଆଲ ଡାକ୍ତରଖାନାକୁ ମୃତଦେହକୁ ପଠାଇଛି। ପୋଲିସ ମୁତାବକ ମୃତ ଯୁବତୀଙ୍କ ଗୋଡ଼ କାରର ଚକା ନିକଟରେ ଫସି ରହିଥିଲା। ଯେଉଁଥିପାଇଁ ସେ ଗାଡ଼ି ସହିତ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲେ। 


ଏହି ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ କାଞ୍ଝାଓ୍ୱାଲା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ସେ କହିଛନ୍ତି କି ଦୋଷୀଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ। କଞ୍ଝାଓ୍ୱାଲାରେ ଆମ ଭଉଣୀଙ୍କ ସହିତ ଯାହା ହେଲା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ମୁଁ ଆଶା କରିବି ଦୋଷୀଙ୍କ ବିପକ୍ଷରେ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା କହିଛନ୍ତି କି ଏହି ଘଟଣାରେ ତାଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଇଛି। 


ଦିଲ୍ଲୀ ମହିଳା ଆୟୋଗ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ସେ ଆୟୋଗ ନିକଟରେ ହାଜର ହେବାକୁ ମଧ୍ୟ କହିଛନ୍ତି। ଦୁର୍ଘଟଣାରେ ମୃତ ମହିଳାଙ୍କ ସମ୍ପର୍କରେ ଆୟୋଗ ନିଜ ଆଡ଼ୁ ଅବଗତ ହେବା ପରେ ମାମଲା ରୁଜୁ କରିଛନ୍ତି।