ନୂଆଦିଲ୍ଲୀ: ନେତୃତ୍ୱ ସଂକଟ ମଧ୍ୟରେ ଗତି କରୁଥିବା ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସରେ ଏବେ ଜୋରଧରିଛି ଗୋଷ୍ଠୀ କନ୍ଦଳ । ଦଳର ଅଧ୍ୟକ୍ଷ ଦାୟିତ୍ୱ କିଏ ନେବ ସେନେଇ ସୋମବାର (ଅଗଷ୍ଟ ୨୪, ୨୦୨୦) ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି-ସିଡବ୍ଲ୍ୟୁସି (CWC-Congress working committee) ବୈଠକ ଅନୁଷ୍ଠିତ ହୋଇଯାଇଛି ।


COMMERCIAL BREAK
SCROLL TO CONTINUE READING

ବୈଠକ ଚାଲିଥିବା ସମୟରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଦେଖାଦେଇଛି  ବିବାଦ । ବିଜେପିର ସହ ଦଳର କେତେକ ନେତା ଯୋଗାଯୋଗରେ ଅଛନ୍ତି ବୋଲି କହିଥିଲେ ରାହୁଲ । ତାଙ୍କର ଏପରି ବିବୃତ୍ତିକୁ ନେଇ ଅସନ୍ତୋଷ ଜଣାଇଛନ୍ତି ଦଳର ବରିଷ୍ଠ ନେତା କପିଲ ଶିବଲ ଏବଂ ଗୁଲାମନବୀ ଆଜାଦ ।
  
ଏହା ଉପରେ ପ୍ରତିକ୍ରିୟା ରଖି ଗୁଲାମ ନବୀ ଆଜାଦ କହିଛନ୍ତି ଯଦି ବିଜେପି ସହ କୌଣସି ସମ୍ପର୍କ ଥିବା ପ୍ରମାଣ ମିଳେ, ତାହେଲେ ସେ ଦଳରୁ ଇସ୍ତଫା ଦେବେ । ଅନ୍ୟପଟେ କପିଲ ସିବଲ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।


ସିଡବ୍ଲ୍ୟୁସି ବୈଠକ ଚାଲିଥିବା ସମୟରେ ଶିବଲ ଟ୍ୱିଟ କରି କହିଛନ୍ତି, "ରାହୁଲ ଗାନ୍ଧୀ କହୁଛନ୍ତି ଆମେ ବିଜେପି ସହ ଯୋଗାଯୋଗରେ ଅଛୁ । ମୁଁ ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ବେଳେ ହାଇକୋର୍ଟରେ ଦଳର ପକ୍ଷ ରଖିଥିଲି, ମଣିପୁରରେ ଦଳକୁ ରକ୍ଷା କରିଛି । ବିଗତ ୩୦ ବର୍ଷ ମଧ୍ୟରେ କୌଣସି ପ୍ରସଙ୍ଗରେ ବିଜେପିକୁ ସୁହାଇବା ଭଳି କୌଣସି ବିବୃତ୍ତି ଦେଇନାହିଁ । ତଥାପି ମଧ୍ୟ କୁହାଯାଉଛି ଯେ ଆମେ ଭାରତୀୟ ଜନତା ପାର୍ଟି ସହ ସମ୍ପର୍କରେ ଅଛୁ ।


କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି ସୋନିଆ ଗାନ୍ଧୀ । ଏହା ମଧ୍ୟରେ କଂଗ୍ରେସ ଦଳର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ନେତା ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବ ଦଳର ବରିଷ୍ଠ ନେତାଙ୍କୁ ଟାର୍ଗେଟ କରିଥିଲେ । ରାହୁଲ ଗାନ୍ଧୀ କହିଛନ୍ତି ଡାକ୍ତରଖାନାରେ ଥିବାବେଳେ ସୋନିଆ ଗାନ୍ଧୀଙ୍କୁ ଏପରି ଚିଠି କାହିଁକି ଲେଖାଯାଇଛି? ଯେତେବେଳେ ଏହି ଚିଠି ଲେଖାଯାଇଥିଲା ସେତେବଳେ ରାଜସ୍ଥାନରେ କ୍ଷମତାସୀନ ସରକାରଙ୍କୁ ବଞ୍ଚାଇବା ଲାଗି ପ୍ରୟାସ ଚାଲିଥିଲା।


କ'ଣ ଥିଲା କଂଗ୍ରେସର ଆଭ୍ୟନ୍ତରୀଣ ମାମଲା 


ଗୁଲାମ ନବୀ ଆଜାଦ, କପିଲ ଶିବଲ, ବୀରପ୍ପା ମୋଇଲି, ମନୀଷ ତିୱାରୀଙ୍କ ସମେତ ୨୩ ଜଣ ପୁରୁଣା କଂଗ୍ରେସ ନେତା  କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲ । ଏହା ମାଧ୍ୟମରେ ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ସେମାନେ ଦଳର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ କରିବା ଲାଗି ଦାବି କରିଥିଲେ । ତୃଣମୂଳସ୍ତରରେ କାମ କରି ଦଳକୁ ଆଗେଇ ନେବା ଭଳି କ୍ଷମତା ଥିବା ନେତାଙ୍କୁ ଦଳର ନୂତନ ଅଧ୍ୟକ୍ଷ କରିବାକୁ ମତ ପ୍ରକାଶ ପାଇଥିଲା । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସୋନିଆ ଗାନ୍ଧୀଙ୍କୁ ଏହି ପଦରେ ରହିବାକୁ ନିବେଦନ କରିଛନ୍ତି ।