ନୂଆଦିଲ୍ଲୀ: Kareena Kapoor Rahul Gandhi: ବଲିଉଡ ତାରକା ଓ ରାଜନେତାଙ୍କ ମଧ୍ୟରେ ପରସ୍ପର ସହିତ ପୁରୁଣା ସମ୍ପର୍କ ରହିଆସିଛି । ଗାନ୍ଧୀ ପରିବାର ମଧ୍ୟ ଏଥିରୁ ଅଛୁଆ ହୋଇ ରହିପାରିନାହିଁ । ଏକଦା ଗାନ୍ଧୀ-ନେହେରୁ ପରିବାର ଚଳଚ୍ଚିତ୍ର ଜଗତର ଭେଟେରାନ କପୁର ପରିବାର ସହିତ ବହୁତ ଭଲ ସମ୍ପର୍କ ଥିଲା । କେବଳ ଏତିକି ନୁହେଁ କରୀନା କପୁର (Kareena Kapoor) ମଧ୍ୟ କଂଗ୍ରେସ ନେତା (Congress Leader) ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ଡେଟ୍ କରିବାକୁ ଇଚ୍ଛା ବ୍ୟସ୍ତ କରିଥିଲେ । ବାସ୍ତବରେ କରୀନା ଏକ ସାକ୍ଷାତକାରରେ ଏହା କହିଛନ୍ତି । ୨୦୦୦ରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଫିଲ୍ମ 'ରିଫ୍ୟୁଜି' ସହିତ ବଲିଉଡରେ ଡେବ୍ୟୁ କରିବା ପରେ କରୀନା ସିମି ଗାରେୱାଲଙ୍କ ପ୍ରସିଦ୍ଧ ଚାଟ୍ ଶୋ'ରେ ପହଞ୍ଚିଥିଲେ । ଏହି ଚାଟ୍ ଶୋ’ରେ କରୀନା ପ୍ରଥମ ଥର ପାଇଁ ନିଜ ବିଷୟରେ ଅନେକ କଥା ଖୁଲାସା କରିଥିଲେ । ଏହି ସାକ୍ଷାତକାରରେ ସିମି ଗାରେୱାଲ କରୀନାଙ୍କୁ ପଚାରିଥିଲେ ଯେ ସେ କାହା ସହିତ ଡେଟ୍ କରିବାକୁ ଚାହୁଁଛନ୍ତି । ଏହା ଉପରେ କରୀନା ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନାମ ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

କରୀନାଙ୍କ ଏହି ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କ ସହ ଡେଟରେ ଯିବା କଥା କହୁଛନ୍ତି । ଏହି ସାକ୍ଷାତକାରରେ କରୀନା କହିଥିଲେ ଯେ, ରାହୁଲ ଜଣେ କୌତୁହଳ ବ୍ୟକ୍ତି ହେବେ ବୋଲି ସେ ଭାବନ୍ତି । କରୀନା ଆହୁରି ମଧ୍ୟ କହିଥିଲେ ଯେ, ଉଭୟଙ୍କ ମଧ୍ୟରେ କି ପ୍ରକାର କଥା ହେବ ସେ ସବୁବେଳେ ଚିନ୍ତା କରନ୍ତି । ଯେହେତୁ ସେ ନିଜେ ଫିଲ୍ମ ପରିବାରର ଓ ରାହୁଲ ଏକ ବଡ଼ ରାଜନୈତିକ ପରିବାରରୁ ଆସନ୍ତି । ତେଣୁ ବୋଧହୁଏ ଆମର କୌତୁହଳପୂର୍ଣ୍ଣ ବାର୍ତ୍ତାଳାପ ହୋଇପାରେ ।


କରୀନା କପୁର Rendezvous With Simi Garewal ର ଏକ  ଏପିସୋଡରେ ରାହୁଲ ଗାନ୍ଧୀଙ୍କ ଉପରେ କ୍ରଶ ଥିବା କଥା ସ୍ୱୀକାର କରିସାରିଛନ୍ତି । ଶୋ’ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ସିମି ଗାରେୱାଲ କରୀନା କପୁରଙ୍କୁ ପଚାରିଛନ୍ତି ଯେ, ସେ କାହା ସହ ଡେଟ୍ କରିବାକୁ ଚାହୁଁଛନ୍ତି, ଏହାର ଉତ୍ତରରେ କରୀନା କହିଛନ୍ତି ଯେ, "ମୋତେ ଜଣା ନାହିଁ ଏହା କହିବା ଉଚିତ୍ କି ନାହିଁ, ମୋତେ ଏହି କଥାର ଫରକ ପଡ଼େ ନାହିଁ କି ଏହା ବିବାଦୀୟ ହେବ.. ମୁଁ ରାହୁଲ ଗାନ୍ଧୀଙ୍କୁ ଜାଣିବାକୁ ଚାହେଁ ।"


ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ବିଜେପି-ଏକନାଥ ସିନ୍ଦେଙ୍କ ଯୋଡ଼ି ହିଟ୍, ନିର୍ବାଚନରେ ମିଳିଲା ବଡ଼ ବିଜୟ


ଅଧିକ ପଢ଼ନ୍ତୁ:-କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ହେବ ଲଢ଼େଇ! କିନ୍ତୁ ଏହି ବ୍ୟକ୍ତିଙ୍କ ଏଣ୍ଟ୍ରି ହେବ ତ ବଦଳିଯିବ ପୂରା କାହାଣୀ


ଅଧିକ ପଢ଼ନ୍ତୁ:- ୮୦ କୋଟି ଲୋକଙ୍କ ପାଇଁ ବହୁତ ବଡ଼ ଖବର, ମାଗଣା ରାସନକୁ ନେଇ ସରକାର ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା


 


 


ତେବେ ପରେ କରୀନା ତାଙ୍କ ବୟାନରୁ ପଲଟି ଯାଇଥିଲେ । ୨୦୦୯ରେ କରୀନା ଏହା ଏକ ପୁରୁଣା କଥା ବୋଲି କହି କଥାକୁ ଏଡ଼ାଇଯାଇଥିଲେ । ସେ ସେତେବେଳେ କହିଥିଲେ ଯେ, "ମୁଁ ଏହା ଏଥିପାଇଁ କହିଥିଲି କାରଣ ଆମ ଦୁହିଁଙ୍କର ଉପନାମ ପ୍ରସିଦ୍ଧ ଅଛି । ମୁଁ ଦିନେ ତାଙ୍କୁ ହୋଷ୍ଟ କରିବାକୁ ଚାହିଁବି । ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହେଁ, କିନ୍ତୁ ମୁଁ ନିଶ୍ଚିତ ଭାବେ ତାଙ୍କୁ 'ଡେଟ' କରିବାକୁ ଚାହେଁ ନାହିଁ ।"