7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଛି ଏକ ବଡ଼ ଉପହାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟିବ । ପୂର୍ବରୁ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ଦାବି ହୋଇଆସୁଥିବା ବେଳେ ଏହା ମଧ୍ୟରେ କର୍ଣ୍ଣାଟକ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବାକୁ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ।


COMMERCIAL BREAK
SCROLL TO CONTINUE READING

 ଏହି ନିଷ୍ପତ୍ତି ଫଳରେ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଦେଖିବାକୁ ମିଳିବ ।ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ରାଜ୍ୟରେ ଲାଗୁ କରିବା ପାଇଁ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ନୂଆ ନିଷ୍ପତ୍ତି ଆସନ୍ତା ମାସରୁ ଲାଗୁ ହେବ । ଏହଫଳରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ୭ ଲକ୍ଷ କର୍ମଚାରୀଙ୍କ ବେତନରେ ୨୭.୫ ପ୍ରତିଶତ ବୃଦ୍ଧି ଘଟିବ । 


କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ବିଧାନସଭାରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ଦୀର୍ଘ ସମୟ ଧରି ରାଜ୍ୟର ସରକାରୀ କର୍ମଚାରୀମାନେ ଦାବି କରିଆସୁଥିଲେ ।ଶେଷରେ ୭ ଲକ୍ଷ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଏହି ନିଷ୍ପତ୍ତି ଲାଗୁ କରିବା ଫଳରେ ରାଜ୍ୟ ରାଜକୋଷରୁ ବାର୍ଷିକ ପାଖାପାଖି ୧୭,୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ ।


 ପୂର୍ବତନ ମୁଖ୍ୟ ସଚିବ କେ. ସୁଧାକର ରାଓଙ୍କ ଅଧ୍ୟକ୍ଷତାରେ ସପ୍ତମ ବେତନ ଆୟୋଗ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି ବଡ଼ ଉପହାର ଦେଇଥିଲେ । ଏବେ ସିଦ୍ଧରମୈୟା ବେତନରେ ୧୦.୫ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏପରି ଭାବେ ମୂଳ ବେତନରେ ୨୭.୫ ପ୍ରତିଶତ ବୃଦ୍ଧି ଘଟିବ ।