ଶ୍ରୀନଗର: ଦୀର୍ଘ ୩୨ ମାସ ପରେ କାଶ୍ମୀର ଘାଟିରେ ସ୍କୁଲ ଘଣ୍ଟି ବାଜିଛି। ବୁଧବାର ଠାରୁ କାଶ୍ମୀରର ବିଦ୍ୟାଳୟଗୁଡ଼ିକ ପୁଣି ଥରେ ଖୋଲାଯାଇଛି। ଉଭୟ ଘରୋଇ ଏବଂ ସରକାରୀ ସ୍କୁଲରେ ଅଫଲାଇନ୍ ପାଠପଢା ଆରମ୍ଭ ହୋଇଛି। ପ୍ରଥମେ ସୁରକ୍ଷା ଦୃଷ୍ଟିରୁ ଓ ପରେ କୋରୋନା ସଂକ୍ରମଣ ପାଇଁ ସ୍କୁଲ୍ ବନ୍ଦ ଥିଲା। ସରକାରୀ ବିଦ୍ୟାଳୟଗୁଡ଼ିକ ପାଇଁ ୟୁନିଫର୍ମ ଚାର୍ଜ ଶୀଘ୍ର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେବ ବୋଲି ମଙ୍ଗଳବାର କର୍ତ୍ତୃପକ୍ଷ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

2021 ପର୍ଯ୍ୟନ୍ତ କ୍ରମାଗତ ତୃତୀୟ ବର୍ଷ ପାଇଁ କାଶ୍ମୀର ଉପତ୍ୟକାର ଛାତ୍ରଛାତ୍ରୀମାନେ ଅଫଲାଇନ କ୍ଲାସରୁ ବଞ୍ଝିତ ହୋଇଥିଲେ। ୨୦୨୦-୨୧ ଶିକ୍ଷାବର୍ଷରେ ଦୁଇମାସ ମଧ୍ୟ ନିୟମିତ କ୍ଲାସ ହେଲା ନାହିଁ। ୨୦୨୧ ମସିହାରେ ପ୍ରାୟ ତିନି ମାସର ଶୀତକାଳୀନ ଛୁଟି ପରେ ଫେବୃଆରୀ ୨୬ ରେ ବିଦ୍ୟାଳୟଗୁଡ଼ିକ ପୁନଃଖୋଲାଯାଇଥିଲା। କିନ୍ତୁ ଗୋଟିଏ ସପ୍ତାହ ପରେ କ୍ୱିଭିଡ୍ ମାମଲାରେ ବୃଦ୍ଧି ପାଇବାରୁ ଏପ୍ରିଲ୍ ୪ରେ ପୁନର୍ବାର ବନ୍ଦ ହୋଇଯାଇଥିଲା।


Also Read: ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା


ସରକାରୀ ବିଦ୍ୟାଳୟର ଶିକ୍ଷକମାନେ କହିଛନ୍ତି ଯେ, ୨୦୨୦-୨୧ ଶିକ୍ଷାବର୍ଷରେ କାଶ୍ମୀର ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୩୦ରୁ ୩୫ ଦିନ ଶିକ୍ଷାଦାନ ହୋଇଥିଲା। ଏବେ ପୁଣି ଛାତ୍ରଛାତ୍ରୀ ଅଫଲାଇନ କ୍ଲାସ କରିବାର ସୁଯୋଗ ପାଇ ଉତ୍ସାହିତ ଅଛନ୍ତି। ଜାମ୍ମୁ କାଶ୍ମୀର ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ପିଲାଙ୍କ ୟୁନିଫର୍ମ ଚାର୍ଜକୁ ସିଧାସଳଖ ଛାତ୍ର କିମ୍ବା ସେମାନଙ୍କ ଅଭିଭାବକଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ କରିବ।