ନୂଆଦିଲ୍ଲୀ: ସାଉଥ ଷ୍ଟାର ୟଶଙ୍କ ଫିଲ୍ମ K.G.F 2ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରଟି ଖୁବ୍ ଜବରଦସ୍ତ ହୋଇଥିବାବେଳେ ଟ୍ୟାଗଲାଇନ ଦିଆଯାଇଛି 'ରିବିଲଡିଙ୍ଗ ଅଫ ଅମ୍ପାୟାର' 


COMMERCIAL BREAK
SCROLL TO CONTINUE READING

ପୋଷ୍ଟରରେ ୟଶ ନୀଳ ରଙ୍ଗର ସାର୍ଟରେ ନଜର ଆସୁଥିବାବେଳେ ଦଉଡ଼ିରେ କିଛି ଜିନିଷ ଟାଣୁଥିବାର ନଜର ଆସୁଛନ୍ତି । ଯାହାକି କେହି କେହି ବାହୁବଳୀର କପି କରାଯାଇଥିବା କହିଛନ୍ତି । ୨୦୧୮ ମସିହା ଡିସେମ୍ୱରରେ ରିଲିଜ ହୋଇଥିବା K.G.F ର ଚାପ୍ଟର ୧ ବକ୍ସ ଅଫିସରେ ଜବରଦସ୍ତ କମାଲ କରିଥିଲା । ୟଶଙ୍କ ଅଭିନୟ ସହିତ କାହାଣୀକୁ ଲୋକେ ଖୁବ ପସନ୍ଦ କରିଥିଲେ । ଆଉ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗକୁ ସବୁ ଖୁବ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି । 



ଚାପ୍ଟର ୨ର ପୋଷ୍ଟର ୪ଟି ଭାଷାରେ ରିଲିଜ କରାଯାଇଛି । ହିନ୍ଦି, ତେଲୁଗୁ, ତାମିଲ, ମାଲାୟଲମ ଭାଷାରେ ପୋଷ୍ଟରକୁ ରିଲିଜ କରାଯାଇଥିବା ବେଳେ ଫିଲ୍ମ ବି ୪ଟି ଭାଷାରେ ରିଲିଜ ହେବ । ଏହି ଫିଲ୍ମଟି ୨୦୨୦ ମସିହାରେ ରିଲିଜ ହେବ ବୋଲି ଆଶା କରାଯାଉଛି ।