Killer Cold Wave: ୟୁପି କାନପୁରରେ ପ୍ରବଳ ଥଣ୍ଡା ଜାରି ରହିଛି । ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିଲାଣି। ଏମିତିରେ ଲୋକମାନେ ରୋଗରେ ପଡୁଛନ୍ତି। ଏହି ଭୀଷଣ ଥଣ୍ଡା ହୃଦରୋଗୀଙ୍କ ପାଇଁ ଏବେ କାଳ ପାଲଟିଛି । ଅବସ୍ଥା ଏମିତି ହେଲାଣି ଯେ, ଥଣ୍ଡା ଯୋଗୁଁ ହାର୍ଟଆଟାକରେ ଜୀବନ ହାରୁଛନ୍ତି। କାନପୁରର ହୃଦୟ ରୋଗ ସଂସ୍ଥାନର ଅଙ୍କ ଅନୁସାରେ ଥଣ୍ଡା କାରଣରୁ ଏବେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଓପିଡିରେ ୬୦୦ ରୁ ଅଧିକ ରୋଗୀ ଆଡମିସନ ନେଉଛନ୍ତି। ହୃଦୟ ରୋଗ ସଂସ୍ଥାନରେ ମଧ୍ୟ ପ୍ରତିଦିନ ୫୦୦ ରୁ ଅଧିକ ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ଏହି ଥଣ୍ଡା କାରଣରୁ ୧୦୮ ଲୋକଙ୍କ ମୃତ୍ୟୁ ହେଲାଣି। 


COMMERCIAL BREAK
SCROLL TO CONTINUE READING

ଏଠାରେ କହିରଖୁଛୁ ଯେ, ହାର୍ଟଆଟାକ୍ ରେ ମୃତ୍ୟୁ ହେବା ସଂଖ୍ୟା କେବଳ କାନପୁର ହୃଦୟ ରୋଗ ସଂସ୍ଥାନ ରୁ ହିଁ ଆସିଛି। ଗ୍ରାମୀଣ ଇଲାକାରେ ଓ ଅନ୍ୟ ସିଏଚସି ହସ୍ପିଟାଲରେ ମୃତ୍ୟୁ ସଂଖ୍ୟା ଏଥିରେ ସାମିଲ କରାଯାଇ ନାହିଁ । ଡାକ୍ତରଙ୍କ କହିବା କଥା, ଉଚ୍ଚ ରକ୍ତଚାପ ଥିବା ଲୋକ ବୟସ୍କ ଙ୍କ ପାଇଁ ଏହି ଥଣ୍ଡା ଏବେ କାଳ ପାଲଟିଛି। ଯାହା ଫଳରେ କାନପୁରରେ ହୃଦୟ ରୋଗ ସଂସ୍ଥାନ (Kanpur Heart Institute) ପକ୍ଷରୁ କଣ୍ଟ୍ରୋଲ ରୁମ ଆରମ୍ଭ କରାଯାଇଛି। ଏହାସହ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ବିଶେଷଜ୍ଞଙ୍କ କହିବାନୁସାରେ, ଏତେ ଥଣ୍ଡାରେ ସାବଧାନତା ଅବଲମ୍ବନ କରିବା ଜରୁରୀ। ନିଜ ଶରୀରକୁ ଗରମ ପୋଷାକରେ ଢାଙ୍କି ରଖିବା ଦରକାର। ହୃଦରୋଗୀଙ୍କୁ ଖାସ୍ କରି ବିଶେଷ ଯତ୍ନ ନେବା ଜରୁରୀ ।  


ସୂଚନାନୁଯାୟୀ ୧ ଜାନୁଆରୀ ୨୦୨୩ ରୁ ୮ ଜାନୁଆରୀ ପର୍ଯ୍ୟନ୍ତ ୧୦୮ ରୋଗୀଙ୍କ ମୃତ୍ୟୁ ହୋଇଛି। ଆଉ ଏହି ମୃତ୍ୟୁ ହାର୍ଟଆଟାକ (Heart Attack)  କାରଣରୁ ହୋଇଛି। ଜାରି ହୋଇଥିବା ଅଙ୍କ ଅନୁସାରେ ୫୧ ରୋଗୀଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ହେଉଥିବା ବେଳେ ୫୭ ରୋଗୀ ମୃତ୍ୟୁ ପରେ ହସ୍ପିଟାଲକୁ ଆସିଥିଲେ। ବିଶେଷଜ୍ଞଙ୍କ କହିବା କଥା, ଏପରି ଭୟଙ୍କର ଥଣ୍ଡା କାରଣରୁ ହୃଦରୋଗୀଙ୍କ ଉପରେ ବେଶି ପ୍ରଭାବ ପଡ଼ିପାରେ । ଖାସ କରି ରୋଗୀଙ୍କ ଉପଯୁକ୍ତ ଚିକିତ୍ସା କରାଯାଉଥିବା ବେଳେ ହେଲପ୍ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। 


ୟୁପି କାନପୁରରେ ଲଗାତାର ପ୍ରଚଣ୍ଡ ଥଣ୍ଡା (Cold Wave)  ବଢିବାରେ ଲାଗିଛି। ପ୍ରତିଦିନ ଏଠାରେ ଥଣ୍ଡା ରେକର୍ଡ ସ୍ତରରେ ପହଞ୍ଚୁଛି। ପାହାଡି ଇଲାକାରେ ତାପମାତ୍ରା ବହୁ ତଳସ୍ତରକୁ ଖସିଆସୁଛି। ସହରର ତାପମାତ୍ରା ବିଳମ୍ୱିତ ରାତି ବେଳକୁ ୨ ଡିଗ୍ରୀ ସେଲସିୟସରେ ପହଞ୍ଚିଯାଇଛି। ଯାହା ଶିମଲା ଠାରୁ ବି କମ ବୋଲି ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା  ୩.୭ ଡିଗ୍ରୀ ପର୍ଯ୍ୟନ୍ତ ଖସୁଛି। ଶିମଲା ଠାରୁ ବି ଅଧିକ ଥଣ୍ଡା ହେଉଥିବାରୁ ସହରବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଉଠୁଛି। ସେହିପରି ଚିନ୍ତାର କାରଣ ହେଉଛି ପାଣିପାଗ ବିଭାଗ (Metrological Department) ଆଗାମୀ ଦିନ ମାନଙ୍କରେ ବି ଥଣ୍ଡାର ବିଶେଷ ପ୍ରଭାବ ନେଇ ସତର୍କତା ଜାରି କରିଛି। ସେପଟେ କାନପୁରରେ ଗତ କିଛିଦିନ ହେଲା ତାପମାତ୍ରା ୫ ରୁ ୩ ଡିଗ୍ରୀ ପାଖାପାଖି ରହିଛି । ଯେତେବେଳେ କାନପୁର ସହରର ତାପମାତ୍ରା ୨ ଡିଗ୍ରୀ ଥିଲା ସେତେବେଳେ ଶିମଲାର ତାପମାତ୍ରା ୩.୭ ଡିଗ୍ରୀ, କାଙ୍ଗଡାରେ୩.୨ ଡିଗ୍ରୀ, ମସୁରୀରେ ୪.୪ ଡିଗ୍ରୀ, ଡେଲହୌଜିରେ ୪.୯ ଡିଗ୍ରୀ ଓ ନୈନିତାଲରେ ୬.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । 


କେବଳ ଯେ ଉତ୍ତର ପ୍ରଦେଶ(Uttar Pradesh) ତାହା ନୁହେଁ ରାଜଧାନୀ ଦିଲ୍ଲୀର ଅବସ୍ଥା ମଧ୍ୟ ଥଣ୍ଡା କାରଣରୁ ବେହାଲ। ଦିଲ୍ଲୀ ସହିତ ଏନସିଆର ରେ ମଧ୍ୟ ଘନ କୁହୁଡି (Heavy Fogg) ଆସ୍ତରଣରେ ରହିଛି। ଏହି କାରଣରୁ ଲୋ ଭିଜିବିଲିଟି ମଧ୍ୟ ସମସ୍ୟାର କାରଣ ପାଲଟିଛି। ସକାଳ ନୁହେଁ କି ସନ୍ଧ୍ୟା ନୁହେଁ ଦିନ ସାରା ଘନ କୁହୁଡି କାରଣରୁ ଟ୍ରେନ ଓ ବିମାନ ସେବାରେ ବାଧା ଉପୁଜିଛି। ଲୋ ଭିଜିବିଲିଟି କାରଣରୁ ୨୯ ଟି ଟ୍ରେନ ବିଳମ୍ବରେ ଚାଲୁଛି। ସେହିପରି ବିମାନ ଉଡାଣରେ ମଧ୍ୟ ବାଧା ଉପୁଜିଛି।


Also Read: Puri Bus Fire: ରୋଷେଇ ହେଲା କାଳ, ପର୍ଯ୍ୟଟକ ବସରେ ଲାଗିଗଲା ନିଆଁ


Also Read: Heart Emergency Pill: ହାର୍ଟଆଟାକ୍ ଆସିବା ପୂର୍ବରୁ ଜିଭ ତଳେ ରଖନ୍ତୁ ଏହି ମେଡିସିନ୍, ମିଳିବ ଫାଇଦା