Covid Nasal Vaccine: କୋରୋନାର ନୂଆ ଭାରିଏଣ୍ଟ ବିପଦ ମଧ୍ୟରେ ଭାରତ ଏହାକୁ ମୁକାବିଲା କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଛି। ତେବେ ଏହାରି ମଧ୍ୟରେ ଭାରତ ନାଜାଲ ଭ୍ୟାକସିନ ବା ନାକ ଦ୍ୱାରା ଦିଆଯିବା ଭ୍ୟାକସିନକୁ ମଞ୍ଜୁରି ମିଳିସାରିଲାଣି। ଭାରତ ବାୟୋଟେକର ଏହି ଭ୍ୟାକସିନର ନାଁ iNCOVACC  ରଖାଯାଇଛି। ଏହି ଭ୍ୟାକସିନକୁ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯିବ । ତେବେ ଏହି ଭ୍ୟାକସିନକୁ କେଉଁମାନେ ବ୍ୟବହାର କରିବେ ଓ କେଉଁମାନେ ବ୍ୟବହାର କରିବେନି ସେନେଇ ଅନେକ ପ୍ରଶ୍ନ ଉଠୁଛି। 


COMMERCIAL BREAK
SCROLL TO CONTINUE READING

ଅଠର ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଇପାରେ ।  ଯେଉଁମାନେ କୋରୋନାର ଦୁଇଟି ପର୍ଯ୍ୟାୟ ଟିକା (Corona Vaccine Phase) ନେଇଛନ୍ତି ସେମାନେ ଏହି ନାଜାଲ ଭ୍ୟାକସିନ ନେଇପାରିବେ। ଭାରତ ବାୟୋଟେକ୍ ଏବଂ ଆମେରିକାର ୱାଶିଂଟନ୍ ୟୁନିଭର୍ସିଟି ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛନ୍ତି। ତେବେ ଏଠାରେ କହିରଖୁଛୁ ଯେ, ସରକାର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଚଳିତ ବର୍ଷ ୬ ସେପ୍ଟେମ୍ବରରେ ଅନୁମୋଦନ କରିଛନ୍ତି । ତଥାପି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟିକା ବ୍ୟବହାର କରାଯାଉନଥିଲା । ବର୍ତ୍ତମାନ ଏହାକୁ କୋବିନ୍ ପୋର୍ଟାଲ ଲିଷ୍ଟେଡ କରିବାକୁ ମଞ୍ଜୁରି ଦିଆଯାଇଛି। 


Also Read: Year 2022: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କେତେ ସଫଳତା ପାଇଛି ଭାରତ?


ଏହାପୂର୍ବରୁ ଏହି ପୋର୍ଟାଲରେ କେବଳ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ (Covishield) ଏବଂ କୋଭାଭାକ୍ସ(Covavax) , ଋଷର ସ୍ପୁଟନିକ୍ ଭି (Sputnik V) ଏବଂ ବାୟୋଲୋଜିକାଲ୍ ଇ ଲିମିଟେଡ୍ ର କର୍ବେଭ୍ୟାକ୍ସ (Corbevax) ତାଲିକାଭୁକ୍ତ ହୋଇଥିଲା। ବର୍ତ୍ତମାନ iNCOVACC ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି । ଏହା ହେଉଛି ବିଶ୍ୱର ପ୍ରଥମ ନାଜାଲ ଭ୍ୟାକସିନ ଅର୍ଥାତ୍ ନାକ ଟିକା। ପ୍ରଥମେ ଆପଣଙ୍କୁ ଏହି ଟିକା ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ, cowin.gov.in ରେ ରେଜିଷ୍ଟ୍ରେସନ କରିବାକୁ ପଡିବ । 


Also Read: Bomb Cyclone: ତୁଷାରପାତ ନେଲାଣି ଏକାଧିକ ଜୀବନ, ଧଳା ଚାଦର ତଳେ ପୁରା ସହର; ଦେଖନ୍ତୁ କେତେ ଭୟଙ୍କର ରହିଛି ଏହି ସହରର ଦୃଶ୍ୟ


INCOVACC ଟିକା ନାକ ମାଧ୍ୟମରେ ଦିଆଯିବ । ଏଥିରେ କୌଣସି ଇଞ୍ଜେକ୍ସନ ଦିଆଯିବ ନାହିଁ । ଏଥିରେ ଥିବା ଔଷଧକୁ ଏକ ଡ୍ରପ ମାଧ୍ୟମରେ ନାକରେ ଦିଆଯିବ । କମ୍ପାନୀ ଅନୁଯାୟୀ ଏହାର ଦୁଇଟି ଡୋଜ୍ ରହିଛି। ପ୍ରତ୍ୟେକ ଡୋଜରେ ୪-୪ ବୁନ୍ଦା ନାକରେ ଦିଆଯିବ। ଦୁଇଟି ଡୋଜ ମଧ୍ୟରେ ଚାରି ସପ୍ତାହର ବ୍ୟବଧାନ ଧାର୍ଯ୍ୟ କରାଯାଇଛି। କମ୍ପାନୀ ଏହାର ମୂଲ୍ୟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହିଁ। ତେବେ ଏହା ନିଶ୍ଚିତ ଯେ ସମସ୍ତଙ୍କୁ ଏହି ଟିକା ନେବାକୁ ପଡି଼ବ। ଏହି ଟିକା ମାଗଣାରେ ଉପଲବ୍ଧ ହେବ ନାହିଁ । ମାଂସପେଶୀ ଟିକା ଅପେକ୍ଷା ନାଜାଲ୍ ଟିକା (Nasal Vaccine)  ଅଧିକ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଏହାର କାରଣ ହେଉଛି ଯେ ଯେତେବେଳେ ବାହୁରେ ଇଞ୍ଜେକ୍ସନ ଦିଆଯାଏ, ଏହା ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରିଥାଏ। କିନ୍ତୁ ନାକ ଟିକା ନାକରେ ଦିଆଯାଏ ଏବଂ ଏହା ନିଜେ ନାକରେ ଥିବା ଜୀବାଣୁ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। 


Also Read: Bomb Cyclone: ତୁଷାରପାତ ନେଲାଣି ଏକାଧିକ ଜୀବନ, ଧଳା ଚାଦର ତଳେ ପୁରା ସହର; ଦେଖନ୍ତୁ କେତେ ଭୟଙ୍କର ରହିଛି ଏହି ସହରର ଦୃଶ୍ୟ


ତେବେ ମନରେ ଏ ପ୍ରଶ୍ନ ମଧ୍ୟ ଉଠୁଛି ଭାରତ ବାୟୋଟେକ୍ ଏହି ଟିକା କୁ ପ୍ରସ୍ତୁତ କରିଛି। ଏହି କମ୍ପାନୀ କୋଭାକ୍ସିନ୍ ମଧ୍ୟ ତିଆରି କରିଛି, ତେବେ ଯେଉଁମାନେ କୋଭିସିଲ୍ଡ ନେଇଛନ୍ତି ସେମାନେ ନାସାଲ୍ ଟିକା ନେଇ ପାରିବେ ନା ନାହିଁ। ହେଲେ ଏଠାରେ କହିରଖୁଛୁ ଯେ, ଭାରତ ବାୟୋଟେକର iNCOVACC ଭ୍ୟାକସିନ ର ବ୍ୟବହାର Heterologous Booster ଭାବେ ବ୍ୟବହାର କରାଯିବ।