ନୂଆଦିଲ୍ଲୀ: ଗଗନ ଚୁମ୍ୱିଂ ବିଶାଳ ଅଟ୍ଟାଳିକା ବୁର୍ଜ ଖଲିଫା ଯେତିକି ରୋମାଞ୍ଚକର, ଏହାକୁ ନିର୍ମାଣ କରିବାରେ ଶ୍ରମିକଙ୍କ ସେତି ରକ୍ତ, ଝାଳ ବୋହିଛି |  କାହିଁ କେତେ ଲୋକଙ୍କ ଜୀବନ ବାଜିରେ ଲାଗିବା ପରେ ନିର୍ମାଣ ହୋଇଛି ବିଶ୍ୱର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା । ଏହାକୁ ନିର୍ମାଣ କରିବାକୁ କେଉଁ କେଉଁ ଜ୍ଞାନ କୌଶଳ ବ୍ୟବହାର କରାଗଲା।


COMMERCIAL BREAK
SCROLL TO CONTINUE READING

ବୁର୍ଜ ଖଲିଫା(Burj Khalifa) ପାଇଁ ଆପଣଙ୍କ ମନରେ ସମ୍ମାନ ଆହୁରି ବଢ଼ିଯିବ । ସମସ୍ତେ ଜାଣିଛନ୍ତି ସାରା ଦୁନିଆରେ ସବୁଠାରୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାର ଲମ୍ୱ ୮୨୮ ମିଟର ଅଟେ।  ୧୨ ହଜାର ଶ୍ରମିକ ଓ ଇଞ୍ଜିନିୟରଙ୍କ ୬ ବର୍ଷର କଠିନ ପରିଶ୍ରମ ପରେ ନିର୍ମାଣ କରାଯାଇଥିଲା ଏହି ବିଶାଳ ଅଟ୍ଟାଳିକା ।  ଏହି ଅଟ୍ଟାଳିକାକୁ ନିର୍ମାଣ କରିବା ଏତେ ସହଜ ନଥିଲା । ଏହାକୁ ନିର୍ମାଣ କରିବାକୁ ଶ୍ରମିକ ଓ ଇଞ୍ଜିନିୟର(Engineer) ମାନଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥିଲା । ୧୬୩ ମହଲା ଉଚ୍ଚ ବୁର୍ଜ ଖଲିଫାକୁ ନିର୍ମାଣ କରିବାକୁ ୨୫ଲକ୍ଷ ୫୦ ହଜାର କ୍ୟୁସେକ୍ ମିଟର କଂକ୍ରିଟ ଓ ୩୮୯ ହଜାର ଟନ୍ ଲୁହାଛଡ଼ ବ୍ୟବହାର କରାଯାଇଛି । ଏହି ବିଲ୍ଡିଂକୁ ନିର୍ମାଣ କରିବାକୁ ଦେଢ଼ ଆରବ ଡଲାର ଖର୍ଚ୍ଚ ହୋଇଛି।


ବୁର୍ଜ ଖଲିଫାର ନିର୍ମାଣ କାମକୁ ବିଲଡର ଡେଭିଡ୍ ବ୍ରାଡଫୋଡଙ୍କୁ ଦିଆଯାଇଥିଲା । କନଷ୍ଟ୍ରକସନ୍ (Construction) ମ୍ୟାନେଜର ତଥା ବିଲଡର ଡେଭିଡ୍ ବ୍ରାଡଫୋଡ୍ ବୁର୍ଜ ଖଲିଫାକୁ ନିର୍ମାଣ ପୂର୍ବରୁ କନଷ୍ଟ୍ରକସନ୍(Construction) କାମ ଆରମ୍ଭ କରିଦେଇଥିଲେ । ପ୍ରଥମେ ଯଦି ନକ୍ସା ତିଆରି କାମରେ ଲାଗିପଡ଼ିଥାନ୍ତେ ତାହାହେଲେ, ୩ ବର୍ଷ ଅଫିସରେ ବସି କାମ କରିବାକୁ ପଡ଼ିଥାନ୍ତା । ବିଲ୍ଡିଂକୁ ନିର୍ମାଣ ପାଇଁ ଷ୍ଟ୍ରକଚର ଇଞ୍ଜିନିୟର(Engineer) ବିଲ୍ ବେକର ଓ ତାଙ୍କ ଟିମ୍ ସର୍ବ ପ୍ରଥମେ ଷ୍ଟ୍ରକଚର ତିଆରି ଆରମ୍ଭ କରିଥିଲେ । ମାଟିତଳେ ଥିବା ଛୋଟ ଛୋଟ ଦୁର୍ବଳ ପଥର ଉପରେ ପିଲାର ଛିଡ଼ା କରିବା ଏତେ ସହଜ ନଥିଲା । ସେଥିପାଇଁ ବିଜ୍ଞାନର ଏକ ବେସିକ୍ ପ୍ରିନ୍ସପୁଲ୍ ଫ୍ରିକ୍ସନ(FRICTION)କୁ ଆପଣାଇ ୧୯୨ ସଲିଡ୍ ଷ୍ଟିଲ୍ ପାଇପକୁ(Still Pipe) ୫୦  ମିଟର ମାଟିତଳୁ ଛିଡ଼ା କରାଗଲା | ୩ ପାର୍ଶ୍ୱରେ ଲୁହାଛଡ଼ରେ ଷ୍ଟ୍ରକଟର ତିଆରି କରି କଂକ୍ରିଟ ଢଳାଯାଇଥିଲା | କଂକ୍ରିଟ୍ ପୁରାପୁରୀ ଭାବେ ସେଟ୍ ହେବାପରେ ଉପର ଭାଗ ଷ୍ଟ୍ରକଚର କାମ୍ ଆରମ୍ଭ ହେଉଥିଲା | ଏହିପରି ଭାବେ ବିଲ୍ଡିଂକୁ ଉପକୁ ଉପରକୁ ଗଢ଼ାଯାଉଥିଲା | ବିଲ୍ଡିଂର ୩ ପାର୍ଶ୍ୱରୁ ୩ ୱିଙ୍ଗ୍ସ ସହିତ କୋରକୁ ଯୋଡ଼ା ଯାଇଥିଲା | ଆଜି ପର୍ଯ୍ୟନ୍ତ କୌଣସି ବିଲ୍ଡିଂର ଷ୍ଟ୍ରକର ଏପରି ନିର୍ମାଣ କରାଯାଇ ନଥିଲା, ନା ଆଜି ପର୍ଯ୍ୟନ୍ତ କରାଯାଇନାହିଁ ...


ବୁର୍ଜ ଖଲିଫାର ନିର୍ମାଣ ପାଇଁ ସାଧାରଣ କଂକ୍ରିଟ ବଦଳରେ ୨୫ ପ୍ରକାର ପଦାର୍ଥକୁ ମିଶାଇ ଏକ ସ୍ୱତନ୍ତ୍ର କଂକ୍ରିଟ୍ ପ୍ରସ୍ତୁତ କରାଯାଇଥିଲା | ଏହି କଂକ୍ରିଟ୍ ଉପରେ ପହଞ୍ଚିବା ଯାଏ ତରଳ ପରେ ବ୍ୟବହାର ପରେ ଶୀଘ୍ର ସେଟ୍ ହୋଇଯାଉଥିଲା | ଦୁବାଇରେ ଅନୁଭୂତ ଅସହ୍ୟ ଗରମ କାରଣରୁ କଂକ୍ରିଟ୍ ଜମିଯିବାର ଭୟ ରହିଥିବାରୁ ରାତି ସମୟରେ କଂକ୍ରିଟ୍ କାମ କରାଯାଉଥିଲା | ଆଉ କଂକ୍ରିଟକୁ ଥଣ୍ଡା ରଖିବା ପାଇଁ ସେଥିରେ ବରଫ ମିଶା ଯାଉଥିଲା | କଂକ୍ରିଟକୁ ବିଲ୍ଡିଂର ଏତେ ଉଚ୍ଚରେ ପହଞ୍ଚାଇବାକୁ ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ୩ଟି କଂକ୍ରିଟ୍ ପମ୍ପ(Pump) ବ୍ୟବହାର କରାଯାଇଥିଲା | ଦୀର୍ଘ ୩୨ମାସ ଯାଏ ଏହି ପମ୍ପ ସାହାଯ୍ୟରେ ୧ଲକ୍ଷ ୬୫ ହଜାର କ୍ୟୁସେକ୍ ମିଟର କଂକ୍ରିଟ୍ ପମ୍ପିଂ କରାଯାଇଥିଲା |  କାମ ଆରମ୍ଭର ୩ ବର୍ଷ ପରେ ବୁର୍ଜ ଖଲିଫାର(Burj Khalifa)  ନିର୍ମାଣ ୫୧୨ ମିଟର ଉଚ୍ଚରେ ପହଞ୍ଚି ଯାଇଥିଲା | ବିଲ୍ଡିଂର ଉଚ୍ଚ ଭାଗରେ ସାମଗ୍ରୀ ପହଞ୍ଚାଇବାକୁ ବ୍ୟବହୃତ ଗୋଟିଏ ଗୋଟିଏ କ୍ରେନର ଓଜନ ୧୩୦ ଟନ୍ ଥିଲା | ଶ୍ରମିକଙ୍କ ଦ୍ୱାରା କ୍ରେନ ଗୁଡ଼ିକୁ ବିଲ୍ଡିଂର ଉପରେ ଭାଗରେ ସେଟ୍ କରାଯାଉଥିଲା | ଏତେ ଉଚ୍ଚ ଅଟ୍ଟାଲିକା ବୁର୍ଜ ଖଲିଫାକୁ ପବନରୁ ସୁରକ୍ଷା ଦେବାକୁ ବିଲ୍ଡିଂର ଓସାରକୁ କମ୍ କରିଦିଆଯାଇଥିଲା | ବିଲ୍ଡିଂର ଆକାରକୁ ପବନର ଦିଗ ସହିତ ତିଆରି କରାଯାଇଛି..  


ବିଲ୍ଡିଂର କନଷ୍ଟ୍ରକ୍ସନ୍ କାମ ସରିଯିବା ପରେ ଆରମ୍ଭ ହୋଇଥିଲା ଗ୍ଲାସ୍ ପ୍ୟାନେଲ୍(Glass Panel) ଫିଟିଂ | ଦୁବାଇର ଗରମକୁ ନଜରରେ ରଖି ସାଧାରଣ ଗ୍ଲାସ୍ ପ୍ୟାନେଲ ବଦଳରେ ଏକ ସ୍ୱତନ୍ତ୍ର ଗ୍ଲାସ ପ୍ୟାନେଲକୁ ବ୍ୟବହାର କରାଯାଇଥିଲା | ଯେଉଁ ଗ୍ଲାସ ପ୍ୟାନେଲର(Glass Panel)  ପ୍ରଥମ ପରସ୍ତ ସିଲଭର କୋଟିଂ ରହିଛି, ଯାହା ସୂର୍ଯ୍ୟକିରଣ ଓ ଅଲଟ୍ରା ଭଓଲେଟ୍(Ultraviolet) ରଶ୍ମିକୁ ଅଟକାଇବା ସହ ଦିଗକୁ ବଦଳାଇଦେଇଥାଏ | ଦ୍ୱିତୀୟ ପରସ୍ତ ଟାଇଟେନିୟମ୍ ଓ ତୃତୀୟ ପରସ୍ତ ଗ୍ଲାସ ରହିଛି | ଗୋଟିଏ ଗ୍ଲାସ୍ ପ୍ୟାନେଲର ମୂଲ୍ୟ ୨ ହଜାର ଡଲାର ଅର୍ଥାତ୍ ଦେଢ଼ଲକ୍ଷ ଟଙ୍କା ଅଟେ | ଏପରିପରି ଭାବେ ୨୪ ହଜାର ଗ୍ଲାସ୍ ପ୍ୟାନେଲ୍(Glass Panel)  ବୁର୍ଜ ଖଲିଫା ଅଟ୍ଟାଳିକାରେ ବ୍ୟବହାର କରାଯାଇଛି | ଏହି ୬.୪ ମିଟର ଓସାର ୭୫୦ କିଲୋଗ୍ରାମ ଗ୍ଲାସ୍ ପ୍ୟାନେଲକୁ ଉପରକୁ ଉଠାଇ ଫିଟିଂ କରିବାରେ ଅନେକ ଶ୍ରମିକ ଆହତ ହୋଇଥିଲେ | ଶେଷ କାମ ଥିଲା ବିଲ୍ଡିଂ ଉପରେ ୧୩୬ ମିଟର ଲମ୍ୱର ୩୫୦ ଟନ୍ ଓଜନର ଷ୍ଟିଲ୍ ପାଇପକୁ ଲଗାଇବା | ଏହାକୁ ଉପରକୁ ଉଠାଇବାକୁ ନା କୌଣସି କ୍ରେନ୍ କାମରେ ଆସିଥିଲା ନା ହେଲିକପ୍ଟର | ଶେଷରେ ପାଇପକୁ ଛୋଟ ଚୋଟ ଖଣ୍ଡରେ କାଟି ଉପରକୁ ଉଠାଇ ପୁଣିଥରେ ଯୋଡ଼ାଯାଇଥିଲା ...


ଜୀବନକୁ ବାଜି ଲଗାଇ ଶେଷରେ ୬ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ବିଶ୍ୱର ସର୍ବୋଚ୍ଚ ବିଳାଶପୂର୍ଣ୍ଣ ଅଟାଳିକାକୁ ନିର୍ମାଣ କରିବାରେ ସଫଳ ହୋଇଥିଲେ ୧୨ ହଜାର ଶ୍ରମିକ ଓ ଇଞ୍ଜିନିୟର | ଏହା ଇଞ୍ଜିନିୟରିଂର ଏକ ଅଦ୍ଭୂତ ପରିକଳ୍ପନା ଭାବେ ପ୍ରସିଦ୍ଧ ଲାଭ କରିଛି ବୁର୍ଜ ଖଲିଫା | ସାରା ବିଶ୍ୱରୁ ବୁର୍ଜ ଖଲିଫାକୁ ଦେଖିବାକୁ ପର୍ଯ୍ୟଟକ ଦୁବାଇ ଆସିଥାନ୍ତି । 


Also Read: ୱେବ୍‌ ପୋର୍ଟାଲ୍‌ ନା ଅପରାଧର ପେଡ଼ି


Also Read: ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି କାମ, ନହେଲେ...