India China Clash: ପୁଣି ଥରେ ସୀମାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସୈନିକ। ପ୍ରଥମେ ପୂର୍ବ ଲଦାଖସ୍ଥିତ ଗଲୱାନ ଉପତ୍ୟାକା ଆଉ ଏବେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ଠାରେ ଭାରତ-ଚୀନ ମଧ୍ୟରେ ହୋଇଛି ହିଂସାତ୍ମକ ସଂଘର୍ଷ। ସୀମାରେ ଚୀନ ସେନା ପକ୍ଷରୁ କରାଯାଇଥିବା ଅନୁପ୍ରବେଶ ଘଟଣାରେ ଭାରତୀୟ ସୈନିକ ଉପଯୁକ୍ତ ଜବାବ ଦେଇଛନ୍ତି। ହେଲେ ଚୀନ୍ କାହିଁକି ସୀମା ଅତିକ୍ରମ କରି ଭାରତୀୟ କ୍ଷେତ୍ର ମଧ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି ତାହାର କାରଣ ଏବେ ସାମ୍ନାକୁ ଆସିଛି। ପ୍ରତିରକ୍ଷା ବିଶେଷଜ୍ଞ ଏହାର ଅନେକ କାରଣ ବିଷୟରେ ବର୍ଣ୍ଣନା କରିଛନ୍ତି। ସାମ୍ପ୍ରତିକ କାରଣ ବିଷୟରେ କହିବାକୁ ଗଲେ ନିକଟରେ ଭାରତ ପକ୍ଷରୁ ନିଆଯାଇଥିବା ଚାରୋଟି ପଦକ୍ଷେପ ଚୀନ ଲାଗି ଚେଚାବନୀ ସଦୃଶ୍ୟ ହୋଇଛି।


COMMERCIAL BREAK
SCROLL TO CONTINUE READING

ଭାରତ-ଚୀନ ମଧ୍ୟରେ ଚାଲିଥିବା ବିବାଦର ପ୍ରଥମ କାରଣ ପ୍ରଥମ କାରଣ ସୀମାରେ ରାସ୍ତା ନିର୍ମାଣ। ଭାରତ ଉତ୍ତରାଖଣ୍ଡ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରୁଛି। ଯାହାକୁ ନେଇ ଅଭିଯୋଗ ଉଠାଇଛି ଚୀନ।  ଭାରତ-ଭୁଟାନ-ଚୀନ ଟ୍ରାଇ ଜଙ୍କସନ ଠାରୁ ଆରମ୍ଭ କରି ଏହି ରାସ୍ତାର ଲମ୍ବା ହେଉଛି ୨୦୦୦ କିଲୋମିଟର। ଏହି ରାସ୍ତା ଭାରତ-ମିଆଁମାର-ଚୀନ ଟ୍ରାଇ ଜଙ୍କସନ ପର୍ଯ୍ୟନ୍ତ ଯିବ। ଏହି ରାସ୍ତା ମ୍ୟାକମୋହନ୍ ଲାଇନ୍ ନିକଟରେ ନିର୍ମାଣ କରାଯାଉଛି। ହେଲେ ଚୀନ ରାସ୍ତା ନିର୍ମାଣକୁ ନେଇ ଅଭିଯୋଗ ଉଠାଇଛି। କାରଣ ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଚୀନ୍‌ ସୀମାରେ ଯେଉଁ ସୁବିଧାଜନକ ସ୍ଥିତିରେ ରହିଛି ତାହା ଶେଷ ହୋଇଯିବ। 


ଦ୍ୱିତୀୟ କାରଣ ହେଉଛି ତୱାଙ୍ଗ ବୌଦ୍ଧ ମଠ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି। ତିବ୍ଦତସ୍ଥିତ ଲାସା ମଠ ପରେ ତାୱାଙ୍ଗ ହେଉଛି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ମଠ। ତୱାଙ୍ଗ ମଠ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଚୀନ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିପାରିବ ନାହିଁ। ହେଲେ ଏହାକୁ ନେଇ ଚୀନ କ୍ରୋଧିତ ହୋଇଉଠିଛି। ଚୀନ ଚାହୁଁଛି ଯେ ପରବର୍ତ୍ତୀ ଦଲାଇଲାମାଙ୍କ ଘୋଷଣା ନିଜର ଇଚ୍ଛା ଅନୁଯାୟୀ ହେବା ଆବଶ୍ୟକ। ଚୀନ ଜାଣିଛି ଯେ ଲାସା ମଠ ପରେ କେବଳ ତାୱାଙ୍ଗ ମଠ ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନ କରିବାକୁ ସକ୍ଷମ। 


ତୃତୀୟ କାରଣ ହେଉଛି ଭାରତର ବଢୁଥିବା ସାମରିକ ଶକ୍ତି। ନିକଟରେ ଭାରତ ସୂର୍ଯ୍ୟ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ସେନା ଅନୁଯାୟୀ ଏହି କ୍ଷେପଣାସ୍ତ୍ର ୪୦୦୦-୫୦୦୦ କିଲୋମିଟର ମଧ୍ୟରେ କୌଣସି ଟାର୍ଗେଟ ଲକ୍ଷ୍ୟଭେଦ କରିରପାରିବ। ହେଲେ ଆନ୍ତର୍ଜାତୀୟ ସଶସ୍ତ୍ର ସଙ୍ଗଠନ କହିବା କଥା ଯେ ଭାରତ ଦ୍ୱାରା ପରୀକ୍ଷା କରାଯାଇଥିବା ସୂର୍ଯ୍ୟ କ୍ଷେପଣାସ୍ତ୍ରର ସୀମା ହେଉଛି ୧୦୦୦୦-୧୨୦୦୦ କିଲୋମିଟର। ଏହି କ୍ଷେପଣାସ୍ତ୍ର ପରିସର ମଧ୍ୟରେ ସମଗ୍ର ଚୀନ୍ ଆସୁଛି। ଚୀନ ସମସ୍ତ ଗୁପ୍ତଚର ଜାହାଜ ଭାରତ ବିରୋଧରେ ଗୁଇନ୍ଦା କରିପାରିବା ପାଇଁ ଭାରତ ମହାସାଗରରେ ବିଚରଣ କରୁଛି। ସୂର୍ଯ୍ୟ କ୍ଷେପଣାସ୍ତ୍ରର ଟାର୍ଗେଟ ପରିସରକୁ ନେଇ ଭୟଭୀତ ହୋଇଉଠିଥିବା ଚୀନ୍ ବାରମ୍ବାର ଭାରତକୁ କଟାକ୍ଷ କରୁଛି। ଶ୍ରୀଲଙ୍କାସ୍ଥିତ ହମନଟୋଟା ବନ୍ଦରକୁ ଯିବାର ବାହାନା କରି ଚୀନ ଏହାର ଗୁଇନ୍ଦା ଜାହାଜକୁ ଭାରତ ମହାସାଗରକୁ ପଠାଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ନୌସେନା ମୁଖ୍ୟ ୪ ଦିନିଆ ଶ୍ରୀଲଙ୍କା ଯାତ୍ରା କରିଛନ୍ତି।


ଚତୁର୍ଥ କାରଣ ହେଉଛି ନିକଟରେ ଉତ୍ତରାଖଣ୍ଡ ସହଗଲ ଠାରେ ଭାରତ-ଆମେରିକା ସେନା ମଧ୍ୟରେ ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏହି ଅଭ୍ୟାସ ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏନେଇ କୁହାଯାଇଛି ଯେ ଭାରତ-ଆମେରିକା ସମରାଭ୍ୟାସ ଭାରତ-ଚୀନ୍ ଚୁକ୍ତି ବିରୋଧୀ। ଭାରତ ଏବଂ ଆମେରିକା ମଧ୍ୟରେ ରଣନୀତିଗତ ଭାବେ ମଜବୁତ ସମ୍ପର୍କକୁ ନେଇ ଚୀନ ଚିନ୍ତିତ ହୋଇଉଠିଛି।