ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତେ ଦିଲ୍ଲୀରେ ଚିକିତ୍ସା କରିପାରିବେ । ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କେଜ୍ରିୱାଲ ସରକାରଙ୍କ ନିଷ୍ପତ୍ତିକୁ ଗୋଟିଏ ଦିନ ପରେ ପଲଟି ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିଆଲ କହିଥିଲେ ଯେ, ଦିଲ୍ଲୀର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କେବଳ ଦିଲ୍ଲୀବାସୀଙ୍କ ହିଁ ଚିକିତ୍ସା କରାଯିବ । ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧି ପାଇବା ପରେ ଦିଲ୍ଲୀ କ୍ୟାବିନେଟ ରବିବାର ଏହି ନିଷ୍ପତ୍ତି ନେଇଥିଲା । କ୍ୟାବିନଟର ନିଷ୍ପତ୍ତି ଅନୁସାରେ, କେବଳ ଦିଲ୍ଲୀ ବାସିନ୍ଦାଙ୍କୁ ଦିଲ୍ଲୀର ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଯିବ । ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ଡାକ୍ତରଖାନାରେ ସମସ୍ତଙ୍କ ଚିକିତ୍ସା ହେବ ।


COMMERCIAL BREAK
SCROLL TO CONTINUE READING

କେଜ୍ରିୱାଲ କହିଥିଲେ ଯେ, ଦିଲ୍ଲୀରେ ମାମଲା ବୃଦ୍ଧି ହେତୁ ଏହି ନିଷ୍ପତ୍ତି ନିଆଯାଇଛି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକମାନେ କେନ୍ଦ୍ର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରିବେ । ଅରବିନ୍ଦ କେଜ୍ରିୱାଲଙ୍କ ଅନୁଯାୟୀ, ଜୁନ୍ ଶେଷ ସୁଦ୍ଧା ଦିଲ୍ଲୀରେ ୧୫,୦୦୦ ଶଯ୍ୟା ଆବଶ୍ୟକ ହେବ । କିନ୍ତୁ ଆମ ପାଖରେ କେବଳ ୧୦,୦୦୦ ଶଯ୍ୟା ରହିଛି । ଏଭଳି ପରିସ୍ଥିତିରେ ସମସ୍ତଙ୍କ ପାଇଁ ଡାକ୍ତରଖାନା ଖୋଲିବା ସମ୍ଭବ ନୁହେଁ ।


ସେ ଆହୁରି କହିଥିଲେ ଯେ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ଡାକ୍ତରଖାନା ସମଗ୍ର ଦେଶର ଲୋକଙ୍କ ପାଇଁ ଖୋଲା ରହିଥିଲା । ଆମ ଦିଲ୍ଲୀ ଡାକ୍ତରଖାନାର ୬୦ରୁ ୭୦ ପ୍ରତିଶତ ଲୋକ ଦିଲ୍ଲୀ ବାହାରେ ଥିଲେ । କିନ୍ତୁ କୋରୋନା ମାମଲା ଦ୍ରୁତ ଗତିରେ ବଢୁଛି । ଏଭଳି ପରିସ୍ଥିତିରେ ଆପ ସରକାର ଶଯ୍ୟା ବ୍ୟବସ୍ଥା କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ଦିଲ୍ଲୀ ଡାକ୍ତରଖାନା ବାହାର ଲୋକଙ୍କ ପାଇଁ ଖୋଲା ଯିବ ତେବେ ଦିଲ୍ଲୀର ଲୋକଙ୍କ ସହ କ’ଣ ହେବ ?