India's largest insurer LIC : ବୀମା କମ୍ପାନୀ ଏଲ୍‌ଆଇସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ କମ୍ପାନିର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ ଦାୟିତ୍ଵ ପ୍ରଦାନ କରାଯାଇଛି।


COMMERCIAL BREAK
SCROLL TO CONTINUE READING

 ୨୦୨୪ ଜୁନ୍ ୩୦ରୁ ୨୦୨୫ ଜୁନ୍ ପର୍ଯ୍ୟନ୍ତ ସେ ପଦଭାରରେ ରହିବେ।ସେ ହେଉଛନ୍ତି ଏଲ୍‌ଆଇସିର ପ୍ରଥମ ସିଇଓ। ଷ୍ଟକ୍ ବଜାରରେ କମ୍ପାନି ତାଲିକାଭୁକ୍ତ ହେବା ପରେ ଏମ୍‌ଡି ଓ ସିଇଓ ପଦ ପ୍ରଥମ ଥର  ସୃଷ୍ଟି ହୋଇଥିଲା।


ଏଲ୍‌ଆଇସି ହାଉସିଂ ଫାଇନାନ୍ସର ଏମ୍‌ଡି ଓ ସିଇଓ ଭାବେ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ମହାନ୍ତିଙ୍କୁ ୨୦୨୧ ଫେବ୍ରୁଆରିରେ ଏଲ୍‌ ଆଇସିର ଏମ୍‌ଡି ଭାବେ ନିଯୁକ୍ତ କରାଯାଇଥିଲା। ଶ୍ରୀ ମହାନ୍ତି ଡାଇରେକ୍ଟ ରିକ୍ରୁଟ୍ ଅଫିସର ଭାବେ ୧୯୮୫ରେ ଏଲ୍‌ଆଇସିରୁ କ୍ୟାରିୟର ଆରମ୍ଭ କରିଥିଲେ।


ସେ କଂପାନିର ଚିପ୍ ଲିଗାଲ୍, ଚିଫ୍ ଇନ୍‌ଭେଷ୍ଟମେଣ୍ଟ୍‌, ଇଡି- ଲିଗାଲ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ରାଜନୀତି ବିଜ୍ଞାନରେ ସ୍ନାତକ ପାଠ ପଢ଼ିଥିବା ତଥା ଆଇନ ଡିଗ୍ରିଧାରୀ ମହାନ୍ତି ଇନ୍‌କ୍ୟୁରାନ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ବିଜନେସ୍ ମ୍ୟାନେଜ୍‌ମେଣ୍ଟ୍ ଆଣ୍ଡ୍ ଲିସେଣ୍ଟିଏଟ୍ ଉପରେ ସ୍ନାତକୋତ୍ତର ପାଠ ମଧ୍ୟ ପଢ଼ିଛନ୍ତି ।


ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ୍, ଏଲ୍‌ଆଇସି ମ୍ୟୁଚୁଆଲ୍ ଫଣ୍ଡ ଏଏମ୍‌ସି, ଏଲ୍‌ଆଇସି ପେନ୍‌ସନ୍ ଫଣ୍ଡ, ଏଲ୍‌ଆଇସି କାର୍ଡ ସର୍ଭିସେସ୍ ଭଳି ଏଲ୍‌ଆଇସିର ସହାୟକ କମ୍ପାନି ସମେତ ଏଲ୍‌ଆଇସି (ଇଣ୍ଟର ନ୍ୟାସନାଲ୍) ବିଏସ୍‌ସି, ବାହାରିନ୍, ଏଲ୍‌ଆଇସି ଲଙ୍କା ଲିମିଟେଡ୍, ଏଲ୍‌ଆଇସି ନେପାଳ ଲିମିଟେଡ୍ ଓ ଏଲ୍‌ଆଇସି ସିଙ୍ଗାପୁର ଲିମିଟେଡ୍ ବୋର୍ଡର ସେ ଅଧ୍ୟକ୍ଷ ରହିଛନ୍ତି । କେନିଆର କେନ୍‌ଇଣ୍ଡିଅ ଆସ୍ୟୁରାନ୍ସ ଲିମିଟେଡ୍‌ର ସେ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି।